Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

National

Delhi Blast Update / ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

Key Points

ଦିଲ୍ଲୀ ବିସ୍ଫୋରଣ ସହ ଜଡ଼଼ିତ ଆତଙ୍କବାଦୀ ମଡ୍ୟୁଲ୍‌ର ଅନ୍ୟତମ ଅଭିଯୁକ୍ତ ହେଉଛି ଡାକ୍ତର ମୁଜାମ୍ମିଲ ଅହମଦ । ବିଦେଶୀ ହ୍ୟାଣ୍ଡଲେରଙ୍କ ପାଖରୁ ମୁଜାମ୍ମିଲକୁ ପ୍ରାୟ ୪୨ଟି ବୋମା ତିଆରି କରିବାର ଭିଡିଓ ଆସିଛି ।
ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ଗୁମର ଖୋଲୁଛି । ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ବିଦେଶୀ ଲିଙ୍କ୍ । ଏପରିକି ବିଦେଶରୁ ଫରିଦାବାଦ ସ୍ଥିତ ଅଲ୍-ଫଲାହ ମେଡିକାଲ୍ କଲେଜର ଡାକ୍ତର ମୁଜାମ୍ମଲି ଅହମଦକୁ ଏନକ୍ରିପ୍ଟେଡ୍ ଆପ୍ସରେ ଆସିଛି ଏକାଧିକ ବୋମା ତିଆରି ଭିଡିଓ ।

ଦିଲ୍ଲୀ ବିସ୍ଫୋରଣ ସହ ଜଡ଼଼ିତ ଆତଙ୍କବାଦୀ ମଡ୍ୟୁଲ୍‌ର ଅନ୍ୟତମ ଅଭିଯୁକ୍ତ ହେଉଛି ଡାକ୍ତର ମୁଜାମ୍ମିଲ ଅହମଦ । ବିଦେଶୀ ହ୍ୟାଣ୍ଡଲେରଙ୍କ ପାଖରୁ ମୁଜାମ୍ମିଲକୁ ପ୍ରାୟ ୪୨ଟି ବୋମା ତିଆରି କରିବାର ଭିଡିଓ ଆସିଛି । ଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଉମର ନବୀର ଘନିଷ୍ଠ ସହଯୋଗୀ ହେଉଛି ଡାକ୍ତର ମୁଜାମ୍ମିଲ ।

ଏଥିସହ ପଢ଼ନ୍ତୁ: ଅମାନିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ; ୨ କୋଟିରୁ ଅଧକ ଟଙ୍କାର ଚାଲାଣ ଜାରି

ଏନେଇ NIA ତଦନ୍ତ ବେଳେ ଜାଣିବାକୁ ପାଇଥିବା ସୂଚନା ତଦନ୍ତକାରୀ ଅଧିକାରୀ । ବିଦେଶରେ ଥିବା ହ୍ୟାଣ୍ଡଲେର ଏହି ମଡ୍ଯୁଲ୍‌ରେ ବୋମା ପ୍ରସ୍ତୁତ କରି ଆତ୍ମଘାତୀ ବିସ୍ଫୋରଣ ପାଇଁ ପ୍ରେରିତ କରୁଥିଲେ । ଏବେ ସୁରକ୍ଷା ଏଜେନ୍ସି ତା'ଉପରେ ଗୁରୁତ୍ଵ ଦେଇଛି । ନିକଟରେ ଦେଶରେ ବୋମା ତିଆରି କରି ଏଭଳି ବିସ୍ଫୋରଣ ଘଟଣାର ତଥ୍ୟ ସଂଗ୍ରହ କରୁଛନ୍ତି ତଦନ୍ତକାରୀ ଏଜେନ୍ସି ।

ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଟ୍ରାଫିକ୍ ସିଗନାଲ୍‌ରେ ହୋଇଥିବା କାର୍ ବିସ୍ଫୋରଣରେ ୧୦ରୁ ଅଧିକ ପ୍ରାଣ ହରାଇଥିଲେ । କାଶ୍ମୀରର ଡାକ୍ତର ଉମର ନବୀ କାର୍ ଡ୍ରାଇଭ୍ କରି ଆତ୍ମଘାତୀ ବିସ୍ଫୋରଣ କରିଥିଲା ।

ଦିଲ୍ଲୀ ବିସ୍ଫୋରଣର ଠିକ୍ ୧୦ ପୂର୍ବରୁ ୨୫୦୦ କେଜିରୁ ଅଧିକ ବିସ୍ଫୋରକ ସହ ଡକ୍ଟର ମୁଜାମ୍ମିଲ ଧରାପଡ଼ିଥିଲା । ତାଠୁ ଜବତ ହୋଇଥିଲା ୩୫୦ କେଜି ଆମୋନିୟମ ନାଇଟ୍ରେଟ୍ । ଏହି ମଡ୍ୟୁଲ୍ ପଛରେ କର୍ଣ୍ଣାଟକ ଏବଂ ତାମିଲନାଡ଼ୁର ମହମ୍ମଦ ଶାହିଦ ଫୈଜଲ୍ ୨୦୨୦ରୁ ଜଡ଼ିତ ଥିବା ଆଶଙ୍କା କରାଯାଉଛି ।

ଏଥିସହ ପଢ଼ନ୍ତୁ: ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ

୨୦୨୨ ଅକ୍ଟୋବର ୨୩ରେ କଏମ୍ବାଟୁର କାର୍ ବିସ୍ଫୋରଣ ସହ ୨୦୨୨ ନଭେମ୍ବର ୨- ମାଙ୍ଗାଲୁର ଅଟୋରିକ୍ସା ବିସ୍ଫୋରଣ, ୨୦୨୪ ମାର୍ଚ୍ଚ ବେଙ୍ଗାଲୁରୁ ରାମେଶ୍ଵର କାଫେ ବିସ୍ଫୋରଣ ପଛରେ ଫୈଜଲର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଜାକିର ଉସ୍ତାଦ ନାଁରେ ଫୈଜଲ୍ ଜଣାଶୁଣା । ଇଞ୍ଜିନିୟରିଂରେ ସ୍ନାତକ କରିଥିବା ଫୈଜଲ୍ ୨୦୧୨ରୁ ବେଙ୍ଗାଲୁରୁ ୨୮ ବର୍ଷ ବୟସରେ ନିଖୋଜ ଥିଲା । ସେ ଲସ୍କର-ଏ-ତୋଇବା ସହ ମିଶି ପାକିସ୍ତାନ ପଳାଇଥିବା କୁହାଯାଉଛି । ପରେ ସେ ସିରିଆ-ତୁର୍କୀ ସୀମାକୁ ପଳାଇଥିଲା । ରାମେଶ୍ଵରମ କାଫେ ବିସ୍ଫୋରଣରେ ତାର ପରିଚୟ NIA ସ୍ପଷ୍ଟ କରିଥିବା ବେଳେ ସେ ଏବେ ଫେରାର୍ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Encrypted Apps Sent 42 Bomb-Making Videos to Dr Mujammil: NIA Probe | Argus News | Argus News