Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; କାରଖାନାରେ ଥିଲେ ୬୫ରୁ ଅଧିକ ଶ୍ରମିକ, ୭ ମୃତ

National

Toxic Gas Leak / ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; କାରଖାନାରେ ଥିଲେ ୬୫ରୁ ଅଧିକ ଶ୍ରମିକ, ୭ ମୃତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; କାରଖାନାରେ ଥିଲେ ୬୫ରୁ ଅଧିକ ଶ୍ରମିକ, ୭ ମୃତ
Seafood Factory Tragedy in Tamil Nadu

Key Points

ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍‌ ହୋଇ ଚାଲିଗଲା ୭ ଜଣଙ୍କ ଜୀବନ । ୪୦ରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି ।
ଚେନ୍ନାଇ: ରବିବାର ଅପରାହ୍ଣରେ ବଡ଼ ଅଘଟଣ । ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍‌ ହୋଇ ଚାଲିଗଲା ୭ ଜଣଙ୍କ ଜୀବନ । ୪୦ରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଗୁରୁତର । ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲାରେ ଏହି ଅଘଟଣ ଘଟିଛି । ଆମୋନିଆ ଗ୍ଯାସ୍ ଲିକ୍ ହେବାରୁ ୭ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି ।

ପୋରିୟାପାଲୟମ୍ ନିକଟ କନ୍ନିଗାପେର୍ ଗାଁ ନିକଟରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ପ୍ରୋସେସିଂ ଆଣ୍ଡ୍ ଏକ୍ସପୋର୍ଟ କମ୍ପାନୀର ଏହି ଅଘଟଣ ଘଟିଛି । ଆମୋନିଆ ଗ୍ୟାସ୍ ଲିକ୍ ବେଳେ ଫ୍ୟାକ୍ଟ୍ରିରେ ପ୍ରାୟ ୬୫ରୁ ଅଧିକ କର୍ମଚାରୀ ଥିଲେ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଚେତାବନୀ, ଯଦି ଇରାନ ସହ ଚୁକ୍ତି ନହୁଏ... ତେବେ ହର୍ମୁଜରେ ଆଦାୟ ହେବ ଟୋଲ 

ବିଷାକ୍ତ ଗ୍ୟାସ୍ ଲିକ୍ ହେବା ପରେ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଜୀବନ ବିକଳରେ ଯିଏ ଯେଉଁ ଆଡ଼େ ପାରିଲେ ଧାଇଁବାକୁ ଲାଗିଥିଲେ । ବର୍ତ୍ତମାନ ସୁଦ୍ଧା ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୭ ଜଣ ମହିଳା ପ୍ରାଣ ହରାଇଛନ୍ତି ।

ଉକ୍ତ ସି-ଫୁଡ୍ କାରଖାନାରେ ଉତ୍ତର ଭାରତୀୟ ରାଜ୍ୟର ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ । ଆମୋନିଆ ଗ୍ୟାସ୍ ଲିକ୍ ହେବା ପରେ ଶ୍ରମିକମାନେ ନିଶ୍ଵାସରେ ବାଧା ଅନୁଭବ କରିବା ସହ ମୁଣ୍ଡ ବୁଲାଇଥିଲା, ବାନ୍ତି ହୋଇଥିଲା ।

ଯାହା ପରେ କାରଖାନା କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଅସୁସ୍ଥ ଶ୍ରମିକମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କୁ ୱେଲ୍ସ ପ୍ରାଇଭେଟ୍ ମେଡିକାଲ୍ କଲେଜ ଓ ଭେଙ୍କଟଶ୍ଵର ପ୍ରାଇଭେଟ୍ ମେଡିକାଲ୍ କଲେଜରେ ଆଡମିଟ୍ କରାଯାଇଛି ।

ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଡାକ୍ତର ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । କିଛି ଶ୍ରମିକ ଅଚେତ୍ ହୋଇ ପଡ଼ିଥିବା ବେଳେ ଅନ୍ୟ କିଛି ଜଣଙ୍କ ନାକରୁ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି ।

ଥାନାରେ ମାମଲା, ମାଲିକ ଗିରଫ

ଏତେ ବଡ଼ ଅଘଟଣ ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରିଛି । ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରଖାନାର ୨ ଜଣ ମାଲିକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା କରିବା ସହ କେଉଁ ପରିସ୍ଥିତିରେ ଆମୋନିଆ ଗ୍ୟାସ୍ ଲିକ୍ ହେଲା ତଦନ୍ତ କରୁଛି ପୋଲିସ ।

ଏଥିସହ ପଢ଼ନ୍ତୁ: 'ସରି ସଞ୍ଜୟ'; କାହିଁକି ବୈଭବଙ୍କୁ ନେଇ ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର ? 

ତଦନ୍ତ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଅଘଟଣକୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଘଟଣାର ଗମ୍ଭୀରତାକୁ ଦେଖି ସମଗ୍ର ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି । ଗଠିତ କମିଟି ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଦେବ ଏବଂ ୩ ଦିନ ମଧ୍ୟରେ ବିସ୍ତୃତ ଯାଞ୍ଚ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored