Videos
|
National

Amitabh Bachchan Receives Threat / ଅମିତାଭ ବଚ୍ଚନଙ୍କୁ ମିଳିଲା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Bikash Mohanty
Browse all articles by Bikash Mohanty
·1 hour ago·1 min read
ଅମିତାଭ ବଚ୍ଚନଙ୍କୁ ମିଳିଲା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Amitabh Bachan

Key Points

ଅମିତାଭ ବଚ୍ଚନଙ୍କୁ ମିଳିଲା ଧମକ
ପଞ୍ଜାବୀ ଗାୟକ ଦିଲଜିତଙ୍କୁ ବୋମା ଧମକ
ମୁମ୍ବାଇ ମେୟର ରିତୁ ତାୱଡେଙ୍କୁ ଇମେଲ୍ ଆସିଛି ଧମକ
ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି
ମୁମ୍ବାଇ,୨୩/୧୦ :  କିଛିଦିନ ଦଳେ ବଲିଉଡ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା ପରେ ଏବେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ବୋମା ଧମକ ମିଳିଛି । ମୁମ୍ବାଇର ମେୟର ରିତୁ ତାୱଡେଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ପୋଲିସ କହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲରେ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ଜଲସା ବଙ୍ଗଳାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହା ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାର୍ ର ପ୍ରତିଶୋଧ ବୋଲି ଇମେଲରେ ଦାବି କରାଯାଇଛି । ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଛି ।

ପଢନ୍ତୁ ଏହି ଖବର: ବୟସକୁ ମାତ୍ ଦେଉଛି ଗ୍ଲାମର୍ ,୫୩ ବର୍ଷରେ ବି ମଲାଇକା ଦେଖାଉଛନ୍ତି ଜଲୱା

ଏହି ଇମେଲରେ ଦିଲଜିତ୍ ଦୋସାଞ୍ଜଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିବା ଘଟଣାକୁ ଏହାର କାରଣ ଭାବେ ଦର୍ଶାଯାଇଛି । ନଭେମ୍ବର ୨୭ରେ ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସରେ ଦିଲଜିତଙ୍କ ଉପରେ ବୋମା ଓ ଆତ୍ମଘାତୀ ଆକ୍ରମଣ କରିବାର ଧମକ ଦିଆଯାଇଛି । ତେବେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ । ଟାଇଗରଙ୍କୁ ଗୁଳିମାଡ଼ ଘଟଣା ପରେ ବଲିଉଡରେ ଭୟର ବାତାବରଣ ରହିଛି । ସଲମାନ ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ସୁରକ୍ଷା ବଢିଯାଇଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: