Amit Shah Rally / ପଶ୍ଚିମବଙ୍ଗ ଭବାନୀପୁରରେ ବିଜେପିର ଶକ୍ତି ପ୍ରଦର୍ଶନ, ମମତାଙ୍କ ଗଡ଼ରେ ଅମିତ ଶାହଙ୍କ ରଣହୁଙ୍କାର
·2 hours ago·2 min read

Key Points
ମମତାଙ୍କ ଗଡ଼ରେ ଅମିତ ଶାହଙ୍କ ରଣହୁଙ୍କାର
ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କଲେ ବିଶାଳ ରୋଡ୍ ଶୋ'
TMCକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଆହ୍ବାନ

ନନ୍ଦିଗ୍ରାମ ପରେ ଆଜି ଭବାନୀପୁରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଏହା ପୂର୍ବରୁ ମମତାଙ୍କ ପାରମ୍ପରିକ ଗଡ଼ରେ ବିଶାଳ ରୋଡ ଶୋ' କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଶୁଭେନ୍ଦୁଙ୍କ ସହ ଖୋଲା ଗାଡ଼ିରେ ବୁଲି ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଭବାନୀପୁରଙ୍କୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ପାଇଁ ଦେଇଛନ୍ତି ଆହ୍ବାନ । ସେପଟେ ବିଜେପିର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଆଜି ବୀରଭୁମରେ ପ୍ରଚାର କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ରେ BJPର ଶକ୍ତି ପ୍ରଦର୍ଶନ । ରାଜ୍ୟର ସବୁଠାରୁ ହାଇ-ପ୍ରୋଫାଇଲ୍ ଆସନ 'ଭବାନୀପୁର'ରୁ ବିଜେପି ପ୍ରାର୍ଥୀ ଭାବେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଇଦାନକୁ ଓହ୍ଲାଇଛନ୍ତି । ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଶୁଭେନ୍ଦୁଙ୍କ ସହ ବିଶାଳ ରୋଡ୍ ଶୋ’ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ଖୋଲା ଗାଡ଼ିରେ ଶାହ ଓ ଶୁଭେନ୍ଦୁ ଜନସାଧାରଣଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଭୋଟ୍ ମାଗିଛନ୍ତି । ଦଳୀୟ କର୍ମୀଙ୍କ ଭିତରେ ଜୋସ୍ ଭରିଛନ୍ତି । ଭବାନୀପୁରର ଭୋଟରଙ୍କୁ ନିର୍ଭୟରେ ମତଦାନ କରିବାକୁ ଅପିଲ୍ ସହ ଟିଏମସିକୁ ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ଆହ୍ବାନ କରିଛନ୍ତି ଅମିତ ଶାହ ।
ଭବାନୀପୁର ଆସନଟି ମମତାଙ୍କ ପାରମ୍ପରିକ ଗଡ଼ । ହେଲେ ଗତ ନିର୍ବାଚନରେ ନନ୍ଦିଗ୍ରାମ ଯିବା ତାଙ୍କୁ ମହଙ୍ଗା ପଡ଼ିଥିଲା । ୨୦୨୧ ନିର୍ବାଚନରେ ତାଙ୍କ ଦଳ ଜିତିଥିଲେ ବି ଖୋଦ ମମତାଙ୍କ ପରାଜୟ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ସେ ଉପନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେଲେ, ଆଉ ଏବେ ନିଜ ପାରମ୍ପରିକ ଆସନକୁ ଫେରିଛନ୍ତି । ହେଲେ ଏଥର ମଧ୍ୟ ଶୁଭେନ୍ଦୁଙ୍କୁ ଦୁଇଟି ଆସନ ନନ୍ଦିଗ୍ରାମ ଓ ଭବାନୀପୁରରୁ ପ୍ରାର୍ଥୀ କରି ମମତାଙ୍କୁ ତାଙ୍କ ଘରୋଇ ମାଟିରେ ହିଁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛି ବିଜେପି ।
TMC ହାତରୁ କ୍ଷମତା ଛଡ଼ାଇ ଆଣିବା ପାଇଁ ଦଳ ସ୍ବତନ୍ତ୍ର ରଣନୀତି କରିଛି । ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିରଭୁମ୍ ଜିଲ୍ଲା ରାମପୁର ହାଟରେ କରିଛନ୍ତି ରୋଡ୍ ଶୋ' । ହନସନ, ନାଲହାଟି ଓ ମୁରରାଇ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରାଲିରେ ସାମିଲ ହୋଇଛନ୍ତି ।
ଗୋଟିଏ ପଟେ ବିଜେପିର ରାଜନୈତିକ ଆକ୍ରମଣ, ଅନ୍ୟପଟେ ମମତା ସରକାରଙ୍କୁ ଅଦାଲତୀ ଝଟକା । ପଶ୍ଚିମବଙ୍ଗ ମାଲଦାରେ ନ୍ୟାୟିକ ଅଧିକାରୀଙ୍କୁ ଦିଆଯାଇଥିବା ଧମକ ଓ ହିଂସାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । କୋର୍ଟ ଏହି ଘଟଣାକୁ ନ୍ୟାୟିକ ପ୍ରକ୍ରିୟାକୁ ବାଧା ଦେବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିବା ସହ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ DGଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟାରେ ଅଭିଯୋଗ ବିଚାର କରିବାକୁ ୭ ଜଣ ବିଚାର ବିଭାଗୀୟ ଅଧିକାରୀ ମାଲଦାରେ ନିୟୋଜିତ ହୋଇଥିଲେ । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଧିକାରୀ ଥିଲେ । ହେଲେ ସେମାନଙ୍କୁ ପ୍ରାୟ ୯ ଘଣ୍ଟା ଧରି ପ୍ରବଳ ହିଂସା ଓ ଭୟର ସାମ୍ନା କରିବାକୁ ପଡ଼ିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories