Amit Shah Challenges Rahul / ରାହୁଲଙ୍କୁ ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯେକୌଣସି ସ୍ଥାନରେ SIR ଉପରେ ବିତର୍କ ପାଇଁ ପ୍ରସ୍ତୁତ
·1 hour ago·2 min read

Key Points
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଖୋଲା ଚ୍ୟାଲେଞ୍ଜ
ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
SIR ଉପରେ ବିତର୍କ କରିବାକୁ ସରକାର ପ୍ରସ୍ତୁତ ବୋଲି କହିଲେ ଶାହ

କର୍ଣ୍ଣାଲ,୦୫/୧୧: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ହରିୟାଣାର ଯେକୌଣସି ଛକରେ SIR ଉପରେ ବିତର୍କ କରିବାକୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏପରିକି ଏଥିପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ସରକାର ରାଜି ଥିବା ଶାହ କହିଛନ୍ତି।
ଗୁରୁବାର କର୍ଣ୍ଣାଲରେ ବିଜେପିର ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାର ଶେଷ ଦିନରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଶାହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ। ସଂସଦରେ ଆଲୋଚନା କରିବା ପରିବର୍ତ୍ତେ କଂଗ୍ରେସ ରାସ୍ତାକୁ ଓହ୍ଲାଇ ଅରାଜକତା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଥିଲେ।
ଶାହ କହିଥିଲେ, ରାହୁଲ ଗାନ୍ଧୀ ହାତରେ ସମ୍ବିଧାନର କପି ଧରୁଛନ୍ତି, କିନ୍ତୁ ସଂସଦୀୟ ପରମ୍ପରା ଓ ପଦବୀକୁ ସମ୍ମାନ ଦେଉନାହାନ୍ତି। EVM, SIR ଏବଂ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ ସଂସଦରେ ବିତର୍କ ହେବା ଉଚିତ। କିନ୍ତୁ ବିରୋଧୀ ଏହାକୁ ଏଡ଼ାଇ ଯାଉଥିବା ସେ କହିଛନ୍ତି। ହରିୟାଣାରେ ନିର୍ବାଚନ ପରାଜୟକୁ ନେଇ ମଧ୍ୟ କଂଗ୍ରେସକୁ କଟାକ୍ଷ କରିଥିଲେ ଶାହ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କୁ ଟାର୍ଗେଟ୍ କରି ସେ କହିଥିଲେ, ହୁଡା ନୂଆ ସୁଟ୍ ପିନ୍ଧି ଏବଂ ଜଲେବି ଖାଇ ସରକାର ଗଢ଼ିବାକୁ ପ୍ରସ୍ତୁତ ଥିଲେ। ହେଲେ ପଞ୍ଚମ ପର୍ଯ୍ୟାୟ ଗଣତି ସୁଦ୍ଧା କଂଗ୍ରେସ ପଛରେ ପଡ଼ିଯାଇଥିଲା ଏବଂ ବିଜେପି ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା।
ପଢନ୍ତୁ ଏହି ଖବର: ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ଶାହ ଅଭିଯୋଗ କରିଥିଲେ ଯେ, କଂଗ୍ରେସ SIR ପାଇଁ ନୁହେଁ, ବରଂ ନିଜ ଦୁର୍ବଳତା ଯୋଗୁଁ ନିର୍ବାଚନରେ ହାରୁଛି। ମହାରାଷ୍ଟ୍ର, ବିହାର, ଦିଲ୍ଲୀ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁଚେରୀରେ ବିଜେପିର ବିଜୟ କଥା ଉଲ୍ଲେଖ କରି ସେ ରାହୁଲଙ୍କୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ।
ଭୋଟର ତାଲିକାରେ ଅନିୟମିତତା ନେଇ ଶାହ ଆହୁରି ଦାବି କରିଥିଲେ ଯେ, ୧୩ କୋଟି ଭୋଟରଙ୍କ ମଧ୍ୟରୁ ୨.୮ କୋଟିଙ୍କ ମୃତ୍ୟୁ ହୋଇଥିବା ବେଳେ ୬.୨୫ କୋଟି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ୧ କୋଟି ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ଥିବା ସେ କହିଥିଲେ। ବାକି ଭୋଟରଙ୍କ ମଧ୍ୟରେ ଅନୁପ୍ରବେଶକାରୀ ଥିବା ଅଭିଯୋଗ କରି ସେମାନଙ୍କୁ ଚିହ୍ନଟ କରି ତାଲିକାରୁ ବାଦ୍ ଦିଆଯିବ ବୋଲି ଶାହ କହିଥିଲେ।
କର୍ଣ୍ଣାଲର ସେକ୍ଟର-୧୨ରୁ ଆରମ୍ଭ ହୋଇ ଦୟାନନ୍ଦ ଛକରେ ଶେଷ ହୋଇଥିବା ଏହି ପଦଯାତ୍ରାରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ସ୍ମୃତି ଇରାନୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ।

Related Topics
Explore more stories