Videos
|
National

Amit Shah Slams Congress / ଅଭଦ୍ରାମୀ ବ୍ୟତୀତ କଂଗ୍ରେସ ପାଖରେ କୌଣସି ନୀତିଗତ ପ୍ରସଙ୍ଗ ନାହିଁ: ଶାହ

Bikash Mohanty
Browse all articles by Bikash Mohanty
·4 hours ago·2 min read
ଅଭଦ୍ରାମୀ ବ୍ୟତୀତ କଂଗ୍ରେସ ପାଖରେ କୌଣସି ନୀତିଗତ ପ୍ରସଙ୍ଗ ନାହିଁ: ଶାହ
Amit shah

Key Points

କଂଗ୍ରେସ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ଓ ପିତାଙ୍କୁ କରାଯାଇଛି ଅପମାନିତ
ମର୍ଯ୍ୟାଦାର ସମସ୍ତ ସୀମା ପାର କରିଛି କଂଗ୍ରେସ: ଶାହ
ପାଟନାରେ କଂଗ୍ରେସ ଅଧ୍ୟକ୍ଷଙ୍କ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗ
ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ଟାର୍ଗେଟ୍ କଲେ ଅମିତ ଶାହ


ନୂଆଦିଲ୍ଲୀ,୨୬/୧୦: କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନକୁ ବିଜେପିର ଜୋରଦାର ବିରୋଧ। ସେପଟେ ପ୍ରଧାନମନ୍ତ୍ରୀଙ୍କ ସ୍ବଗୀୟ ପିତାଙ୍କୁ ନେଇ ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ବୟାନକୁ ବିରୋଧ କରି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାର ଓ ପିତାଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରବଳ ରାଜନୈତିକ ଝଡ଼।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କଂଗ୍ରେସ ଦଳ ମର୍ଯ୍ୟାଦାର ସମସ୍ତ ସୀମା ପାର କରିଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପାଟନାରେ ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସମ୍ପର୍କରେ ଅଭଦ୍ର ଓ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ପଢନ୍ତୁ ଏହି ଖବର:  ବିରୋଧୀ ରାଲିକୁ ବିରୋଧ କରିବାକୁ ଘୋଷଣା କରିଛନ୍ତି ଶିଖ୍ ସମ୍ପ୍ରଦାୟ, କହିଛନ୍ତି, 'ଆମର ଦୁଃଖ...'

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପ୍ରତିଦିନ ଅଭଦ୍ରତାର ସବୁ ସୀମା ପାର କରୁଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କୁହାଯାଇଥିବା ଅଭିଯୋଗ କରିଛନ୍ତି ଶାହ । ନିର୍ବାଚନରେ ପରାଜୟ ଯୋଗୁ ହତାଶ ହୋଇ ଗାଳିଗୁଲ୍ଲଜର ରାଜନୀତି କରୁଛି କଂଗ୍ରେସ । ଗତ ୧୨ ବର୍ଷ ଧରି କ୍ରମାଗତ ଭାବେ ନିର୍ବାଚନରେ ପରାଜୟର ସମ୍ମୁଖା ହେଉଥିବାରୁ କଂଗ୍ରେସ ଦଳରେ ହାତାଶା ଓ ନିରାଶା ବୃଦ୍ଧି ପାଇଛି ବୋଲି ଶାହ ଦର୍ଶାଇଛନ୍ତି।



ବର୍ତ୍ତମାନ କଂଗ୍ରେସ ପାଖରେ କୌଣସି ନୀତି କିମ୍ବା ପ୍ରସଙ୍ଗ ନାହିଁ, କେବଳ ଗାଳିଗୁଲ୍ଲଜର ରାଜନୀତି ବଳକା ରହିଛି ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ନୀତିନ ନବୀନ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: