Videos
|
National

Amit Shah Statement / ଅମିତ ଶାହଙ୍କ ସ୍ପଷ୍ଟୀକରଣ, ଡିଲିମିଟେସନ୍ ପରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ବଢ଼ିବ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଅମିତ ଶାହଙ୍କ ସ୍ପଷ୍ଟୀକରଣ, ଡିଲିମିଟେସନ୍ ପରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ବଢ଼ିବ
Amit Shah

Key Points

ଅମିତ ଶାହଙ୍କ କଡ଼ା ଜବାବ
ଡିଲିମିଟେସନ୍ ଉପରେ ନୂଆ ତଥ୍ୟ
ସଂସଦରେ ବଢ଼ିବ ଦକ୍ଷିଣ ଭାରତର ଶକ୍ତି
ଲୋକସଭାରେ ସୀମା ନିର୍ଦ୍ଧାରଣ ବା ‘ଡିଲିମିଟେସନ୍’ ବିଲ୍‌କୁ ନେଇ ଜାରି ରହିଥିବା ବିତର୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ସ୍ପଷ୍ଟୀକରଣ ରଖିଛନ୍ତି । ବିଶେଷ କରି ଦକ୍ଷିଣ ଭାରତର ରାଜନୈତିକ ପ୍ରଭାବ କମିଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।

ଗୁରୁବାର ସଂଧ୍ୟାରେ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଶାହ ବିରୋଧୀଙ୍କୁ ଦେଇଛନ୍ତି କଡ଼ା ଜବାବ । ସେ କହିଛନ୍ତି, ଦକ୍ଷିଣ ଭାରତର ଶକ୍ତି କମିଯିବ ବୋଲି ମିଥ୍ୟା ନ୍ୟାରେଟିଭ୍ ପ୍ରଚାର କରି ଭ୍ରମ ସୃଷ୍ଟି କରାଯାଉଛି । ଏବେ ଲୋକସଭାରେ ୫୪୩ ଆସନ ମଧ୍ୟରୁ ଦକ୍ଷିଣ ଭାରତର ୧୨୯ ସାଂସଦ ଅଛନ୍ତି, ଯାହା ୨୩.୭୬ ପ୍ରତିଶତ ଅଟେ । ପ୍ରସ୍ତାବ ଅନୁସାରେ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ, ଦକ୍ଷିଣ ଭାରତର ସାଂସଦ ସଂଖ୍ୟା ୧୯୫ରେ ପହଞ୍ଚିବ । ଯାହା ମୋଟ ସଂଖ୍ୟାର ୨୩.୯୭ ପ୍ରତିଶତରେ ପହଞ୍ଚିବ ବୋଲି ଶାହ ହିସାବ ଦେଇଛନ୍ତି ।

ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ନୂଆ ବ୍ୟବସ୍ଥାରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ କମିବ ନାହିଁ, ବରଂ ସାମାନ୍ୟ ବୃଦ୍ଧି ପାଇବ । ସୀମା ନିର୍ଦ୍ଧାରଣ କମିଶନଙ୍କ ନିୟମ ସମ୍ପୂର୍ଣ୍ଣ ପୁରୁଣା ଆଇନ ଅନୁଯାୟୀ କରାଯାଇଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏବେ ଚାଲିଥିବା କିମ୍ବା ୨୦୨୯ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନିର୍ବାଚନ ବର୍ତ୍ତମାନର ଆସନ ସଂଖ୍ୟା ଆଧାରରେ ହିଁ ଅନୁଷ୍ଠିତ ହେବ ବୋଲି ଅମିତ ଶାହ ସ୍ପଷ୍ଟ କରିଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ଦକ୍ଷିଣ ଭାରତୀୟ ରାଜ୍ୟୱାରି ତଥ୍ୟ ଉପରେ । ରାଜ୍ୟ ଗୁଡ଼ିକରେ ଏବେ ସଂସଦ ପ୍ରତିନିଧିତ୍ବ କେତେ ରହିଛି ଓ ଡିଲିମିଟେସନ୍ ପରେ କେତେ ବଢ଼ିବ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକସଭା ଆସନ ସଂଖ୍ୟା

ବର୍ତ୍ତମାନ - ୫୪୩
ସୀମା ନିର୍ଦ୍ଧାରଣ ପରେ - ୮୫୦

ଦକ୍ଷିଣ ଭାରତ ରାଜ୍ୟର ଆସନ

କର୍ଣ୍ଣାଟକ

ବର୍ତ୍ତମାନ - ୨୮ (୫.୧୫%)
ସୀମା ନିର୍ଦ୍ଧାରଣ ପରେ - ୪୨ (୫.୪୪%)

ଆନ୍ଧ୍ର ପ୍ରଦେଶ

ବର୍ତ୍ତମାନ - ୨୫ (୪.୬୦%)
ସୀମା ନିର୍ଦ୍ଧାରଣ ପରେ - ୩୮ (୪.୬୫)

ତେଲେଙ୍ଗାନା

ବର୍ତ୍ତମାନ - ୧୭ (୩.୧୩ %)
ସୀମା ନିର୍ଦ୍ଧାରଣ ପରେ - ୨୬ ( ୩.୧୮%)

ତାମିଲନାଡୁ

ବର୍ତ୍ତମାନ - ୩୯ (୭.୧୮ %)
ସୀମା ନିର୍ଦ୍ଧାରଣ ପରେ - ୫୯ (୭.୨୩ %)

କେରଳମ

ବର୍ତ୍ତମାନ - ୨୦ (୩.୬୮ %)
ସୀମା ନିର୍ଦ୍ଧାରଣ ପରେ - ୩୦ (୩.୬୭ %)

Related Topics

Explore more stories