Anaya Post Viral / ପୁଣି ଚର୍ଚ୍ଚାରେ ପୁଅରୁ ଝିଅ ହୋଇଥିବା କ୍ରିକେଟର୍ ଅନୟା, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ୍
·1 hour ago·2 min read

Key Points
ପୁଣି ଚର୍ଚ୍ଚାରେ ପୁଅରୁ ଝିଅ ହୋଇଥିବା କ୍ରିକେଟର୍ ଅନୟା
ସୋସିଆଲ ମିଡିଆରେ ଅନୟାଙ୍କ ପୋଷ୍ଟ ଭାଇରାଲ୍
ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନୟା

ନୂଆଦିଲ୍ଲୀ: ପୁଅରୁ ଝିଅ ପାଳଟିଛନ୍ତି ଅନୟା ବାଙ୍ଗର। ଅନୟା ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ। ଏବେ ସେ ପୁଣି ଚର୍ଚ୍ଚାରେ। ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ ସେ ପ୍ରାୟତଃ ଲାଇମଲାଇଟ୍ରେ ରହିଥାନ୍ତି। ତେବେ ଏଥର ତାଙ୍କ ଚର୍ଚ୍ଚାର କାରଣ ହେଉଛି ତାଙ୍କ ହାତରେ ଥିବା ସ୍ମାର୍ଟଫୋନ୍।
ଭାରତୀୟ କ୍ରିକେଟ୍ ଜଗତରେ ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ନାଁ ବେଶ୍ ପରିଚିତ। କିନ୍ତୁ ଏବେ ତାଙ୍କ ଝିଅ ଅନୟା ବାଙ୍ଗର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। କ୍ରିକେଟ୍, ସୋସିଆଲ ମିଡିଆ ଏବଂ ନିଜ ଜୀବନର ଯାତ୍ରାକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି।
ଅନୟାଙ୍କ ମୂଳ ନାମ ଆର୍ଯ୍ୟନ ବାଙ୍ଗର। ସେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ପାଲଟିଛନ୍ତି। ଏଥିରେ ତାଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା। ତଥାପି ସେ ନିଜ ପରିଚୟ ଏବଂ ନିଜ ପସନ୍ଦର ଜୀବନ ବଞ୍ଚିବା ନେଇ ଖୋଲାଖୋଲି ଭାବେ କଥା କହିଛନ୍ତି।
ପଢନ୍ତୁ ଏହି ଖବର: CSK ଉପରେ ବୋଝ ହେବାକୁ ଚାହୁଁନଥିଲେ ଧୋନି ! ବାଧ୍ୟ ହୋଇ ନେଲେ ଅବସର, ରୈନାଙ୍କ ବଡ଼ ଖୁଲାସା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରିକେଟ୍ରୁ ଆରମ୍ଭ ହୋଇଥିଲା ଯାତ୍ରା
ଅନୟାଙ୍କ ପିଲାଦିନରୁ କ୍ରିକେଟ୍ ପ୍ରତି ରହିଥିଲା ଗଭୀର ଆଗ୍ରହ। ବାପା ସଞ୍ଜୟ ବାଙ୍ଗରଙ୍କ ପରି ସେ ମଧ୍ୟ କ୍ରିକେଟ୍ରେ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ। ସେ ମୁମ୍ବାଇର ଅଣ୍ଡର-୧୬ ଏବଂ ପୁଡୁଚେରୀର ଅଣ୍ଡର-୧୯ ଦଳ ପାଇଁ ଖେଳିଥିଲେ। ଏପରିକି ରାଜ୍ୟସ୍ତରୀୟ କ୍ରିକେଟ୍ରେ ମଧ୍ୟ ନିଜର ପ୍ରତିଭା ଦେଖାଇଥିଲେ।
ପୁଣି କ୍ରିକେଟ୍ ପଡ଼ିଆକୁ ଫେରିବା ଲକ୍ଷ୍ୟ
ଅନୟାଙ୍କ ଜୀବନରେ ଲିଙ୍ଗ ପରିବର୍ତ୍ତନର ଯାତ୍ରା ଆରମ୍ଭ ହେବା ପରେ କ୍ରିକେଟ୍ରୁ କିଛି ସମୟ ଦୂରେଇ ରହିବାକୁ ପଡ଼ିଥିଲା। କିନ୍ତୁ ଖେଳ ପ୍ରତି ତାଙ୍କର ଭଲପାଇବା କମିନଥିଲା। ୨୦୨୬ ଅଗଷ୍ଟରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ମହିଳା କମ୍ୟୁନିଟି କ୍ରିକେଟ୍ରେ ଖେଳିବା ପାଇଁ ଅନୁମତି ଦେଇଥିଲା। ତେବେ ଏଲିଟ୍ କ୍ରିକେଟ୍ ଏବଂ ମହିଳା ବିଗ୍ ବାଶ୍ ଲିଗ୍ରେ ଖେଳିବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡ଼ିବ।
ଅନୟାଙ୍କ ଲକ୍ଷ୍ୟ ହେଉଛି ପୁଣିଥରେ କ୍ରିକେଟ୍ ପଡ଼ିଆକୁ ଫେରି ନିଜ ପ୍ରଦର୍ଶନ ଜରିଆରେ ପରିଚୟ ସୃଷ୍ଟି କରିବା। ତାଙ୍କର ଏହି ଯାତ୍ରା କେବଳ କ୍ରିକେଟ୍ ନୁହେଁ, ବରଂ ନିଜ ପରିଚୟ ଓ ସ୍ୱପ୍ନ ପାଇଁ ସଂଘର୍ଷର ଏକ କାହାଣୀ

Related Topics
Explore more stories