Protest Opposition Rally / ବିରୋଧୀ ରାଲିକୁ ବିରୋଧ କରିବାକୁ ଘୋଷଣା କରିଛନ୍ତି ଶିଖ୍ ସମ୍ପ୍ରଦାୟ, କହିଛନ୍ତି, 'ଆମର ଦୁଃଖ...'
·1 hour ago·2 min read

Key Points
ବିରୋଧୀ ଦଳର ରାଲିକୁ ନେଇ ବିବାଦ ଦେଖାଦେଇଛି।
ବିରୋଧୀ ରାଲିକୁ କରାଗଲାଣି ବିରୋଧ
ବିରୋଧୀ ଦଳଙ୍କ ରାଲିକୁ ବିରୋଧ କରିଛନ୍ତି ଶିଖ୍ ସମ୍ପଦାୟ
ଏହି ରାଲିକୁ ଅନୁମତି ନଦେବାକୁ ସେମାନେ ଦାବି କରିଛନ୍ତି

ନୂଆଦିଲ୍ଲୀ,୨୫/୧୦: ବିରୋଧୀ ରାଲିକୁ ବିରୋଧ। ଆସନ୍ତା ୧ ତାରିଖରେ ହେବାକୁ ଥିବା ବିରୋଧୀ ଦଳଙ୍କ ରାଲିକୁ ବିରୋଧ କରିଛନ୍ତି ଶିଖ୍ ସମ୍ପଦାୟ। ଦିଲ୍ଲୀର ରାମଲୀଳା ମଇଦାନରେ ପ୍ରସ୍ତାବିତ ବିରୋଧୀ ଦଳର ରାଲିକୁ ନେଇ ବିବାଦ ଦେଖାଦେଇଛି। ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗାର ସ୍ମୃତି ସହ ଜଡ଼ିତ ଏହି ଦିନରେ ରାଲିକୁ ନେଇ ଶିଖ ସମ୍ପ୍ରଦାୟ ଅସନ୍ତୋଷ ପ୍ରକାଶ କରିଛି। ଏହି ରାଲିକୁ ବିରୋଧ କରିବା ସହ ଏହାର ଅନୁମତି ନଦେବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ, ବିରୋଧୀ ଦଳଙ୍କ ଏହି ରାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜନ ହେବାର ରହିଛି। ତେବେ ନଭେମ୍ବର ୧ ତାରିଖଟି ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗାର ସ୍ମୃତି ବହନ କରୁଥିବାରୁ ଏହି ଦିନ ରାଲି ଆୟୋଜନ କରିବା ଦଙ୍ଗା ପୀଡ଼ିତ ପରିବାରଙ୍କ ଭାବନାକୁ ଆଘାତ ଦେଇପାରେ ବୋଲି ସେମାନେ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ଦଙ୍ଗା ପୀଡ଼ିତ ପରିବାର
୧୯୮୪ ଦଙ୍ଗାରେ ପ୍ରଭାବିତ ପରିବାରଗୁଡ଼ିକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ପ୍ରସ୍ତାବିତ ରାଲିକୁ ଅନୁମତି ନଦେବାକୁ ଦାବି କରିଥିବା ଜଣାପଡ଼ିଛି। ରାଲି ଆୟୋଜନ କରାଗଲେ ଏହାକୁ ବିରୋଧ କରିବା ସହ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ପୀଡ଼ିତ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ୧୯୮୪ର ହିଂସାରେ ଅନେକ ଶିଖ ପରିବାର ପ୍ରଭାବିତ ହୋଇଥିଲେ। ଦଙ୍ଗାର ୪୨ ବର୍ଷ ପରେ ମଧ୍ୟ ସେହି ଘଟଣାର ଯନ୍ତ୍ରଣା ଓ କ୍ଷତିକୁ ସେମାନେ ଭୁଲିପାରି ନାହାନ୍ତି। ତେଣୁ ଏହି ଦିନରେ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ସେମାନେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:କଂଗ୍ରେସର ଚିନ୍ତା ବଢାଇଲା ଷ୍ଟିଙ୍ଗ ଅପରେସନ, ପୁଣି ଥରେ ମୁହାଁମୁହିଁ ହେଲେ ଏହି ଦୁଇ ନେତା
ଗାନ୍ଧୀ ପରିବାର ଓ କଂଗ୍ରେସ ବିରୋଧରେ ଅଭିଯୋଗ
ଦଙ୍ଗା ପୀଡ଼ିତ ପରିବାରଗୁଡ଼ିକ ୧୯୮୪ର ହିଂସାକୁ ନେଇ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହି ହିଂସାର ସ୍ମୃତି ଆଜି ବି ପ୍ରଭାବିତ ପରିବାରଗୁଡ଼ିକୁ ମାନସିକ ଭାବେ ଆଘାତ ଦେଉଛି।
ଜଣେ ଦଙ୍ଗା ପୀଡ଼ିତ କହିଛନ୍ତି ଯେ ସେହି ସମୟରେ ଶିଖ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଥିଲା। ଶିଖମାନଙ୍କ କାରଖାନା ଓ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦିଆଯାଇଥିବା ଏବଂ ପଗଡ଼ି ଦେଖି ଲୋକଙ୍କୁ ଚିହ୍ନଟ କରାଯାଇଥିବା ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି।
ଶିଖ ସମ୍ପ୍ରଦାୟର ଭାବନାକୁ ସମ୍ମାନ ଦେବାକୁ ଦାବି
ପୀଡ଼ିତ ପରିବାରଙ୍କ କହିବା ଅନୁଯାୟୀ, ନଭେମ୍ବର ୧ କେବଳ ଏକ ତାରିଖ ନୁହେଁ; ଏହା ଅନେକ ପରିବାରର ଯନ୍ତ୍ରଣା, ପ୍ରିୟଜନଙ୍କୁ ହରାଇବାର ଦୁଃଖ ଓ ଐତିହାସିକ କ୍ଷତିର ସ୍ମୃତି ବହନ କରେ। ଜୁନ୍ ୧୯୮୪ରେ ଦରବାର ସାହିବ ସହ ଜଡ଼ିତ ଘଟଣାଗୁଡ଼ିକ ମଧ୍ୟ ଶିଖ ସମ୍ପ୍ରଦାୟର ସାମୂହିକ ସ୍ମୃତିର ଅଂଶ ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ତେଣୁ ଦଙ୍ଗା ପୀଡ଼ିତଙ୍କ ଭାବନାକୁ ସମ୍ମାନ ଦେଇ ରାଲିର ତାରିଖ ପରିବର୍ତ୍ତନ କରିବା କିମ୍ବା ଏହାକୁ ଆୟୋଜନ ନକରିବାକୁ ସେମାନେ ଦାବି କରିଛନ୍ତି।

Related Topics
Explore more stories