MMS Controversy / MMS ବିବାଦରେ ମୁହଁ ଖୋଲିଲେ ଏହି ଗ୍ଲାମର ଗର୍ଲ, କହିଲେ...
·1 hour ago·2 min read

Key Points
MMS ବିବାଦରେ ମୁହଁ ଖୋଲିଲେ ଅଞ୍ଜଳି
୨୦୨୧ରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା
କିନ୍ତୁ ଭିଡିଓଟି ପ୍ରାୟ ୧୦ ବର୍ଷ ପୁରୁଣା
୨୦୨୧ରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା
କିନ୍ତୁ ଭିଡିଓଟି ପ୍ରାୟ ୧୦ ବର୍ଷ ପୁରୁଣା
ମୁମ୍ବାଇ,୧୧/୧୦: ଗ୍ଲାମର ଦୁନିଆରେ ନିଜର ଷ୍ଟାଇଲ୍, ଡ୍ୟାନ୍ସ ଓ ଆକର୍ଷଣୀୟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ‘କଚ୍ଚା ବାଦାମ ଗର୍ଲ’ ଅଞ୍ଜଳି ଆରୋରା ପୁଣି ଥରେ ଲାଇମଲାଇଟ୍କୁ ଆସିଛନ୍ତି। ଏଥର ତାଙ୍କ ଚର୍ଚ୍ଚାର କାରଣ କୌଣସି ନୂଆ ରିଲ୍ସ କିମ୍ବା ଗ୍ଲାମରସ୍ ଲୁକ୍ ନୁହେଁ, ବରଂ ବହୁଚର୍ଚ୍ଚିତ MMS ବିବାଦ ଉପରେ ତାଙ୍କର ଖୁଲାସା। ଦୀର୍ଘ ଦିନ ଧରି ଏହି ବିବାଦକୁ ନେଇ ଟ୍ରୋଲିଂର ଶିକାର ହୋଇଥିବା ଅଞ୍ଜଳି ଏବେ ନିଜ ପକ୍ଷ ରଖି ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି।
ଭାଇରାଲ୍ MMSକୁ ନେଇ କଲେ ବଡ଼ ଖୁଲାସା
ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଞ୍ଜଳି ଆରୋରା ‘ଲକ୍ ଅପ୍’ ରିଆଲିଟି ଶୋ’ରେ ନଜର ଆସିବା ପରେ ଏକ କଥିତ MMSକୁ ନେଇ ବିବାଦ ଘେରକୁ ଆସିଥିଲେ। ଭାଇରାଲ୍ ଭିଡିଓରେ ଥିବା ଯୁବତୀ ଅଞ୍ଜଳି ବୋଲି ଦାବି କରାଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଟ୍ରୋଲିଂ ବଢ଼ିଥିଲା।
ନିକଟରେ ପ୍ରିୟଙ୍କା ଶର୍ମାଙ୍କ ପଡକାଷ୍ଟରେ ଏହି ବିବାଦ ସମ୍ପର୍କରେ ପଚରାଯିବାରୁ ଅଞ୍ଜଳି ନିଜ ଅନୁଭୂତି ବଖାଣିଥିଲେ। ତାଙ୍କ କହିବା ଅନୁସାରେ, ୨୦୨୧ରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା। କିନ୍ତୁ ଭିଡିଓଟି ପ୍ରାୟ ୧୦ ବର୍ଷ ପୁରୁଣା ବୋଲି ସେ ଦାବି କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘ମୁଁ କ’ଣ ୧୧ ବର୍ଷ ବୟସରେ ଏମିତି ଭିଡିଓ କରିବି?’
ଅଞ୍ଜଳି କହିଥିଲେ ଯେ, ସେତେବେଳେ ସେ ‘ଲକ୍ ଅପ୍’ ଶୋ’ରେ ବ୍ୟସ୍ତ ଥିଲେ। ଶୋ’ର ଚତୁର୍ଥ କିମ୍ବା ପଞ୍ଚମ ସପ୍ତାହରେ ଏହି ଘଟଣା ଘଟିଥିଲା। ବାହାରେ କ’ଣ ଚାଲିଛି, ସେ ବିଷୟରେ ତାଙ୍କୁ କିଛି ଜଣାନଥିଲା। ତାଙ୍କ ପରିବାର ଓ ଟିମ୍ ସେହି ସମୟରେ ପରିସ୍ଥିତିକୁ ସମ୍ଭାଳୁଥିଲେ।
ଅଞ୍ଜଳିଙ୍କ ଦାବି ଅନୁସାରେ, ତଦନ୍ତରୁ ଭିଡିଓଟି ୨୦୧୧ ମସିହାର ବୋଲି ଜଣାପଡ଼ିଥିଲା। ସେତେବେଳେ ତାଙ୍କ ବୟସ ମାତ୍ର ୧୧ ବର୍ଷ ଥିଲା। ଏହାକୁ ନେଇ ସେ ପ୍ରଶ୍ନ କରିଥିଲେ, “ମୁଁ କ’ଣ ୧୧ ବର୍ଷ ବୟସରେ ନିଜର ଏମିତି ଏକ MMS ତିଆରି କରିବି?”
ପଢନ୍ତୁ ଏହି ଖବର: 'ବ୍ଲାକ୍ ବକ୍' ଫିଲ୍ମ ମାମଲା: ସଲମାନ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ
ସେ ଏହା ମଧ୍ୟ କହିଥିଲେ ଯେ, ଡିପ୍ଫେକ୍ ଓ ଏଡିଟ୍ କରାଯାଇଥିବା ଭିଡିଓର ଏହି ଯୁଗରେ କାହାରି ମୁହଁ ବ୍ୟବହାର କରି ନକଲି ଭିଡିଓ ତିଆରି କରିବା ସମ୍ଭବ। ତେଣୁ ଭାଇରାଲ୍ ଭିଡିଓକୁ ନେଇ ହେଉଥିବା ଦାବି ଉପରେ ଅନ୍ଧ ଭାବରେ ବିଶ୍ୱାସ ନକରିବାକୁ ତାଙ୍କ କଥାରୁ ସଙ୍କେତ ମିଳିଛି।
ସାଇବର କ୍ରାଇମରେ କରିଥିଲେ ଅଭିଯୋଗ
ଏହି ବିବାଦକୁ ନେଇ ଅଞ୍ଜଳି ଓ ତାଙ୍କ ଟିମ୍ ସାଇବର କ୍ରାଇମ୍ ବିଭାଗରେ ଅଭିଯୋଗ କରିଥିବା ସେ କହିଛନ୍ତି। ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ କରିଥିଲା। ଏଥିରୁ ବାହାରିବା ପାଇଁ ତାଙ୍କୁ ପ୍ରାୟ ତିନି ବର୍ଷ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି କଠିନ ସମୟରେ ତାଙ୍କ ପରିବାର ତାଙ୍କ ଉପରେ ଭରସା ରଖିଥିଲେ। ଅଞ୍ଜଳିଙ୍କ କହିବା ଅନୁସାରେ, ଲୋକଙ୍କ ଟ୍ରୋଲିଂ ଓ ନକାରାତ୍ମକ ମନ୍ତବ୍ୟ ତାଙ୍କୁ ଅନେକ ଯନ୍ତ୍ରଣା ଦେଇଥିଲା।
ସଫଳତା ଦେଖି ଈର୍ଷା କରୁଛନ୍ତି ଲୋକେ!

ଅଞ୍ଜଳି ଆରୋରାଙ୍କ ମତରେ, ତାଙ୍କ ସଫଳତାକୁ ନେଇ କିଛି ଲୋକ ଈର୍ଷା କରନ୍ତି ଏବଂ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତି। ଏହି ବିବାଦ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବା ସହ ମାନସିକ ଚାପ ମଧ୍ୟ ବଢ଼ାଇଥିଲା ବୋଲି ସେ କହିଛନ୍ତି।
ଏହି ଖୁଲାସା ପରେ ପୁଣି ଥରେ ଅଞ୍ଜଳିଙ୍କ MMS ବିବାଦ ଚର୍ଚ୍ଚାକୁ ଆସିଛି। ତେବେ ଭାଇରାଲ୍ ଭିଡିଓରେ ତାଙ୍କର ସମ୍ପୃକ୍ତି ଥିବା ନେଇ କରାଯାଇଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାରେ ଅପ୍ରମାଣିତ ଭିଡିଓ କିମ୍ବା ଦାବିକୁ ସତ ବୋଲି ପ୍ରଚାର ନକରିବା ଜରୁରୀ।

Related Topics
Explore more stories