Amitabh Ignores Bomb Threat / ବୋମା ଧମକକୁ ଖାତିର କଲେନି ବିଗ ବି, ଜଲସା ବାହାରେ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ ବଚ୍ଚନ
·2 hours ago·1 min read

Key Points
ବୋମା ଧମକକୁ ଖାତିର କଲେନି ବିଗ ବି
ଜଲସା ବାହାରେ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ ବଚ୍ଚନ
କିଛି ଦିନ ତଲେ ଅମିତାଭଙ୍କୁ ମିଳିଥିଲା ଧମକ

ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କ ପ୍ରଶଂସକ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପୁଣିଥରେ ଦେଖିବାକୁ ମିଳିଛି। ନିଜ ବଙ୍ଗଳା ‘ଜଳସା’କୁ ବୋମାରେ ଉଡ଼ାଇଦେବାର ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ରବିବାରର ପୁରୁଣା ପରମ୍ପରା ଭାଙ୍ଗିନାହାନ୍ତି ବିଗ୍ ବି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଘର ବାହାରକୁ ଆସି ପ୍ରଶଂସକଙ୍କୁ ଭେଟିଛନ୍ତି ଏହି ବର୍ଷୀୟାନ ଅଭିନେତା।
ପ୍ରତି ରବିବାର ସନ୍ଧ୍ୟାରେ ମୁମ୍ବାଇରେ ଅମିତାଭଙ୍କ ବାସଭବନ ‘ଜଳସା’ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଥାଏ। ନିଜ ପ୍ରିୟ ଅଭିନେତାଙ୍କର ଝଲକ ପାଇବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି। ଅମିତାଭ ମଧ୍ୟ ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଥାନ୍ତି। ତେବେ ଏଥରର ରବିବାର ତାଙ୍କ ପାଇଁ ଟିକେ ଭିନ୍ନ ଥିଲା।
ଶୁକ୍ରବାର ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC) ଅଞ୍ଚଳର ଏକ ସ୍କୁଲକୁ ଅମିତାଭଙ୍କ ବଙ୍ଗଳାକୁ ଟାର୍ଗେଟ୍ କରି ବୋମା ଧମକ ଥିବା ଇମେଲ୍ ମିଳିଥିଲା। ଏହା ପରେ ପୁଲିସ ସତର୍କ ହେବା ସହ ତାଙ୍କ ବାସଭବନର ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଏହି ଧମକ ଘଟଣାର ତଦନ୍ତ ମଧ୍ୟ ଚାଲିଛି।
ପଢନ୍ତୁ ଏହି ଖବର: ଅମିତାଭ ବଚ୍ଚନଙ୍କୁ ମିଳିଲା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମୟରେ ଅମିତାଭଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସେ ବାପାଙ୍କ ପଛରେ ଠିଆ ହୋଇ ଆଖପାଖର ପରିସ୍ଥିତି ଉପରେ ନଜର ରଖିଥିବା ଦେଖାଯାଇଥିଲା।
ଅନ୍ୟପଟେ, ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରହିଛନ୍ତି। ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ନେଇ ସେ ପୂର୍ବରୁ ସୂଚନା ଦେଇଥିଲେ। ଏହା ସତ୍ତ୍ୱେ ପ୍ରଶଂସକଙ୍କ ସହ ତାଙ୍କର ଏହି ସାକ୍ଷାତ ପୁଣିଥରେ ତାଙ୍କ ଓ ପ୍ରଶଂସକଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସାମ୍ନାକୁ ଆଣିଛି।

Related Topics
Explore more stories