Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକ

ଅର୍ଗସ ବ୍ୟୁରୋ : ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି । ଜୁଲାଇ 22 ତାରିଖରୁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ ୧୨ ତାରିଖର ଶେଷ ହେବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ ତାରିଖରେ ୟୁନିଅନ ବଜେଟ ଉପସ୍ଥାପନ କରିବେ ।  ଏହା ପୂର୍ବରୁ ସୋମବାର  ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ। ଏକ ପ୍ରେସ ବାର୍ତ୍ତା ଜାରି କରି ସଂସଦୀୟ ବ୍ୟାପାର ମନ୍ତ୍ରାଳଣ ତରଫରୁ କୁହାଯାଇଛି କି ସଂସୀଦୀୟ ବ୍ୟାପର ମନ୍ତ୍ରୀ କିରନ ରିଜିଜୁ ସଂସଦର ଉଭୟ ଗୃହରେ ବୈଠକରେ ସାମିଲ ହେବେ । ଦିନ ୧୧ଟା ସମୟରେ ମୁଖ୍ୟ କମିଟି କକ୍ଷରେ  ଏହି ବୈଠକ ବସିବାକୁ ଯାଉଛି ।

ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ମୋଦି ସରକାର ଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ । ୬ ଟି ଗୁରୁତ୍ୱପୂର୍ଣ୍ଣ ବିଲ ଆସିପରେ। । ୯୦ ବର୍ଷର ପୁରୁଣା aircraft ବିଲ ବଦଳି  ଭାରତୀୟ ବାୟୂୟାନ ବିଧେୟକ ବିଲ ଆସିବ, ସେହିପରି ଅର୍ଥ ବିଲ, disaster management ( amendment ) ବିଲ ମଧ୍ୟ ଆସିବ। Coffee promotion and development ବିଲ, rubber promotion and development bill ଆସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
An all-party meeting of the central government ahead of the budget session | Argus News