|
logo
Live
Argus News App
GET APP

Argus News - 'ଭାରତ ମାଟିରୁ ମୂଳପୋଛ ହେବ ନକ୍ସଲବାଦ'; BSF ପ୍ରତିଷ୍ଠା ଦିବସରେ ଶତ୍ରୁ ରାଷ୍ଟ୍ରକୁ ଅମିତ ଶାହଙ୍କ ଚେତାବନୀ

National

Amit Shah / 'ଭାରତ ମାଟିରୁ ମୂଳପୋଛ ହେବ ନକ୍ସଲବାଦ'; BSF ପ୍ରତିଷ୍ଠା ଦିବସରେ ଶତ୍ରୁ ରାଷ୍ଟ୍ରକୁ ଅମିତ ଶାହଙ୍କ ଚେତାବନୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
'ଭାରତ ମାଟିରୁ ମୂଳପୋଛ ହେବ ନକ୍ସଲବାଦ'; BSF ପ୍ରତିଷ୍ଠା ଦିବସରେ ଶତ୍ରୁ ରାଷ୍ଟ୍ରକୁ ଅମିତ ଶାହଙ୍କ ଚେତାବନୀ

Key Points

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍‌ଏଫ୍‌ର ଅବଦାନକୁ ପ୍ରଶଂସା କରିବା ସହିତ ନକ୍ସଲବାଦର ସମ୍ପୂର୍ଣ୍ଣ ବିଲୋପ ପାଇଁ ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି ଅମିତ ଶାହ ।

ନୂଆଦିଲ୍ଲୀ: ଆତଙ୍କବାଦୀ ଓ ନକ୍ସଲଙ୍କୁ କଡ଼ା ବାର୍ତ୍ତା । BSFର ୬୧ତମ ପ୍ରତିଷ୍ଠା ଦିବସ ଚେତାବନୀ ଦେଲେ ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ । କହିଛନ୍ତି, "ଅପରେସନ ସିନ୍ଦୂର ସମୟରେ ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ନେଟୱର୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।"

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶ ହେବ ନକ୍ସଲମୁକ୍ତ । ଭାରତ ମାଟିରୁ ନକ୍ସଲବାଦ ମିଟାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା । ଗୁଜରାଟର ଭୁଜ ସ୍ଥିତ ହରିପାର୍‍ ଠାରେ ଥିବା ବିଏସ୍‌ଏଫ କ୍ୟାମ୍ପସରେ ସୀମା ସୁରକ୍ଷା ବଳର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପ୍ରତିଷ୍ଠା ଉତ୍ସବରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍‌ଏଫ୍‌ର ଅବଦାନକୁ ପ୍ରଶଂସା କରିବା ସହିତ ନକ୍ସଲବାଦର ସମ୍ପୂର୍ଣ୍ଣ ବିଲୋପ ପାଇଁ ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି ଅମିତ ଶାହ ।

ଏଥିସହ ପଢ଼ନ୍ତୁ: ଓ୍ବିଣ୍ଡିର ଆକଳନ ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା

ଛତିଶଗଡ଼ରେ ବିଏସ୍‌ଏଫ୍ ନିକଟରେ ୧୨୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୭୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ୨୨ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି । ବିଏସ୍‌ଏଫ୍ ଦ୍ୱାରା ପ୍ରାୟ ୧୨ ଲକ୍ଷ ୯୫ ହଜାର ଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଏବଂ ୧୮,୦୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଯାହା BSFର ବଡ଼ ସଫଳତା ବୋଲି କହିଛନ୍ତି ଅମିତ ଶାହ ।

BSFର ପ୍ରତିଷ୍ଠା ଦିବସରେ ଭୁଜ ମାଟିରୁ ଶତ୍ରୁ ରାଷ୍ଟ୍ରକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଅମିତ ଶାହ । ଭାରତର ସୁରକ୍ଷାକୁ ନେଇ କୌଣସି ସାଲିସ କରାଯିବ ନାହିଁ । BSFର କର୍ତ୍ତବ୍ୟ ହେଉଛି ଦେଶର ସୀମାକୁ ସୁରକ୍ଷିତ ରଖିବା । ସୀମାରେ ଲୁଚି ରହିଥିବା ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ନିପାତ କରାଯିବ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିତାଡ଼ିତ କରିବା BSFର କର୍ତ୍ତବ୍ୟ ଏବଂ ଏଥିପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ ।

ଅପରେସନ୍ ସିନ୍ଦୂର ସମୟରେ BSF ଏବଂ ସେନାର ବୀରତା ଯୋଗୁଁ ପାକିସ୍ତାନ ଏକତରଫା ଯୁଦ୍ଧବିରତି ଘୋଷଣା କରିବାକୁ ବାଧ୍ୟ ହୋଇଥିଲା । ଅପରେସନ୍ ସିନ୍ଦୂର ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେଇଛି ଯେ ଭାରତର ସୀମା ଓ ସୁରକ୍ଷା ବଳ ସହିତ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ।

ଏଥିସହ ପଢ଼ନ୍ତୁ: ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

ଅପରେସନ୍ ସିନ୍ଦୂରରେ ସୀମା ସୁରକ୍ଷା ବଳର ଅଦ୍ଭୁତପୂର୍ବ ସାହସକୁ ପ୍ରଶଂସା କରିଛନ୍ତି ଅମିତ ଶାହ । ଦେଶକୁ ସୁରକ୍ଷା ଦେବାରେ BSFର ବଳିଦାନ ଏବଂ ସାହସିକତା ପାଇଁ BSFର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ, ରାଷ୍ଟ୍ରର ସୁରକ୍ଷା ତଥା ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Amit Shah: 'ଭାରତ ମାଟିରୁ ମୂଳପୋଛ ହେବ ନକ୍ସଲବାଦ'; BSF ପ୍ରତିଷ୍ଠା ଦିବସରେ ଶତ୍ରୁ ରାଷ୍ଟ୍ରକୁ ଅମିତ ଶାହଙ୍କ ଚେତାବନୀ | Argus News