Videos
|
National

Amritsar Airport Drone Sightings / ବିମାନ ବନ୍ଦର ପାଖରେ ନଜର ଆସିଲା ସଦିଗ୍ଧ ଡ୍ରୋନ୍; ଅସ୍ଥାୟୀ ଭାବରେ ବନ୍ଦ ହୋଇଗଲା ଉଡ଼ାଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବିମାନ ବନ୍ଦର ପାଖରେ ନଜର ଆସିଲା ସଦିଗ୍ଧ ଡ୍ରୋନ୍; ଅସ୍ଥାୟୀ ଭାବରେ ବନ୍ଦ ହୋଇଗଲା ଉଡ଼ାଣ
Amritsar Airport Drone Sightings

Key Points

ସନ୍ଦେହଜନକ କାର୍ଯ୍ୟକଳାପର ରିପୋର୍ଟ ପରେ ବିମାନବନ୍ଦରରେ ସୁରକ୍ଷା ସମୀକ୍ଷା କରାଯାଇଥିଲା। କର୍ତ୍ତୃପକ୍ଷ ଡ୍ରୋନ ପରି ବସ୍ତୁର ପ୍ରକୃତି ଏବଂ ସେମାନଙ୍କ ଗତିବିଧି ସମ୍ବନ୍ଧୀୟ ପରିସ୍ଥିତିର ତଦନ୍ତ କରୁଛନ୍ତି। 
ରବିବାର (ଅକ୍ଟୋବର ୧୧) ବିଳମ୍ବିତ ରାତିରେ, ପଞ୍ଜାବର ଅମୃତସର ସ୍ଥିତ ଶ୍ରୀଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳି ଯାଇଥିଲା ଆତଙ୍କ। ସ୍ଥାନୀୟ ରାଜସାଂସି ଅଞ୍ଚଳରେ ତିନୋଟି ସନ୍ଦେହଜନକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା। ଯାହା ପରେ ଅମୃତସର ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ତିନୋଟି ବିମାନକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଏବଂ ଆବଶ୍ୟକ ଯାଞ୍ଚ କରାଯିବା ପରେ, ପୁନର୍ବାର ବିମାନବନ୍ଦର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ରବିବାର ରାତି ପ୍ରାୟ ୦୯:୩୦ ସମୟରେ, ବିମାନବନ୍ଦରରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଯବାନ ଅଧିକ ଉଚ୍ଚତାରେ ଉଡ଼ୁଥିବା ପ୍ରାୟ ଦୁଇ ତିନୋଟି ଅଜଣା ବସ୍ତୁ ଦେଖିବାକୁ ପାଇଥିଲେ। ଏହି ଅଜଣା ଉଡ଼ନ୍ତା ବସ୍ତୁର ଗତିବିଧି ସନ୍ଦେହଜନକ ମନେକରି ସିଆଇଏସଏଫ (CISF) ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଅଧିକ ସୁରକ୍ଷା ସତର୍କତା ଅବଲମ୍ବନ କରାଯାଇଥିଲା। ଯାହା ପରେ ବିମାନ ସେବା ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୋଇଥିଲା।

ଏହା ସହ ପଢନ୍ତୁ: ଲକ୍ଷ୍ନୌ ବିମାନବନ୍ଦରର ଲେବର ରୁମ୍ ଠାରେ ଅଗ୍ନିକାଣ୍ଡ; କ୍ଷୟକ୍ଷତିର ନାହିଁ ସୂଚନା

ସନ୍ଦେହଜନକ ଡ୍ରୋନ୍ କାର୍ଯ୍ୟକଳାପ ସମ୍ପର୍କରେ ଜଣାପଡ଼ିବା ପରେ, ରାତି ପ୍ରାୟ ୦୯:୩୨ ସମୟରେ ଅମୃତସରରେ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ତିନୋଟି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଯେଉଁଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ମାଲେସିଆ ଏୟାରଲାଇନ୍ସ ବିମାନ ଅନ୍ତର୍ଭୁକ୍ତ ରହିଥିଲା।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀରୁ ଅମୃତସରକୁ ଆସୁଥିବା ଏୟାର ଇଣ୍ଡିଆ ବିମାନ AI-855 କୁ ପୁନର୍ବାର ଦିଲ୍ଲୀ ପଠାଇ ଦିଆଯାଇଥିଲା। ଏହି ସମୟରେ, ମୁମ୍ବାଇରୁ ଅମୃତସର ଯାଉଥିବା ଇଣ୍ଡିଗୋ ବିମାନ 6E-5028 କୁ ଚଣ୍ଡିଗଡ ଅଭିମୁଖେ ସ୍ଥାନାନ୍ତରିତ କରାଯାଇଥିଲା। କୁଆଲାଲାମ୍ପୁର ଠାରୁ ଅମୃତସର ଆସୁଥିବା ମାଲେସିଆ ଏୟାରଲାଇନ୍ସ ବିମାନ MH-118 କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଣ୍ଡିଗଡ ବିମାନବନ୍ଦର ପ୍ରବନ୍ଧକ ଇଣ୍ଡିଗୋ ବିମାନ 6E-5028 କୁ ସ୍ଥାନାନ୍ତର କରାଯାଇଥିବା ନେଇ ନିଶ୍ଚିତ କରିଛନ୍ତି। ଏହି ବିମାନ ରାତି ପ୍ରାୟ ୧୦:୩୦ ସମୟରେ ଚଣ୍ଡିଗଡ଼ ଠାରେ ପହଞ୍ଚିଥିଲା। ଯାହା ରାତି ପ୍ରାୟ ୧୧:୨୫ ସମୟରେ ଅମୃତସର ଅଭିମୁଖେ ପ୍ରସ୍ଥାନ କରିଥିଲା। ସଦିଗ୍ଧ ଗତିବିଧି ସମ୍ପର୍କରେ ଜଣାପଡ଼ିବା ପରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଥିଲା। ଅଧିକାରୀ ଡ୍ରୋନ ପରି ବସ୍ତୁର ପ୍ରକୃତି ଏବଂଏହାର ଗତିବିଧି ସମ୍ପର୍କରେ ଯାଞ୍ଚ କରୁଛନ୍ତି। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ, ଅମୃତସର ବିମାନବନ୍ଦର ନିକଟରେ ଡ୍ରୋନ ଗତିବିଧି ସମ୍ପର୍କରେ ଜଣାପଡ଼ିଥିଲା। ଯାହା ଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା। ଗତକାଲିର ଘଟଣା ପରେ, ବିମାନବନ୍ଦର ସୁରକ୍ଷା ଏବଂ ବିମାନ ଟ୍ରାଫିକ ସତର୍କତାକୁ ପୁଣି ଥରେ ବୃଦ୍ଧି କରାଯାଇଛି।