|
logo
Live
Argus News App
GET APP

Argus News - ୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍

Technology

Atmanirbhar Bharat / ୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍

Sushanta Sahoo
Browse all articles by Sushanta Sahoo
·2 months ago·2 min read
୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍
Bihar man builds a 5-seater electric jeep

Key Points

ମାତ୍ର ୧୮ ଦିନର ପରିଶ୍ରମରେ ମୁର୍ସିଦ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ଜିପ୍ । ମାତ୍ର ୧ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ଜିପ୍ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାଇ ପାରିବ ।
ପାଟନା: ନା ସେ ଇଞ୍ଜିନିୟରିଂ ପଢ଼ିଛନ୍ତି ନା କୌଣସି ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା । କିନ୍ତୁ ଛୋଟିଆ ଗ୍ୟାରେଜରେ ଗାଡ଼ି ସଜାଡୁ ସଜାଡୁ ତିଆରି କରିଛନ୍ତି ଭାରତର ଦେଶୀ 'ଟେସ୍‌ଲା' । ମାତ୍ର ୧୮ ଦିନରେ ୫ ସିଟର୍ ଜିପ୍ ତିଆରି କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଛି ମାତ୍ର ଲକ୍ଷେ ଟଙ୍କା ।

ଭାରତ ଆତ୍ମନିର୍ଭର ହେଉଥିବା ବେଳେ ବିହାର ପୂର୍ନିଆର ଯୁବକ ମୁର୍ସିଦ ଆଲମ ତିଆରି କରିଛନ୍ତି ଦେଶୀ 'ଟେସ୍‌ଲା' । ମାତ୍ର ୧୮ ଦିନର ପରିଶ୍ରମରେ ମୁର୍ସିଦ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ଜିପ୍ । ମାତ୍ର ୧ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ଜିପ୍ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାଇ ପାରିବ ।

ଏଥିସହ ପଢ଼ନ୍ତୁ: ତୁରନ୍ତ ଫୋନ୍‌ରେ ବଦଳାନ୍ତୁ ଏହି ସେଟିଂ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

ଲକ୍ଷେ ଟଙ୍କାରେ ମୁର୍ସିଦ ତିଆରି କରିଥିବା ୫ ସିଟର୍ ଜିପ୍ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାକୁ ନେଇ ସେ କୁହନ୍ତି, "ଆମ ଗାଁର ଅଧିକାଂଶ ଲୋକ ଚାଷୀ । ସେମାନେ ସବୁଦିନ ଚାଷକୁ ଯିବା ଲାଗି ବେଶୀ ବ୍ୟବସ୍ଥା ନାହିଁ । ଯାହାକୁ ଦୃଷ୍ଟିରେ ରଖି ମୋର ଛୋଟ ଗ୍ୟାରେଜ୍‌ରେ କାମ ଆରମ୍ଭ କରିଥିଲି ।"

ଡିଜେଲ୍ ଓ ପେଟ୍ରୋଲ୍ ଗାଡ଼ି ମହଙ୍ଗା ହୋଇଥିବା ବେଳେ ରକ୍ଷଣାବେକ୍ଷଣରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିଭଳି ବଜାରରେ ବିକ୍ରି ହେଉଥିବା ବ୍ୟାଟେରି ଚାଳିତ ଗାଡ଼ି ଗାଁ ପର୍ଯ୍ୟନ୍ତ ଉପଲବ୍ଧ ନୁହେଁ । ତେଣୁ ଏହି କଥାକୁ ନେଇ ସ୍ଵଦେଶୀ ବିଦ୍ୟୁତ୍ ଚାଳିତ ଜିପ୍ ତିଆରି କରିଛି ବୋଲି କୁହନ୍ତି ମୁର୍ସିଦ ।

ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

ସେ ତିଆରି କରିଥିବା ଜିପ୍‌ରେ ୪ଟି ଚକ ରହିଛି । ସମସ୍ତ ଚକ ଟ୍ୟୁବଲେସ୍ ହୋଇଥିବା ବେଳେ ଜିପ୍‌ରେ ଗୋଟିଏ ସ୍ପିଡୋମିଟର, ପାୱାର ଷ୍ଟିୟରିଂ ଏବଂ ଚାର୍ଜିଂ ପଏଣ୍ଟ ରହିଛି । ଧାନ, ସାର ଏବଂ ଅନ୍ୟ ସାମଗ୍ରୀ ପରିବହନ ପାଇଁ ଜିପ୍‌ରେ ଏକ ଅତିରିକ୍ତ ଟ୍ରଲି ମଧ୍ୟ ଯୋଡ଼ାଯାଇ ପାରିବ । ଯାହାକି ଚାଷୀଙ୍କୁ ସହାୟକ ହେବ ।

ଜିପ୍ ସମ୍ପୂର୍ଣ୍ଣ ଚାର୍ଜ ପାଇଁ ୫ ଘଣ୍ଟା ସମୟ ଲାଗୁଛି । ଥରେ ଚାର୍ଜ କଲେ ଏହି ଲକ୍ଷେ ଟଙ୍କିଆ ଜିପ୍ ୧୦୦ କିଲୋମିଟର ଗଡୁଛି । ଭାରତ ଏବେ ଧିରେ ଧିରେ ଡିଜେଲ୍ ଓ ପେଟ୍ରୋଲ୍ ଗାଡ଼ିରୁ ବ୍ୟାଟେରି ଗାଡ଼ିକୁ ଆପଣାଉଥିବା ବେଳେ ମୁର୍ସିଦଙ୍କ ଉଦ୍ଭାବନ ଆହୁରି ସହାୟକ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Atmanirbhar Bharat: ୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍ | Argus News