Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amit Shah On Jagdeep Dhankhar: କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? କାରଣ କହିଲେ ଅମିତ ଶାହ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Amit Shah On Jagdeep Dhankhar: କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? କାରଣ କହିଲେ ଅମିତ ଶାହ

Key Points

କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ । ପ୍ରଥମ ଥର ପାଇଁ କାରଣ କହିଲେ ଅମିତ ଶାହ । କହିଲେ, ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ହେବା ଉଚିତ୍ ନୁହେଁ ।


ହଠାତ୍ କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ । ଏ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ବି ସମସ୍ତଙ୍କ ମନରେ ରହିଛି । ପୂର୍ବତନ ଉପରାଷ୍ଟ୍ରପତିଙ୍କ ଇସ୍ତଫାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନା ମଧ୍ୟରେ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି। ଏହା ସହିତ, ପୂର୍ବତନ ଉପରାଷ୍ଟ୍ରପତି ଗୃହବନ୍ଦୀ ଅଛନ୍ତି ବୋଲି ବିରୋଧି ଯେଉଁ ଅଭିଯୋଗ କରୁଥିଲେ ଏହାକୁ ମଧ୍ୟ ପ୍ରତ୍ୟାଖାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।


ନ୍ୟୁଜ୍ ଏଜେନ୍ସି ANIକୁ ଏକ ସାକ୍ଷାତକାରରେ ଗୃହମନ୍ତ୍ରୀ କହିଛନ୍ତି, 'ଧନଖଡ଼ ସାହେବ ତାଙ୍କ ଇସ୍ତଫାରେ ସ୍ପଷ୍ଟ ଭାବେ ଲେଖିଛନ୍ତି କି ସେ ସ୍ୱାସ୍ଥ୍ୟଗତ କାରଣ ପାଇଁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ସରକାରଙ୍କ ସଦସ୍ୟମାନଙ୍କୁ ତାଙ୍କର ଭଲ କାର୍ଯ୍ୟକାଳ ପାଇଁ ହୃଦୟର ସହିତ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।


ଯେତେବେଳେ ଅମିତ ଶାହଙ୍କୁ ବିରୋଧୀଙ୍କ ଦ୍ୱାରା ଜଗଦୀପ ଧନଖଡ଼ଙ୍କୁ ଗୃହବନ୍ଦୀ କରାଯିବାର ଦାବି ବିଷୟରେ ପଚରାଗଲା, ସେ ସିଧା ସିଧା ପ୍ରତ୍ୟାଖାନ କରିଥିଲେ । ସେ କହିଥିଲେ, ଜଗଦୀପ ଧନଖଡ଼ ଏକ ସାମ୍ବିଧାନିକ ପଦବୀରେ ଥିଲେ ଏବଂ ସମ୍ବିଧାନ ଅନୁଯାୟୀ ତାଙ୍କ କର୍ତ୍ତବ୍ୟ ପାଳନ କରିଥିଲେ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାରଣରୁ ସେ ଇସ୍ତଫା ଦେଇଥିଲେ। ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ହେବା ଉଚିତ୍ ନୁହେଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ, ଜଗଦୀପ ଧନଖଡ଼ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ, ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିବା ତାଙ୍କ ଚିଠିରେ ସେ କହିଥିଲେ ଯେ ସେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଏବଂ ଡାକ୍ତରଙ୍କ ପରାମର୍ଶ ପାଳନ କରିବାକୁ ଚାହାଁନ୍ତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ଉଚ୍ଚ ସଦନର କାର୍ଯ୍ୟ ପରିଚାଳନା କରିଥିଲେ।


ସେପଟେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥି କରିଥିବା ବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥି ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ।

Sponsored
Amit Shah Reveals Why Jagdeep Dhankhar Resigned | Argus News