Mahindra Thar Accident / NH-16ରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ୟାଙ୍କର୍ କୁ ପିଟି ଜଳିଗଲା ଥାର୍, ୫ ମୃତ
·12 mins ago·2 min read

Key Points
ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର NH-16ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ମହିନ୍ଦ୍ରା ଥାର୍ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଖାଲି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି।
ବିଜୟ ନଗରମ୍, ଆନ୍ଧ୍ର ପ୍ରଦେଶ: ସଦ୍ୟ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ଦୁର୍ଘଟଣା। ମଙ୍ଗଳବାର (୨୩ ନଭେମ୍ବର) ସକାଳେ ଜିଲ୍ଲାର ଭୋଗପୁରମ ମଣ୍ଡଳ ଅଧିନସ୍ଥ ସୁନ୍ଦରପେଟ ଗାଁ ନିକଟରେ ଏକ ମହିନ୍ଦ୍ରା ଥାର୍, ରାସ୍ତାରେ ପାର୍କିଂ ହୋଇଥିବା ଏକ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଏହି ଦୁର୍ଘଟଣା ୧୬ ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ଥାର୍ ବହୁତ ଦ୍ରୁତ ଗତିରେ ରାସ୍ତାରେ ଯାଉଥିବା। ଏହି ସମୟରେ ଏହି SUV, ରାସ୍ତାରେ ପାର୍କିଂ ହୋଇଥିବା ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ଯାତ୍ରୀଙ୍କ ପରେ ମୃତ୍ୟୁ ହୋଇଥିଲା। ଏପରି ଭାବରେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।
ରାସ୍ତାରେ ପାର୍କିଂ ହୋଇଥିବା ଟ୍ୟାଙ୍କର ସହ ପଛ ପଟରୁ ଧକ୍କା ହୋଇଥିଲା ଥାର୍
ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ, ବିଜୟନଗରମ୍ ପୋଲିସ ଅଧିକ୍ଷକ (ଏସପି) ଏ.ଆର. ଦାମୋଦର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ। ପୋଲିସ ଏବଂ ଅନ୍ୟମାନେ ଏକ କ୍ରେନ୍ ସାହାଯ୍ୟରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଥାର୍ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ। ସମସ୍ତ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।
ଏହା ସହ ପଢନ୍ତୁ: କାର୍କୁ ବଞ୍ଚାଇବାକୁ ଯାଇ ଖାତକୁ ଖସିଲା ବସ୍, CCTVରେ କଏଦ ହେଲା ଭୟଙ୍କର ଦୃଶ୍ୟ
ରାସ୍ତା କଡ଼ରେ ଟ୍ୟାଙ୍କର କାହିଁକି ରଖାଯାଇଥିଲା, ତାହାର ତଦନ୍ତ ଚାଲିଛି। ପୋଲିସ ଦୁର୍ଘଟଣା ପଛରେ ରହିଥିବା କାରଣ ସମ୍ପର୍କରେ ତଦନ୍ତ କରୁଛି। ବର୍ତ୍ତମାନ ପୋଲିସ ରାସ୍ତା କଡ଼ରେ ଟ୍ୟାଙ୍କର ପାର୍କିଂ ହେବା ଏବଂ ଡ୍ରାଇଭର କ୍ଳାନ୍ତ ହୋଇଯିବା ଭଳି ସମ୍ଭାବନା ଉପରେ ମଧ୍ୟ ତଦନ୍ତ କରୁଛନ୍ତି। ହେଲେ ତଥାପି ଏ ପର୍ଯ୍ୟନ୍ତ ଦୁର୍ଘଟଣା ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ଏହି ଦୁର୍ଘଟଣା ଭୋଗପୁରମ ମଣ୍ଡଳ ସ୍ଥିତଟୋଲ୍ ଗେଟ୍ ନିକଟସ୍ଥ ସୁନ୍ଦରାପେଟା ଗ୍ରାମ ନିକଟରେ ସକାଳ ପ୍ରାୟ ସାଢ଼େ ସାତଟା ସମୟରେ (07:30 AM) ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ମହିନ୍ଦ୍ରା ଥାର୍ (AP 40 KL 0007) ଶ୍ରୀକାକୁଲମ ଠାରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିବା ସମୟରେ, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଖାଲି ତେଲ ଟ୍ୟାଙ୍କର ସହ ପଛ ପଟରୁ ଧକ୍କା ହୋଇଥିଲା। ଏହି ଧକ୍କାରେ ଥାର୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଧକ୍କା ହେବାର କିଛି ସମୟ ପରେ ଏହାର ଇଞ୍ଜିନ୍ ବଗି ମଧ୍ୟରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟାରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟପଟେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରାପେଟା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: