Videos
|
National

Amit Shah on Rahul Gandhi / ''ରାହୁଲ ବାବା ଥକିଯାଅ ନାହିଁ…ଏବେ ତାମିଲନାଡ଼ୁ ଓ ବେଙ୍ଗଲରେ ବି ହାରିବ''

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
''ରାହୁଲ ବାବା ଥକିଯାଅ ନାହିଁ…ଏବେ ତାମିଲନାଡ଼ୁ ଓ ବେଙ୍ଗଲରେ ବି ହାରିବ''
Amit Shah

Key Points

ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଟାକ୍ଷ
ପରାଜୟରେ ଥକି ଯାଅନାହିଁ
ବେଙ୍ଗଲ ଓ ତାମିଲନାଡ଼ୁରେ ବି ହାରିବେ
ପୁଣି ବିରୋଧୀ ଦଳ ନେତା ତଥା କଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ଏବେ ପରାଜୟରେ ଥକି ଯାଅନାହିଁ । ଏବେ ଆପଣଙ୍କୁ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିବ । ଅହମଦାବାଦରେ ଏକ କାର୍ଯ୍ୟକ୍ରମରେ ଅମିତ ଶାହ କହିଥିଲେ ଯେ ୨୦୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ସରକାର ଗଠନ କରିବ।

ଅହମଦାବାଦ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ୩୩୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେଇଥିଲେ । ତାଙ୍କ ଭାଷଣ ସମୟରେ ସେ କହିଥିଲେ, "ରାହୁଲ ବାବା ଏବେ ବି ପରାଜୟରେ ଥକି ଯାଅ ନାହିଁ । ଆପଣ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ମଧ୍ୟ ହାରିବେ । ସେ ଆହୁରି ମଧ୍ୟ କହିଛନ୍ତି, "୨୦୨୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ସରକାର ଗଠନ କରିବ । ''

ଗୃହମନ୍ତ୍ରୀ କହିଛନ୍ତି, "ଯେତେବେଳେ ବିଜେପି ରାମ ମନ୍ଦିର ନିର୍ମାଣ କରିଥିଲା, କଂଗ୍ରେସ ବିରୋଧ କରିଥିଲା। ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ବିରୋଧ କରିଥିଲା । କଂଗ୍ରେସ ମଧ୍ୟ ଏୟାରଷ୍ଟ୍ରାଇକ୍‌କୁ ବିରୋଧ କରିଥିଲା । ଯେତେବେଳେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା କଥା ଆସିଥିଲା, ସେତେବେଳେ ମଧ୍ୟ କଂଗ୍ରେସ ଏହାର ବିରୋଧ କରିଥିଲା । କାଶୀର ନୂତନ ମନ୍ଦିର ନିର୍ମାଣ ହେବା ସମୟରେ ମଧ୍ୟ ବିରୋଧ ହୋଇଥିଲା । ଯେତେବେଳେ କାଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଥିଲା, ସେତେବେଳେ ମଧ୍ୟ କଂଗ୍ରେସ ପ୍ରତିବାଦ କରିଥିଲା। ଯେତେବେଳେ ତିନ୍‌ ତଲାକ ଉଚ୍ଛେଦ କରାଯାଇଥିଲା, ସେତେବେଳେ ମଧ୍ୟ ବିରୋଧ ହୋଇଥିଲା। ଯେତେବେଳେ ସାଧାରଣ ନାଗରିକ ସଂହିତା ପ୍ରଚଳନ କରାଯାଇଥିଲା, ସେତେବେଳେ ମଧ୍ୟ କଂଗ୍ରେସ ଏହାର ବିରୋଧ କରିଥିଲା ।

ଅମିତ ଶାହ କହିଥିଲେ, "ଯଦି ତୁମେ ଲୋକଙ୍କ ପସନ୍ଦକୁ ବିରୋଧ କର ତେବେ ତୁମେ ଭୋଟ କିପରି ପାଇବ? କିନ୍ତୁ ରାହୁଲ ବାବାଙ୍କୁ ଏହି ସରଳ ଯୁକ୍ତି ବୁଝାଇବା ମୋର କ୍ଷମତା ବାହାରେ, କାରଣ କଂଗ୍ରେସ ନେତାମାନେ ମଧ୍ୟ ଏହା କରିବାରେ ବିଫଳ ହୋଇଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାଭି ୱାଞ୍ଜାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୭୩ ଜଣ ବାସିନ୍ଦାଙ୍କୁ ଭୂମି ମାଲିକାନା ପ୍ରମାଣପତ୍ର ପ୍ରଦାନ କରିଥିଲେ। ହିତାଧିକାରୀମାନେ ମୂଳତଃ ସାବରମତୀ ନଦୀ କୂଳରେ ଅବସ୍ଥିତ ୱାଞ୍ଜାର ଗାଁର ବାସିନ୍ଦା ଥିଲେ, କିନ୍ତୁ ୧୯୭୩ ମସିହାର ଭୟଙ୍କର ବନ୍ୟାରେ ସେମାନଙ୍କର ଘର, ଜମି ଏବଂ ଜିନିଷପତ୍ର ହରାଇବା ପରେ ସେମାନଙ୍କୁ ନାଭି ୱାଞ୍ଜାରରେ ପୁନଃସ୍ଥାପିତ କରାଯାଇଥିଲା।

Related Topics

Explore more stories