Videos
|
National

Amitabh Bachchan Health / ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, ସପ୍ତାହେ ହେଲାଣି ବନ୍ଦ KBC ସୁଟିଂ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, ସପ୍ତାହେ ହେଲାଣି ବନ୍ଦ KBC ସୁଟିଂ
Amitabh Bachan

Key Points

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା
ସପ୍ତାହେ ହେଲାଣି ବନ୍ଦ KBC ସୁଟିଂ ରହିଛି 
ସ୍ୱାସ୍ଥ୍ୟରେ ଉନ୍ନତି ହେଲେ ଆସନ୍ତା ସପ୍ତାହରେ ସୁଟିଂ ଆରମ୍ଭ ହୋଇପାରେ
ମୁମ୍ବାଇ୦୮/୧୧: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ତାଙ୍କ ଲୋକପ୍ରିୟ କୁଇଜ୍ ଶୋ' ‘କୌନ୍ ବନେଗା କରୋଡ଼ପତି’ (KBC)ର ସୁଟିଂ ଗତ ଏକ ସପ୍ତାହ ଧରି ବନ୍ଦ ରହିଥିବା ଖବର ସାମ୍ନାକୁ ଆସିଛି। ଅମିତାଭଙ୍କ ଅସୁସ୍ଥତା କାରଣରୁ ନୂଆ ଏପିସୋଡ୍‌ର ସୁଟିଂ ସ୍ଥଗିତ ରଖାଯାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। 

ଅମିତାଭ କିଛି ସମୟ ଧରି ଅସୁସ୍ଥ ଅନୁଭବ କରୁଛନ୍ତି। ଏଥିପାଇଁ ନିର୍ମାତାମାନେ ନୂଆ ଏପିସୋଡ୍‌ର ସୁଟିଂ ବନ୍ଦ ରଖିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲେ ଆସନ୍ତା ସପ୍ତାହରେ ପୁଣି ସୁଟିଂ ଆରମ୍ଭ ହୋଇପାରେ। ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରୁଛି।

‘ରାମାୟଣ’ ଟିମ୍ ସହ ସୁଟିଂ ହୋଇଥିଲା ଶେଷ ଏପିସୋଡ୍

ସୁଟିଂ ବନ୍ଦ ହେବା ପୂର୍ବରୁ KBCର ଶେଷ ବଡ଼ ସେଲିବ୍ରିଟି ଏପିସୋଡ୍‌ର ସୁଟିଂ ହୋଇଥିଲା। ଏଥିରେ ଅଭିନେତା ରଣବୀର କପୁର, ସାଇ ପଲ୍ଲବୀ ଏବଂ ରବି ଦୁବେ ଯୋଗ ଦେଇଥିଲେ। ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଚାର ପାଇଁ ଏହି ତିନି କଳାକାର ଶୋ'ରେ ପହଞ୍ଚିଥିଲେ। ପ୍ରଥମେ ଏହି ସ୍ୱତନ୍ତ୍ର ଏପିସୋଡ୍‌କୁ ଫିଲ୍ମ ରିଲିଜ୍ ସମୟରେ ପ୍ରସାରଣ କରିବାକୁ ଯୋଜନା ଥିଲା। କିନ୍ତୁ ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ସୁଟିଂ ଯୋଜନା ପ୍ରଭାବିତ ହେବାରୁ ଚ୍ୟାନେଲ ଏହାକୁ ଦୀପାବଳି ସ୍ୱତନ୍ତ୍ର ସପ୍ତାହରେ ପ୍ରସାରଣ କରିଥିଲା।

ପଢନ୍ତୁ ଏହି ଖବର: ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ… ଅମିତାଭ ବଚ୍ଚନଙ୍କ ଫଟୋ, ସ୍ୱର ଓ ନାମ ବ୍ୟବହାର ପୂର୍ବରୁ ନେବାକୁ ପଡ଼ିବ ଅନୁମତି

ବ୍ଲଗ୍‌ରେ କ'ଣ ଲେଖିଲେ ଅମିତାଭ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ଶନିବାର ନିଜ ବ୍ଲଗ୍‌ରେ ଅମିତାଭ ନିଜ ଦୈନନ୍ଦିନ ଜୀବନ ଏବଂ କାମକୁ ଫେରିବା ନେଇ ମନର କଥା ଲେଖିଛନ୍ତି। ସେ ଧୀରେ ଧୀରେ ନିଜର ପୁରୁଣା ଦିନଚର୍ଯ୍ୟାକୁ ଫେରୁଥିବା କହିଛନ୍ତି। ଦୀର୍ଘ ସମୟ ଧରି ନିୟମିତ ରୁଟିନ୍‌ଠାରୁ ଦୂରେଇ ରହିବା ପରେ ପୁଣି ସେହି ଜୀବନଶୈଳୀକୁ ଫେରିବା ସହଜ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରିକି ଅନେକ ସମୟରେ ଚଷମା, ମୋବାଇଲ୍ ଫୋନ୍ ଏବଂ କିଛି ଘଣ୍ଟା ପୂର୍ବରୁ କରିଥିବା କାମ ମଧ୍ୟ ମନେ ରହୁନଥିବା କଥା ସେ ଲେଖିଛନ୍ତି। ହେଲେ ଅଷ୍ଟମ ଶ୍ରେଣୀର ସ୍କୁଲ୍ ଦିନର ଅନେକ କଥା ଏବେ ବି ତାଙ୍କର ମନେ ଅଛି ବୋଲି କହିଛନ୍ତି।ନିଜ ବ୍ଲଗ୍ ପାଠକ, ପ୍ରତି ରବିବାର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ପ୍ରଶଂସକ ଏବଂ KBC ଦର୍ଶକଙ୍କ ସହ ଯୋଡ଼ି ହେବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ମଧ୍ୟ ଅମିତାଭ ଲେଖିଛନ୍ତି।

ତେବେ ଅମିତାଭଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ବିସ୍ତୃତ ଅଫିସିଆଲ୍ ମେଡିକାଲ୍ ବୁଲେଟିନ୍ ସାମ୍ନାକୁ ଆସିନାହିଁ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଏବଂ KBC ସୁଟିଂ ପୁଣି କେବେ ଆରମ୍ଭ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।