President ADC / ରାଷ୍ଟ୍ରପତିଙ୍କ ADC ଭାବେ ସ୍ଵେଚ୍ଛାକୃତ ଅବସର ପରେ ଋଷଭ କହିଦେଲେ ବଡ଼ କଥା...
·1 hour ago·2 min read

Key Points
କେମିତି ହୋଇଥାଏ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ADCଙ୍କ ଜୀବନ ? ସେ କାହିଁକି କରିପାରନ୍ତି ନାହିଁ ବିବାହ ? ପ୍ରାୟ ୩ ବର୍ଷ ଧରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ରହିଥିବା ମେଜର ଋଷଭ ସିଂହ ସାମ୍ବ୍ୟାଲ କହିଛନ୍ତି ଗୁମର କଥା ।
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ସହ ସବୁବେଳେ ଉପସ୍ଥିତ ରହୁଥିବା ADC ଅର୍ଥାତ୍ Aide-de-Campଙ୍କ ଜୀବନ ବାହାରୁ ଯେତିକି ପ୍ରତିଷ୍ଠିତ ଦେଖାଯାଏ, ତା ପଛରେ ରହିଛି ନିଜ ଜୀବନରେ ସେତିକି ବଡ଼ ତ୍ୟାଗ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ADC ମେଜର ଋଷଭ ସିଂହ ସାମ୍ବ୍ୟାଲ ଏକ ପଡକାଷ୍ଟରେ ଏନେକ ବଡ଼ କଥା କହିଛନ୍ତି ।
ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ADC ଥିବାବେଳେ ତାଙ୍କ ଉପରେ ଥିବା ଦାୟିତ୍ଵ ସହ ବ୍ୟକ୍ତିଗତ ଜୀବନରେ ହରାଇଥିବା ମୁହୂର୍ତ୍ତ ବାବଦରେ କହିଛନ୍ତି । ପ୍ରାୟ ୩ ବର୍ଷ ଧରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ରହିଥିବା ମେଜର ଋଷଭ ସିଂହ ସାମ୍ବ୍ୟାଲ କହିଛନ୍ତି, "ରାଷ୍ଟ୍ରପତିଙ୍କ ADC ପାଇଁ ଏକ କ୍ଲଜ୍ ରହିଛି । ଯାହା ପ୍ରକାରେ କାର୍ଯ୍ୟକାଳ ସମୟରେ ବିବାହ ହୋଇପାରିବ ନାହିଁ ।" ଏଥିସହ ସେ ପରିବାରଠାରୁ ଦୂରରେ ରହିବା ଏବଂ ସ୍ଵାଭାବିକ ଜୀବନ ବିତାଇ ନ ପାରିବା ସବୁଠୁ ବଡ଼ ତ୍ୟାଗ ବୋଲି କହିଛନ୍ତି ଋଷଭ ।
ଏଥିସହ ପଢ଼ନ୍ତୁ: ‘ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ସେନା’, ଦିଲ୍ଲୀରେ ବଡ଼ ବୟାନ ଦେଲେ ରାଜନାଥ ସିଂହ
ପଡକାଷ୍ଟରେ ରାଜ ଶମାନି, ମେଜର ଋଷଭଙ୍କୁ ପଚାରିଥିଲେ ରାଷ୍ଟ୍ରପତିଙ୍କ ADC ଭାବେ ତାଙ୍କ ଜୀବନରେ ସେ କଣ ତ୍ୟାଗ କରିଛନ୍ତି । ଯାହାର ଉତ୍ତରରେ ରିଷଭ କହିଛନ୍ତି, "ମୁଁ ବିବାହ କରିନାହିଁ ଏବଂ ରାଷ୍ଟ୍ରପତିଙ୍କ ADCଙ୍କ ପାଇଁ ବିବାହ ନଇ ପ୍ରାବଧାନ ରହିଛି । ADC ପଦରେ ପରିବାର ଠାରୁ ଦୂରରେ ରହିବା ପଡ଼େ । ସ୍ଵାଭାବିକ ଜୀବନ ବିତାଇବା ସୀମିତ ହୋଇଯାଏ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରପତିଙ୍କ ADC ଜୀବନରେ ଏତେ ଅନ୍ତର କାହିଁକି ?
ADC ସବୁବେଳେ ରାଷ୍ଟ୍ରପତିଙ୍କ ଘନିଷ୍ଠ ରହି କାମ କରିଥାନ୍ତି । ତାଙ୍କର ଦାୟିତ୍ଵ କେବଳ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଛିଡ଼ା ହେବା ନୁହେଁ । ବରଂ ପ୍ରୋଟୋକଲ୍, କାର୍ଯ୍ୟକ୍ରମ ଓ ରାଷ୍ଟ୍ରପତିଙ୍କ ଆବଶ୍ୟକତା ଅନୁସାରେ କାମ ଦେଖିବାକୁ ପଡ଼ିଥାଏ ।
ଏଭଳି ସ୍ଥିତିରେ ଅଧିକାରୀଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼େ । ଋଷଭ କହିଛନ୍ତି, "ରାଷ୍ଟ୍ରପତିଙ୍କ ସହ କାମ କରିବା ବେଳେ ପାଖରେ ସାମାନ୍ୟ ଜୀବନ ବିତାଇବା ପାଇଁ କମ୍ ସମୟ ଥାଏ । ବନ୍ଧୁଙ୍କ ସହ ବାହାରକୁ ଯିବା କିମ୍ବା ସାଧାରଣ ଲୋକ ଭଳି ନିଜ ଜୀବନ ଜିଇଁବା ସହଜ ନୁହେଁ ।"
ଏଥିସହ ପଢ଼ନ୍ତୁ: ହାତରେ ହାତ ଆଉ ମୁହଁରେ ହସ… BRICSରୁ ଆସିଲା ପିଏମ୍ ମୋଦି, ପୁଟିନ୍ ଓ ଜିନପିଙ୍ଗଙ୍କ ଫଟୋ
ଋଷଭ ପଡକାଷ୍ଟରେ ନିଜ ଜୀବନକୁ ନେଇ ସ୍ପଷ୍ଚ ଶବ୍ଦରେ କହିଛନ୍ତି, "ରାଷ୍ଟ୍ରପତିଙ୍କ ସହ ସେବା ବେଳେ ମୁଁ ସାଧାରଣ ଲୋକ ଭଳି ବାହାରକୁ ଯାଇ ଜୀବନର ଆନନ୍ଦ ଉଠାଇ ପାରୁ ନଥିଲି ।"
ଅର୍ଥାତ୍ ଏହି ପଦର ଦାୟିତ୍ଵ କେବଳ ଘଣ୍ଟା ଘଣ୍ଟା ଡ୍ୟୁଟି ନୁହେଁ । ରାଷ୍ଟ୍ରପତିଙ୍କ ସୁରକ୍ଷା, କାର୍ଯ୍ୟକ୍ରମ ଓ ଆବଶ୍ୟକତା ପୂରଣ କରିବାକୁ ପଡ଼େ । ଏଥିପାଇଁ ବ୍ୟକ୍ତିଗତ ସମ୍ପର୍କ ଓ ସ୍ଵାଭାବିକ ସାମାଜିକ ଜୀବନ ପାଇଁ ସମୟ ବାହାର କରିବା ମୁସ୍କିଲ୍ ହୋଇ ପଡ଼ିଥାଏ ବୋଲି କହିଛନ୍ତି ମେଜର ଋଷଭ ସିଂହ ।

Related Topics
Explore more stories