୧୦୦ ସୁନାରେ ତିଆରି ଅନନ୍ତଙ୍କ ଜ୍ୟାକେଟ , ତିଆରି ପାଇଁ ଲାଗିଥିଲା ୬୦୦ ଘଣ୍ଟା

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଅମ୍ବାନୀ ପରିବାରର ବାହାଘର । ଯେଉଁଥିରେ ଖର୍ଚ୍ଚ ହୋଇଛି ପାଖଆପାଖି ୫ ହଜାର କୋଟି ଟଙ୍କା । ତେବେ ବର୍ତ୍ତମାନ ସୋସିଆଳ ମିଡିଆରେ ଅନନ୍ତ ଅମ୍ବାନୀଙ୍କ ଜ୍ୟାକେଟକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଅନନ୍ତ ନିଜ ଶଶ୍ବର ଘରକୁ ଯେଉଁ ଜ୍ୟାକେଟ ପିନ୍ଧଇ ଯାଥିଲେ ସେଥିରେ ୧୦୦ଟି ସୁନାର ପଥର ଲାଗିଥିବା ନିଜେ ମନିଷ ମାଲହୋତ୍ରା କହିଛନ୍ତି । ସେ କହିଛନ୍ତି ଏହି ଜ୍ୟାକେଟକୁ ତିଆରି କରିବାକୁ ୬୦୦ ଘଣ୍ଟା ସମୟ ଲାଗିଥିଲା । ଏହାକୁ ପୁରା ହାତରେ ତିଆରି କରାଯାଇଥିଲା ।
ଅଧିକ ପଢନ୍ତୁ : ଇଶାଙ୍କ ନେକଲେସକୁ ପ୍ରସ୍ତୁତ କରିଛନ୍ତି ୪ ହଜାର କାରିଗର
ଏହି ଜ୍ୟାକେଟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଥିମ ରହିଥିଲା । ଯେଉଁଥିରେ ପଦ୍ମ , ଗଛ, ଗାଇ, ମୟୂର ଇତ୍ୟାଦି ଚିତ୍ରିତ କରାଯାଇଥିଲା । ଜ୍ୟାକେଟରେ ଚିତ୍ର କରିବା ପାଇଁ ୧୧୦ ଘଣ୍ଟା ସମୟ ଲାଗିଥିଲା । ଏହାକୁ ଏପରି ଭାବେ ତିଆରି କରାଯାଇଥିଲା , ଯାହାକୁ ଦେଖିବା ମାତ୍ରେ ଆଖି ଝଲସି ଉଠୁଥିଲା । ସେହିପରି ରାଧିକାଙ୍କ ଏକ ଦୁପଟାରେ ଶ୍ରୀକୃଷ୍ଣଙ୍କ ଏକ ଫଟୋ ରହିଥିଲା । ବିଶେଷ ଭାବେ ଉଭୟଙ୍କ ପରିବାର ବାହାଘରରେ ସମ୍ପୁର୍ଣ୍ଣ ଆଧ୍ୟାତ୍ମିକତାର ଚିତ୍ର ରହିଥିଲା । ସବୁ ରୀତିନୀତିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏବଂ ସଂସ୍କୃତି ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।