Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ 

National

ଆଜି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ 

ନୂଆଦିଲ୍ଲୀ : ଆଜି ବିଗ୍‌ ବିଙ୍କ ଜନ୍ମ ଦିନ । ୮୨  ବର୍ଷରେ ପାଦ ଥାପିଲେ ମହାନାୟକ  ଅମିତାଭ ବଚ୍ଚନ।  ଅମିତାଭ୍‌ ୫୫ ବର୍ଷ  ଧରି  ଦର୍ଶକଙ୍କୁ  ଏଣ୍ଟରଟେନ୍‌ କରିଆସୁଛନ୍ତି। ୧୩୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି  ଅମିତାଭ୍‌ ।  ନିଜ ଫିଲ୍ମ କ୍ୟାରିୟରରେ  ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏତେ ଲମ୍ବା କ୍ୟାରିୟର ମଧ୍ୟରେ, ତାଙ୍କ ଜୀବନର ଅନେକ ଅଜଣା କଥା ରହିଛି ।  ଯେମିତିକି  ଅମିତାଭ ବର୍ଷକୁ ୨ ଥର  ତାଙ୍କର ବାର୍ଥ ଡେ ସେଲିବ୍ରେଶନ  କରିଥାନ୍ତି। ଆସନ୍ତୁ ଜାଣିବା  କଣ ପାଇଁ ଦୁଇ ଥର ଜନ୍ମ ଦିନ ପାଳନ କରନ୍ତି ବିଗ ବି ।


ବିଗ୍‌ ବି ୧୮ ଅକ୍ଟୋବର  ୧୯୪୨ରେ ୟୁପିର  ଇହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ।  ଏହା  ତାଙ୍କର ଅରିଜିନାଲ ବାର୍ଥ ଡେ  ।  ତାଙ୍କର ଦିତ୍ୱୀୟ ବାର୍ଥ ଡେ ହେଉଛି  ୨ ଅଗଷ୍ଟରେ  ।  ୧୯୮୨ ରେ ଯେତେବେଳେ ଫିଲ୍ମ କୁଲି ର ସୁଟିଂ କରୁଥିଲେ  ସେହି ସମୟରେ ବିଗ ବି ଙ୍କ ସହ ବଡ ଦୁର୍ଘଟଣା ଘଟିଥିଲା।  ଏହି ଦୁର୍ଘଟଣାରୁ ମରୁ ମରୁ ବଞ୍ଚିଥିଲେ ଅମିତାଭ୍‌  । ସେହି ଦିନ ଥିଲା ଅଗଷ୍ଟ ୨ ତାରିଖ । ସେଥିପାଇଁ  ଦୁଇ ଥର ଜନ୍ମ ଦିନ ପାଳନ କରିଥାନ୍ତି ବିଗ୍‌ ବି। 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Amitabh Bachchan’s birthday | Argus News