Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅମିତ ଶାହଙ୍କ ବଡ଼ ଘୋଷଣା, ଦେଶରୁ ନିଶ୍ଚିହ୍ନ ହେଲା ନକ୍ସଲବାଦ

National

Naxal Free India / ଅମିତ ଶାହଙ୍କ ବଡ଼ ଘୋଷଣା, ଦେଶରୁ ନିଶ୍ଚିହ୍ନ ହେଲା ନକ୍ସଲବାଦ

Santosh Kumar Sahoo
Browse all articles by Santosh Kumar Sahoo
·16 hours ago·2 min read
ଅମିତ ଶାହଙ୍କ ବଡ଼ ଘୋଷଣା, ଦେଶରୁ ନିଶ୍ଚିହ୍ନ ହେଲା ନକ୍ସଲବାଦ
Amit Shah

Key Points

ଅମିତ ଶାହଙ୍କ ବଡ଼ ଘୋଷଣା
ନକ୍ସଲମୁକ୍ତ ଅଞ୍ଚଳରେ ପହଂଚୁଛି ବିକାଶ
ଆଦିବାସୀ ମହିଳା, ପୁରୁଷ ବିକାଶରେ ଭାଗିଦାରୀ
ନକ୍ସଲମୁକ୍ତ ଭାରତ ନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରେସ୍‌ମିଟ୍ କରିଛନ୍ତି । ସେ କହିଛନ୍ତି, ଛତିଶଗଡ଼ ବସ୍ତର ଏବେ ନକ୍ସଲମୁକ୍ତ ହୋଇଛି । ଭୟର ବାତାବରଣରୁ ମୁକ୍ତ ହୋଇଛି ଛତିଶଗଡ଼ । ଦେଶରେ ନକ୍ସଲବାଦର ନିଶ୍ଚିହ୍ନ ହୋଇଛି । ନକ୍ସଲମୁକ୍ତ ଅଞ୍ଚଳରେ ବିକାଶ ପହଞ୍ଚୁଛି । ନକ୍ସଲମୁକ୍ତ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସୁବିଧା ବି ମିଳୁଛି । ସହଜ ପରିବହନ, ଉନ୍ନତ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିଛି ବୋଲି ଅମିତ ଶାହ କହିଛନ୍ତି ।



ସେହିପରି ସେ ଆହୁରି କହିଛନ୍ତି ଏବେ ଲୋକମାନଙ୍କୁ ଡିଜିଟାଲ୍ ସେବା ମିଳୁଛି । ଲୋକଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ସ୍ବାବଲମ୍ବୀ କରାଯାଉଛି । ଆଦିବାସୀ ମହିଳା, ପୁରୁଷ ବିକାଶରେ ଭାଗିଦାରୀ ହେଉଛନ୍ତି । ଗାଁରେ ଡାଏରୀ ଫାର୍ମ ବ୍ୟାପକ ହେବ, ଲୋକେ ରୋଜଗାରକ୍ଷମ ହେବେ । ଲୋକଙ୍କୁ ଗାଈ ଦିଆଯିବ, ଯେଉଁଥିରୁ ଦୁଗ୍ଧଜାତ ସାମଗ୍ରୀ ବେଶି ଉତ୍ପାଦନ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ବିକାଶର ଧାରା ଦ୍ରୁତ ହେଉଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୦୦୦ ମୋବାଇଲ୍ ଟାୱାର ବସିଛି । ଆଗାମୀ ଦିନରେ ଆଉ ୧୩ ହଜାର ମୋବାଇଲ୍ ଟାୱାର ବସିବ । ସେହିପରି ଆଦିବାସୀ ସଂସ୍କୃତିଙ୍କୁ ବଞ୍ଚାଇବାକୁ ବଡ଼ ପଦକ୍ଷେପ ନିଆଯାଉଛି । ସୁରକ୍ଷାରୁ ବିଶ୍ଵାସ, ବିଶ୍ଵାସରୁ ସମୃଦ୍ଧି, ସମୃଦ୍ଧିରୁ ବିକାଶ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah Declares Major Success Against Naxalism In India | Argus News