Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜେଡି ବିରୋଧରେ ଅମିତ ଶାହଙ୍କ କୋଠର ଆଭିମୁଖ୍ୟ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ବିରୋଧରେ ଅମିତ ଶାହଙ୍କ କୋଠର ଆଭିମୁଖ୍ୟ

ଭୁବନେଶ୍ୱର/ନୂଆଦିଲ୍ଲୀ:  ବିଜେଡି ବିରୋଧରେ ଅମିତ୍ ଶାହଙ୍କ କଡ଼ା ଆଭିମୁଖ୍ୟ । ଏଥର ନବୀନଙ୍କ ସହ ଆମ୍ନାସାମ୍ନା ଲଢ଼େଇ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ଦୃଢ଼ ମତ ରହିଛି। ଓଡ଼଼ିଆ ଭାଷା, ସଂସ୍କୃତି ଓ ରାଜ୍ୟ ଗୌରବର ସୁରକ୍ଷା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡି ସହ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଶାହ। ୨୦୧୯  ନିର୍ବାଚନ ସମୟରେ ବି ବିଜେଡି ପୋଡ଼ା ଟ୍ରାନ୍ସଫର୍ମରକୁ ଓପାଡି଼ ଫିଙ୍ଗି ଦେବାକୁ ଅମିତ୍ ଶାହ ଦେଇଥିଲେ ଆହ୍ଵାନ । ଏବେ ରାଜନୀତି ସମୀକ୍ଷକଙ୍କ ଅନୁସାରେ କେନ୍ଦ୍ରୀୟ ନେତୃତ୍ବଙ୍କ କଡ଼ା ଆଭିମୁଖ୍ୟ  ଓଡ଼ିଶାର ରାଜନୈତିକ ପାଣିପାଗକୁ ବଦଳାଇଦେବ। 

 ଆରପାର୍ ଲଢେଇ...ଜୋରଦାର ଲଢେଇ । ପଦ୍ମ VS. ଶଙ୍ଖ...ଫେସ ଟୁ ଫେସ । କୌଣସି ଦ୍ଵନ୍ଦ ନାହିଁ ବିଜେଡି ସହ ହେଉଛି ମୁହାଁମୁହିଁ ଲଢେଇ । ଓଡିଆ ଭାଷା, ସଂସ୍କୃତି, ଗର୍ବ ଓ ଅସ୍ମିତାର ରକ୍ଷା ପାଇଁ ବିଜେପି ଲଢୁ, ଏହା ଓଡିଶାବାସୀଙ୍କ ଇଚ୍ଛା । ଜାତୀୟ ଗଣ ମାଧ୍ୟମରେ ଶାହଙ୍କ ଏଭଳି କଡା ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତିରେ ବଡ ହଲଚଲ । ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାର ପୋଡା ଟ୍ରାନ୍ସଫର୍ମରକୁ ଓପାଡି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ଓଡିଶା ଗସ୍ତରେ ଆସି ବରଗଡ ସାଧାରଣ ସଭାରେ ଏଭଳି କଡା ବୟାନ ଦେଇଥିଲେ ଶାହ ।

ଓଡିଶା ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ତେଣୁ ଏହି ପୋଡା ଟ୍ରାନ୍ସଫର୍ମରକୁ ନବଦଳାଇ ଓପାଡିକି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ ।  ୨୪ ଲଢେଇ ପାଇଁ ସଂକଳ୍ପ ବଦ୍ଧ ବିଜେପି । ଦେଶରେ ମୋଦିଙ୍କ ନେତୃତ୍ଵରେ ବିଜେପି ଶାସିତ ରାଜ୍ୟ ଗୁଡିକରେ ବିକାଶର ଗତି ହୋଇଛି ବହୁ ଗୁଣିତ । ତେଣୁ ମୋଦିଙ୍କ ନେତୃତ୍ଵରେ ଓଡିଶା ବିକାଶର ଦାୟୀତ୍ଵ ମଧ୍ୟ ରାଜ୍ୟ ବାସୀ ଆମକୁ ଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ଅମିତ ଶାହ ।  ତେବେ ଶାହଙ୍କ ସ୍ପଷ୍ଟୋକ୍ତି ପରେ ବିଜେପି ମନୋବଳ ଆହୁରି ବଢିଛି ।  ଦଳ କହିଛି, ଓଡିଶାରେ ବିଜେଡି ଦୁର୍ବଳ । ସେମାନେ ସରକାରରୁ ଯାଉଛନ୍ତି ଏବଂ ବିଜେପି ଓଡିଶାରେ ସରକାର କରିବ । ତେଣୁ ବଞ୍ଚିବା ପାଇଁ ସେମାନେ ମେଣ୍ଟ କରିବାକୁ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । ଓଡିଆ ନାଁରେ ଅଣ ଓଡିଆ ଶାସନ କରୁଛନ୍ତି ।  ଓଡିଆ ଅସ୍ମିତା ଏବଂ ଓଡିଆତ୍ଵ, ଓଡିଆର ରକ୍ଷା ପାଇଁ ଲଢେଇ ଜୋରଦାର ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 ସେପଟେ ବିଜେଡିକୁ ନେଇ ଶାହଙ୍କ କଡା ଆଭୁିମୁଖ୍ୟ ଦ୍ଵାରା ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ବିଶ୍ଳେଷକ ।
 ୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୪ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ଏଥର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ସଫଳତା ଦେବ ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Amit Shah's tough stance against BJD. The Union Home Minister said that this time there will be a face-to-face fight with Naveen | Argus News