Videos
|
National

UCC by 2029 / କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ; ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

Sushanta Sahoo
Browse all articles by Sushanta Sahoo
·1 day ago·2 min read
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ; ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC
Amit Shah Makes Big Statement on NDA-Ruled States

Key Points

୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC
୨୧ଟି ବିଜେପି ଓ ଏନ୍‌ଡିଏ ଶାସିତ ରାଜ୍ୟରେ ହେବ କାର୍ଯ୍ୟକାରୀ
ମୁମ୍ବାଇରେ ପ୍ରେସମିଟରେ ଅମିତ ଶାହଙ୍କ ବଡ଼ ଘୋଷଣା
ମୁମ୍ବାଇ: ଅମିତ ଶାହଙ୍କ ବଡ଼ ବୟାନ । ୨୦୨୯ ସୁଦ୍ଧା ଦେଶର ସମସ୍ତ ୨୧ଟି ବିଜେପି ଏବଂ ଏନ୍‌ଡିଏ ଶାସିତ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ବା UCC କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ମୁମ୍ବାଇରେ ଗଣମାଧ୍ୟମ ସହ ଆଲୋଚନା କରିବା ଅବସରରେ ଅମିତ ଶାହ ଏହି ପ୍ରମୁଖ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ବିଜେପି ଶାସିତ କେତେକ ରାଜ୍ୟରେ ଏହି ଆଇନ ପ୍ରଣୟନ ଦିଗରେ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କିଏ ଏହି ଇଲହାନ୍ ଓମାର? ଯାହାଙ୍କ ବିରୋଧରେ ଆରମ୍ଭ ହୋଇଗଲା ତଦନ୍ତ 

ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ସମସ୍ତ ଏନ୍‌ଡିଏ ଶାସିତ ରାଜ୍ୟରେ ଲାଗୁ କରାଯିବା ନେଇ ସେ ଆଶାବାଦୀ ଅଛନ୍ତି । ଗୃହମନ୍ତ୍ରୀଙ୍କ ଏହି ବୟାନ ପରେ ଦେଶର ରାଜନୈତିକ ଏବଂ ଆଇନଗତ ସ୍ତରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
UCC ଆଇନ କଣ?

ଭାରତର ସମସ୍ତ ନାଗରିକଙ୍କ ପାଇଁ ଧର୍ମ ନିର୍ବିଶେଷରେ ଏକକ ବ୍ୟକ୍ତିଗତ ଆଇନ ଲାଗୁ କରିବା UCCର ମୁଖ୍ୟ ଉଦ୍ଦେଶ୍ୟ । ଭାରତୀୟ ସମ୍ବିଧାନର ରାଷ୍ଟ୍ର ନିର୍ଦ୍ଦେଶକ ନୀତି ଅନ୍ତର୍ଗତ ଧାରା ୪୪ରେ ଦେଶବ୍ୟାପୀ UCC ଲାଗୁ କରିବାକୁ ଦିଆଯାଇଛି ପରାମର୍ଶ ।

ବର୍ତ୍ତମାନ ଭାରତରେ ହିନ୍ଦୁ, ମୁସଲମାନ, ଖ୍ରିଷ୍ଚିଆନ୍ ଓ ଶିଖ୍ ସମ୍ପ୍ରଦାୟ ପାଇଁ ଅଲଗା ବ୍ୟକ୍ତିଗତ ଆଇନ ରହିଛି । UCC ଲାଗୁ ହେଲେ ସମସ୍ତ ଧର୍ମର ଲୋକଙ୍କ ପାଇଁ ବିବାହ ପଞ୍ଜୀକରଣ, ବୟସ ଓ ଛାଡ଼ପତ୍ର ନିୟମ ସମାନ ହେବ ।

ପୈତୃକ ସମ୍ପତ୍ତି ଓ ଉତ୍ତରାଧିକାରୀ ସୂତ୍ରରେ ମାଲିକାନା ପାଇବା କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ପାଇଁ ସମାନ ଆଇନ ରହିବ । ଏହି ଆଇନ ଆସିଲେ ଏକାଧିକ ବିବାହ କରିବା ପ୍ରଥା ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ ଏବଂ ଏହା ସମସ୍ତଙ୍କ ପାଇଁ ବେଆଇନ ହେବ ।

ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ADC ଭାବେ ସ୍ଵେଚ୍ଛାକୃତ ଅବସର ପରେ ଋଷଭ କହିଦେଲେ ବଡ଼ କଥା... 

ଫେବୃଆରୀ ୨୦୨୪ରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ UCC ବିଲ୍ ପାସ୍ କରିଥିଲା ଓ ଜାନୁଆରୀ ୨୦୨୫ରୁ ଏହାକୁ ସମ୍ପୂର୍ଣ୍ଣ ଲାଗୁ କରିଛି । ଗୁଜରାଟ, ଆସାମ ଓ ମଧ୍ୟପ୍ରଦେଶ ମଧ୍ୟ UCC ପାଇଁ ଆଇନଗତ ପ୍ରକ୍ରିୟା ଶେଷ କରିଛନ୍ତି । ୨୦୨୯ ସୁଦ୍ଧା ସମସ୍ତ ଏନଡିଏ ଶାସିତ ରାଜ୍ୟରେ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଆଇନ ଦ୍ୱାରା ସମସ୍ତ ଧର୍ମର ମହିଳାମାନେ ସମାନ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇପାରିବେ । ସମଗ୍ର ଦେଶରେ ଏକକ ନାଗରିକ ନୀତି ଏବଂ ସମାନ ଆଇନ ମାଧ୍ୟମରେ ଜାତୀୟ ଏକତା ଓ ଅଖଣ୍ଡତାକୁ ମଜଭୁତ କରିବା ଏହାର ମୂଳ ଲକ୍ଷ୍ୟ ।