Videos
|
Sports

Dhoni Retirement Reason / CSK ଉପରେ ବୋଝ ହେବାକୁ ଚାହୁଁନଥିଲେ ଧୋନି ! ବାଧ୍ୟ ହୋଇ ନେଲେ ଅବସର, ରୈନାଙ୍କ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·55 mins ago·2 min read
CSK ଉପରେ ବୋଝ ହେବାକୁ ଚାହୁଁନଥିଲେ ଧୋନି ! ବାଧ୍ୟ ହୋଇ ନେଲେ ଅବସର, ରୈନାଙ୍କ ବଡ଼ ଖୁଲାସା
MS Dhoni

Key Points

କାହିଁକି IPL ଛାଡ଼ିଲେ ମାହି ?
ଧୋନିଙ୍କ ଅବସର ପଛର ବଡ଼ ରହସ୍ୟ ଖୋଲିଲେ ସୁରେଶ ରୈନା
ଧୋନିଙ୍କ ଅବସର ପଛରେ ଏହି ବଡ଼ କାରଣ

ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମ୍‌ଏସ୍ ଧୋନି ଆଉ ଆଇପିଏଲ୍‌ରେ ଖେଳିବେ ନାହିଁ । ସେ ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଥିବା ବେଳେ ଏବେ ଆଇପିଏଲରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ।

୧୭ ନଭେମ୍ବରରେ ଆଇପିଏଲ୍ ୨୦୨୭ ପାଇଁ ରିଟେନସନ୍ ତାଲିକା ଜାରି ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଧୋନିଙ୍କ ଅବସର ନେଇ ବଡ଼ ଘୋଷଣା କରିଥିଲା । ଧୋନି ଏବେ ଆଇପିଏଲ୍‌ରେ ଖେଳିବେ ନାହିଁ। ତେବେ ଆଗାମୀ ସିଜିନ୍‌ରେ ସେ ଦଳ ସହ ମେଣ୍ଟର ଭାବେ ଜଡ଼ିତ ରହିବେ ।

ଧୋନିଙ୍କ ଅବସରକୁ ନେଇ ଏବେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ପୂର୍ବତନ କ୍ରିକେଟର ସୁରେଶ ରୈନା ବଡ଼ ଖୁଲାସା କରିଛନ୍ତି । ରୈନାଙ୍କ କହିବା ଅନୁସାରେ, ଧୋନି ଆଇପିଏଲ୍‌ରେ ଖେଳ ଜାରି ରଖିବାକୁ ଚାହୁଁଥିଲେ । କିନ୍ତୁ ଶାରୀରିକ ସମସ୍ୟା ଓ ଫିଟନେସ୍‌କୁ ନେଇ ସେ ଅବସର ନେବାକୁ ବାଧ୍ୟ ହୋଇଥିଲେ ।

ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ନେଲେ ଅବସର

ରୈନାଙ୍କ କହିବା ଅନୁସାରେ, ଧୋନିଙ୍କ ଦୁଇ ଆଣ୍ଠୁରେ ସମସ୍ୟା ରହିଥିଲା । ଆଣ୍ଠୁ ଫୁଲିଯିବା କାରଣରୁ ତାଙ୍କ ପାଇଁ ପଡ଼ିଆରେ ଦୀର୍ଘ ସମୟ ରହିବା ଏବଂ ୨୦ ଓଭର ପର୍ଯ୍ୟନ୍ତ ୱିକେଟ୍ କିପିଂ କରିବା କଷ୍ଟକର ହୋଇପଡ଼ିଥିଲା । ଏହି ଶାରୀରିକ ସମସ୍ୟା ଧୋନିଙ୍କ ଆଇପିଏଲ୍ କ୍ୟାରିୟରରେ ବାଧା ସୃଷ୍ଟି କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧୋନିଙ୍କୁ ଇମ୍ପାକ୍ଟ ପ୍ଲେୟର ଭାବେ ଖେଳିବାକୁ ମିଳିଥିଲା ପ୍ରସ୍ତାବ

ରୈନା ଆହୁରି କହିଛନ୍ତି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଧୋନିଙ୍କୁ ଇମ୍ପାକ୍ଟ ପ୍ଲେୟର ଭାବେ ଖେଳିବାର ବିକଳ୍ପ ଦିଆଯାଇଥିଲା । ଏହାଦ୍ୱାରା ତାଙ୍କୁ ଫିଲ୍ଡିଂ କରିବା ପାଇଁ ପଡ଼ିଆକୁ ଆସିବାକୁ ପଡ଼ିନଥାନ୍ତା । କିନ୍ତୁ ଧୋନି ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ।

ଧୋନିଙ୍କ ମତ ଥିଲା ଯେ, ଯଦି ସେ ଖେଳିବେ ତେବେ ପୂରା ୨୦ ଓଭର ଫିଲ୍ଡିଂ ମଧ୍ୟ କରିବେ । ଯଦି ଏହା କରିବାକୁ ସକ୍ଷମ ନୁହନ୍ତି, ତେବେ ପଡ଼ିଆକୁ ଓହ୍ଲାଇବେ ନାହିଁ । ନିଜ ନୀତି ଓ ଆଦର୍ଶରେ ଅଟଳ ରହି ଧୋନି ଇମ୍ପାକ୍ଟ ପ୍ଲେୟର ଭାବେ ଖେଳିବାକୁ ମନା କରିଦେଇଥିଲେ ।

ଦଳ ଉପରେ ବୋଝ ହେବାକୁ ଚାହୁଁନଥିଲେ ଧୋନି

ଧୋନିଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି ଯେ ସେ କେବେବି ନିଜ ଦଳ ଉପରେ ବୋଝ ହେବାକୁ ଚାହୁଁନଥିଲେ । ଦଳର ସ୍ୱାର୍ଥକୁ ଆଗରେ ରଖି ସେ ଆଇପିଏଲ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । ଗତ ସିଜିନ୍‌ରେ ମଧ୍ୟ ଧୋନି ଚେନ୍ନାଇ ଦଳର ଅଂଶ ଥିଲେ, କିନ୍ତୁ ଆଘାତଜନିତ ସମସ୍ୟା ଯୋଗୁଁ ସେ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳିପାରିନଥିଲେ ।

ଏମ୍‌ଏସ୍ ଧୋନିଙ୍କ ଆଇପିଏଲ୍ କ୍ୟାରିୟର

ଧୋନିଙ୍କ ଆଇପିଏଲ୍ କ୍ୟାରିୟର ବେଶ୍ ଚମତ୍କାର ରହିଛି । ସେ ମୋଟ ୨୭୮ଟି ମ୍ୟାଚ୍ ଖେଳିଛନ୍ତି । ୨୪୨ଟି ଇନିଂସରେ ବ୍ୟାଟିଂ କରି ୩୮.୩୦ ହାରରେ ମୋଟ ୫,୪୩୯ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୭.୪୫ ରହିଥିବା ବେଳେ ଆଇପିଏଲ୍‌ରେ ୨୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଧୋନି ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ପକ୍ଷରୁ ମଧ୍ୟ ଖେଳିଛନ୍ତି ।