Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Jitendra Dash
Browse all articles by Jitendra Dash
·2 years ago
ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଅର୍ଗସ ବ୍ୟୁରୋ : ୧୭ ଦିନ ବା ୪ଶହ ଘଣ୍ଟାରୁ ଅଧକ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଅନ୍ଧାରୀ ଟନେଲରୁ ଫେରିଛି ଜୀବନ । ସନ୍ଧ୍ୟା ୭ଟା ୫ରେ ସେମାନଙ୍କ ପାଖରେ ରେସ୍କ୍ୟୁ ପାଇପ୍ ପହଞ୍ଚିଥିଲା । ତାପରେ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର । ଏହାସହ ଉତ୍ତରକାଶୀ ସିଲକ୍ୟାରା ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । 

ସେହିପରି ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମସ୍ତ ୪୧ ଶ୍ରମିକ ସୁସ୍ଥ ଥିବା ଜଣାପଡ଼ିଛି । ରାତି ହୋଇଯାଇଥିବାରୁ ସେମାନଙ୍କ ଏୟାର ଲିଫ୍ଟିଂ ହୋଇପାରିଲା ନାହିଁ । ତେଣୁ ସେମାନଙ୍କୁ ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି । ଆସନ୍ତାକାଲି ରିଶିକେଶ ସ୍ଥିତ ଏମ୍‌ସ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah terms rescue of workers from Uttarakhand tunnel 'great news' | Argus News