Videos
|
National

Amitabh Bachan Returns / ସୁସ୍ଥ ହୋଇ KBC ମଞ୍ଚକୁ ଫେରିଲେ ବିଗ୍ ବି ! ପ୍ରତିଯୋଗୀଙ୍କ ପ୍ରଶ୍ନରେ ଅମିତାଭ ଦେଲେ ଏହି ଉତ୍ତର

Bikash Mohanty
Browse all articles by Bikash Mohanty
·1 hour ago·2 min read
ସୁସ୍ଥ ହୋଇ KBC ମଞ୍ଚକୁ ଫେରିଲେ ବିଗ୍ ବି ! ପ୍ରତିଯୋଗୀଙ୍କ ପ୍ରଶ୍ନରେ ଅମିତାଭ ଦେଲେ ଏହି ଉତ୍ତର
Amitabh Bachan

Key Points

ସୁସ୍ଥ ହୋଇ KBC ମଞ୍ଚକୁ ଫେରିଲେ ବିଗ୍ ବି!
ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ
ସ୍ୱାସ୍ଥ୍ୟଗତ କାରଣରୁ ବିରତି ନେଇଥିଲେ ଅମିତାଭ
ମୁମ୍ବାଇ,୧୩/୧୧: ପୁଣି ଥରେ ଟିଭି ପରଦାରେ ଦେଖିବାକୁ ମିଳିବ ବିଗ୍ ବିଙ୍କ ଦମଦାର ଅନ୍ଦାଜ। ସ୍ୱାସ୍ଥ୍ୟଗତ କାରଣରୁ କିଛି ଦିନର ବିରତି ପରେ ‘କୌନ୍ ବନେଗା କରୋଡ଼ପତି’ (KBC) ସିଜିନ୍‌ ୧୮ର ସେଟ୍‌କୁ ଫେରିଛନ୍ତି ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ। ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଶୋ’ର ନିର୍ମାତାଙ୍କ ପକ୍ଷରୁ ଏକ ନୂଆ ପ୍ରୋମୋ ଜାରି କରାଯାଇଛି। ଏଥିରେ ଅମିତାଭଙ୍କୁ ପୁଣି ଥରେ KBC ମଞ୍ଚରେ ଦେଖିବାକୁ ମିଳିଛି।

ଗତ କିଛି ଦିନ ଧରି ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ଡାକ୍ତରଙ୍କ ପରାମର୍ଶରେ ସେ କିଛି ଦିନ ବିଶ୍ରାମ ନେବା ସହ ସୋସିଆଲ ମିଡିଆରେ ନିୟମିତ ପୋଷ୍ଟ କରିବାରୁ ମଧ୍ୟ ବିରତି ନେଇଥିଲେ। ଏବେ ପୁଣି ଥରେ କାମକୁ ଫେରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ପ୍ରଶଂସକଙ୍କୁ ଦେଲେ ଦୀପାବଳି ଶୁଭେଚ୍ଛା

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଜାରି ପ୍ରୋମୋରେ ଅମିତାଭ ପ୍ରଥମେ ଦର୍ଶକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ନିଜ ପରିବାର ସହ ଦୀପାବଳି ପାଳନ କରିଥିବା କଥା କହିବା ସହ KBC ମଞ୍ଚକୁ ନିଜର ଆଉ ଏକ ଘର ବୋଲି କହିଛନ୍ତି। ଦର୍ଶକଙ୍କ ଭଲପାଇବା, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।

ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍‌ର ଏହି ତାରକା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱାସ୍ଥ୍ୟ ବିଷୟରେ ପଚାରିଲେ ପ୍ରତିଯୋଗୀ

ପ୍ରୋମୋର ଏକ ଦୃଶ୍ୟରେ ଜଣେ ପ୍ରତିଯୋଗୀ ସିଧାସଳଖ ଅମିତାଭଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଛନ୍ତି। ଏହାର ଉତ୍ତରରେ ବିଗ୍ ବି ନିଜର ଚିରାଚରିତ ଶୈଳୀରେ ପ୍ରଶ୍ନକୁ ଓଲଟାଇ ପ୍ରତିଯୋଗୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ କଥା ପଚାରିଥିଲେ। ପ୍ରତିଯୋଗୀ ଭଲ ଥିବା କହିବା ପରେ ଅମିତାଭ କହିଥିଲେ, “ଆପଣ ଠିକ୍ ଅଛନ୍ତି ଯଦି, ତେବେ ଆମେ ମଧ୍ୟ ଠିକ୍ ଅଛୁ।”। ଏହା ସହ ସେ କହିଛନ୍ତି, ସମସ୍ତଙ୍କ ଭଲପାଇବା, ପ୍ରାର୍ଥନା ଓ ଆଶୀର୍ବାଦ ବଳରେ ସେ ପୁଣି ଥରେ KBC ମଞ୍ଚକୁ ଫେରିଛନ୍ତି। ପୂର୍ବଭଳି ଉତ୍ସାହ ଓ ହସ ସହ ନୂଆ ଏପିସୋଡ୍‌ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବେ ବୋଲି ସେ କହିଛନ୍ତି।

କେବେ ଦେଖିବେ ନୂଆ ଏପିସୋଡ୍‌?

ଅମିତାଭଙ୍କ ପ୍ରତ୍ୟାବର୍ତ୍ତନ ସହ KBC ୧୮ର ନୂଆ ଏପିସୋଡ୍‌ ପାଇଁ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ନଭେମ୍ବର ୧୬ ତାରିଖ ସୋମବାର ରାତି ୯ଟାରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଓ ସୋନିଲିଭ୍‌ରେ ନୂଆ ଏପିସୋଡ୍‌ ପ୍ରସାରଣ ହେବ। ଏବେ ପୁଣି ଥରେ ବିଗ୍ ବିଙ୍କ ହୋଷ୍ଟିଂ ଓ ପ୍ରତିଯୋଗୀଙ୍କ ସହ ତାଙ୍କ ମଜାଦାର କଥାବାର୍ତ୍ତା ଦେଖିବାକୁ ମିଳିବ।