|
logo
Live
Argus News App
GET APP

Argus News - ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

National

Anil Agarwal / ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

Sushanta Sahoo
Browse all articles by Sushanta Sahoo
·2 months ago·3 min read
ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି
Tragedy to Humanity: Anil Agarwal to Give Away Fortune

Key Points

ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ହଠାତ୍ ପରଲୋକ ତାଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି । ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ି ବସିଥିବା ବେଳେ ଅନୀଲ ଅଗ୍ରୱାଲ ସମାଜ ପାଇଁ ନେଇଛନ୍ତି ବଡ଼ ନିଷ୍ପତ୍ତି ।
ନୂଆଦିଲ୍ଲୀ: ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବେ ତାଙ୍କ ଜୀବନର ସବୁଠୁ କଠିନ ସମୟ ଦେଇ ଗତି କରୁଛନ୍ତି । ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ହଠାତ୍ ପରଲୋକ ତାଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି । ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ି ବସିଥିବା ବେଳେ ଅନୀଲ ଅଗ୍ରୱାଲ ସମାଜ ପାଇଁ ନେଇଛନ୍ତି ବଡ଼ ନିଷ୍ପତ୍ତି ।

ଏଥିସହ ପଢ଼ନ୍ତୁ: ବାପା ଥାଉ ଥାଉ ଚାଲିଗଲା ପୁଅ: ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରଓ୍ବାଲଙ୍କ ପୁଅଙ୍କର ହୃଦଘାତରେ ମୃତ୍ୟୁ

ପରିବାରର କଠିନ ସମୟରେ ବେଦାନ୍ତ ଅଧ୍ୟକ୍ଷ ନେଇଥିବା ନିଷ୍ପତ୍ତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଅନୀଲ ଅଗ୍ରୱାଲ କହିଛନ୍ତି, "ସେ ତାଙ୍କ ଆୟର ୭୫ ପ୍ରତିଶତରୁ ଅଧିକ ଅଂଶ ଦାନ କରିବେ ।" ଯାହାକୁ ସାମାଜିକ କାର୍ଯ୍ୟରେ ବିନିଯୋଗ କରାଯିବ । ଆଗକୁ ସେ ଖୁବ୍ ସରଳ ଜୀବନ ଯାପନ କରିବେ ।


ପୁଅକୁ ଦେଇଥିଲେ କଥା

ଅନୀଲ ଅଗ୍ରୱାଲ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପୁଅ ଅଗ୍ନିବେଶକୁ ଦେଇଥିବା କଥାକୁ ମନେ ପକାଇଛନ୍ତି । ସେ ଅଗ୍ନିବେଶଙ୍କୁ କହିଥିଲେ, "ଯାହା ବି ଆୟ କରିଛନ୍ତି, ତାର ବଡ଼ ଭାଗ ସମାଜକୁ ଫେରାଇ ଦେବେ ।" ଏବେ ପୁଅର ପରଲୋକ ପରେ ଅନୀଲ ଅଗ୍ରୱାଲ ସେହି ସଂକଳ୍ପକୁ ଆହୁରି ଦୃଢ଼ କରିଛନ୍ତି ।

ଭାଙ୍ଗି ପଡ଼ିଛି ପରିବାର


୪୯ ବର୍ଷୀୟ ଅଗ୍ନିବେଶ ଅଗ୍ରୱାଲ ଆମେରିକାରେ ଚିକିତ୍ସିତ ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଆଉ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା । ଅନୀଲ ଅଗ୍ରୱାଲ ଲେଖିଛନ୍ତି, "ମୁଁ ଓ ପତ୍ନୀ କିରଣ ଅଗ୍ରୱାଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛୁ । କିନ୍ତୁ ବେଦାନ୍ତରେ କାମ କରୁଥିବା ପ୍ରତିଟି ମଣିଷ ଆମ ସନ୍ତାନ ଭଳି ଲାଗନ୍ତି ।"

ଅନୀଲ ଅଗ୍ରୱାଲ କିଏ ?

ଭେଦାନ୍ତ ରିସୋର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ହେଉଛନ୍ତି ଅନୀଲ ଅଗ୍ରାୱାଲ । ୧୯୭୬ରେ ସେ ବେଦାନ୍ତ ଗ୍ରୁପ୍‌ର ଆରମ୍ଭ କରିଥିଲେ । ଆଜି ବେଦାନ୍ତ ମେଟାଲ୍, ଖଣି, ଶକ୍ତି ଓ ତୈଳ ଭଳି ବଡ଼ ବଡ଼ କ୍ଷେତ୍ରରେ କାମ କରୁଛି । ଭାରତ ସହ ବିଦେଶରେ କମ୍ପାନୀର ମଜଭୁତ ଉପସ୍ଥିତି ରହିଛି ।

ଏଥିସହ ପଢ଼ନ୍ତୁ: ୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍

୧୯୫୪ରେ ବିହାରର ରାଜଧାନୀ ପାଟନାରେ ଜନ୍ମ ହୋଇଥିବା ଅନୀଲ ଅଗ୍ରୱାଲ ବହୁତ କମ୍ ବୟସରେ ବାପାଙ୍କ ସହ ମିଶି କବାଡ଼ିଆ କାରବାର ଆରମ୍ଭ କରିଥିଲେ । ୧୯ ବର୍ଷ ବୟସରେ ମୁମ୍ବାଇ ପହଞ୍ଚିଥିଲେ, ପାଖରେ କମ୍ ଟଙ୍କା ଥିଲା । ଅର୍ଥ ନଥିଲେ ବି ପାଖରେ ଥିଲା ଇଚ୍ଛା ଶକ୍ତି । ଅନେକ ବ୍ୟବସାୟ କରିବା ପରେ ବିପୁଳ କ୍ଷତି ହୋଇଥିଲା । କିନ୍ତୁ ସେ ହାର୍ ମାନି ନଥିଲେ । ଆଉ ସଂଘର୍ଷର କଣ୍ଟକିତ ପଥରେ ଆଗକୁ ବଢ଼ି ଛିଡ଼ା କରିଛନ୍ତି ବେଦାନ୍ତ ଗ୍ରୁପ୍ ।

ଅନୀଲ ଅଗ୍ରୱାଲଙ୍କ ସମ୍ପତ୍ତି କେତେ ?

ଫୋର୍ବସ ଅନୁସାରେ, ଅନୀଲ ଅଗ୍ରୱାଲ ଓ ତାଙ୍କ ପରିବାରର ମୋଟ ସମ୍ପତ୍ତି ହେଉଛି ୪.୨ ଅରବ ଡଲାର । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୩୫ ହଜାର କୋଟି । ଏବେ ପୁଅର ଦେହାନ୍ତ ପରେ ଅନୀଲ ଅଗ୍ରୱାଲ ୭୫ ପ୍ରତିଶତ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Anil Agarwal: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି | Argus News