Anjani Putra Sena / ରାମ ନବମୀ ବେଳେ ଚର୍ଚ୍ଚାରେ ଅଞ୍ଜନୀ ପୁତ୍ର ସେନା
·5 months ago·2 min read

Key Points
ଏହି ସଙ୍ଗଠନ ନିଜକୁ ହିନ୍ଦୁତ୍ୱର ପ୍ରଚାର, ମନ୍ଦିର ମରାମତି ଏବଂ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପ୍ରଦାୟକୁ ଏକଜୁଟ କରିବା ଦିଗରେ କାର୍ଯ୍ୟ କରୁଥିବାର ବର୍ଣ୍ଣନା କରିଥାଏ।
Anjani Putra Sena Ram Navami Rally: ରାମ ନବମୀ ଅବସରରେ ଆୟୋଜିତ ହେଉଥିବା ଶୋଭାଯାତ୍ରା ପ୍ରତିବର୍ଷ ପଶ୍ଚିମବଙ୍ଗରେ ଆଲୋଚନାର ବିଷୟ ପାଲଟିଥାଏ। ରାଜ୍ୟ ସରକାର ଏପରି ଶୋଭାଯାତ୍ରା ଉପରେ ପ୍ରଥମେ କଟକଣା ଲଗାଇଥାନ୍ତି। ଆଉ ପରେ ହାଇକୋର୍ଟ ରାଲି ଆୟୋଜନ କରିବାକୁ ଅନୁମତି ଦେଇଥାନ୍ତି। ଏଥ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କାରଣ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଉତ୍ତେଜନା ବଢିବରେ ଲାଗିଛି। ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ରାମ ନବମୀ ଅବସରରେ ଶୋଭାଯାତ୍ରା ଆୟୋଜନ କରୁଛି। ରାଜ୍ୟରେ କ୍ଷମାତସୀନ ମମତା ବାନାର୍ଜୀଙ୍କ ସରକାର ହିନ୍ଦୁ ପର୍ବ ପର୍ବାଣୀକୁ ଜାଣିଶୁଣି ଟାର୍ଗେଟ କରୁଥିବାର ଅଭିଯୋଗ ହୋଇଆସୁଛି। ଆଉ ଏବେ "ଅଞ୍ଜନୀ ପୁତ୍ର ସେନା" ରାମ ନବମୀ ରାଲି ପାଇଁ ଚର୍ଚ୍ଚାରେ ରହିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।
ଅଞ୍ଜନୀ ପୁତ୍ର ସେନା ହେଉଛି ପଶ୍ଚିମବଙ୍ଗର ହାୱଡା ଅଞ୍ଚଳରେ ସକ୍ରିୟ ରହିଥିବା ଏକ ଦକ୍ଷିଣପନ୍ଥୀ ସଙ୍ଗଠନ। ଯିଏ ମୁଖ୍ୟତଃ ରାମ ନବମୀ ଅବସରରେ ମହା ଶୋଭାଯାତ୍ରା ଆୟୋଜନ କରିବା ପାଇଁ ଚର୍ଚ୍ଚିତ। ସଙ୍ଗଠନର ୱେବସାଇଟ୍ ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଅଞ୍ଜନୀ ପୁତ୍ର ସେନା ଗତ ୨୦୧୫ ରୁ ସକ୍ରିୟ ଅଛନ୍ତି। ଏହା ନିଜକୁ ହିନ୍ଦୁତ୍ୱର ପ୍ରଚାର, ମନ୍ଦିର ମରାମତି ଏବଂ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପ୍ରଦାୟକୁ ଏକଜୁଟ କରିବା ଦିଗରେ କାର୍ଯ୍ୟ କରୁଥିବାର ବର୍ଣ୍ଣନା କରିଥାଏ।
'ଅଞ୍ଜନୀ ପୁତ୍ର ସେନା' ଟାର୍ଗେଟ୍ ରେ ମମତା ବାନାର୍ଜୀ
ସଙ୍ଗଠନ ସମ୍ପାଦକ ସୁରେନ୍ଦ୍ର ବର୍ମା କହିଛନ୍ତି ଅଞ୍ଜନୀ ପୁତ୍ର ସେନା ବିଗତ ତିନି ବର୍ଷ ହେବ ଚର୍ଚ୍ଚାରେ ରହିଛି। ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ କରି ସମ୍ପାଦକ ବର୍ମା କହିଛନ୍ତି ଯେ ରାମନବମୀ ଶୋଭାଯାତ୍ରା ପାଇଁ ଅନୁମତି ନେବାକୁ ପଡୁଛି। ହେଲେ ଯଦି ଅନୁମତି ନ ମିଳୁଛି ତାହେଲେ କୋର୍ଟ ଯିବାକୁ ପଡୁଛି। ସେ ପ୍ରଶ୍ନ କରନ୍ତି ଯେ ଭାରତରେ ରହି ମଧ୍ୟ ନିଜ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ଏତେ ଚିନ୍ତା କରିବାକୁ ପଡୁଛି? ଭଗବାନ ଶ୍ରୀରାମଙ୍କ ଶୋଭାଯାତ୍ରା ଆୟୋଜନ କରିବା କ'ଣ ଭୁଲ? ଆମେ କ'ଣ ସମାଜକୁ ଭୁଲ ବାର୍ତ୍ତା ଦେଉଛୁ? ପଶ୍ଚିମବଙ୍ଗରେ ଏପରି କାହିଁକି ହେଉଛି?
ସାମ୍ପ୍ରଦାୟିକ ଧ୍ରୂବୀକରଣ ପାଇଁ ହେଉଛି ପ୍ରୟାସ
ଅଞ୍ଜନୀ ପୁତ୍ର ସେନା ସଙ୍ଗଠନ ସମ୍ପାଦକ ଅଭିଯୋଗ କରିଛନ୍ତି ଯେ ପଶ୍ଚିବଙ୍ଗରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ସଦସ୍ୟ "ଜୟ ଶ୍ରୀରାମ" ଲେଖା ହୋଇଥିବା ପତାକା ଖୋଲି ନେଇ ଯାଉଛନ୍ତି। ଏପିରିକି ଯେଉଁ ଗାଡ଼ିରେ ଭଗବାନ ଶ୍ରୀରାମଙ୍କ ନାଁ ଲେଖା ହୋଇଛି ତାହାକୁ ଭଙ୍ଗାରୁଜା କରନ୍ତି। ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉ ନାହିଁ। ଆମେ ପ୍ରତିବର୍ଷ ପ୍ରଶାସନ ନିୟମ ଅନୁଯାୟୀ ରାମନବମୀ ଅବସରରେ ଶୋଭାଯାତ୍ରା ଆୟୋଜନ କରୁଛୁ। ହେଲେ ତଥାପି ଆମ ସଙ୍ଗଠନ ବିରୋଧରେ ପ୍ରତିବର୍ଷ ଏକ ମାମଲା ଦାଏ ହେଉଛି। କୁହାଯାଏ ଯେ ଆବଶ୍ୟକତାଠାରୁ ଅଧିକ ଲୋକ ଥିଲେ ଏବଂ ଶବ୍ଦକୁ ନେଇ ପ୍ରଶ୍ନ ଉଠାଯାଏ। ପ୍ରଶାସନ ଜାଣିନାହିଁ ଯେ ହାୱଡା ପୋଲିସ ଜାଣତରେ ରାତିସାରା ଉଚ୍ଚ ସ୍ୱରରେ ସାଉଣ୍ଡ ବାଜିଥାଏ। ହେଲେ କେହି ମାମଲା ରୁଜୁ କରିବାକୁ ସାହସ କରନ୍ତି ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ଆମର ଦୁର୍ଭାଗ୍ୟ ଯେ ଭାରତରେ...
ସୁରେନ୍ଦ୍ର ବର୍ମା କହିଛନ୍ତି ଯେ ଏହା ଆମର ଦୁର୍ଭାଗ୍ୟ ଯେ ଭାରତରେ ରହିବା ସତ୍ତ୍ୱେ, ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୀମିତ ରହିବାକୁ ପଡ଼ୁଛି। ଯାହା ପଶ୍ଚିମବଙ୍ଗ ରାଜନୀତିରେ ଚିନ୍ତାର ବିଷୟ। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି। ପୋଲିସ ଶିକ୍ଷକଙ୍କ ଉପରେ ଲାଠି ଚାର୍ଜ କରୁଛି। ହେଲେ ଯେଉଁମାନେ ଆନ୍ଦୋଳନ ବେଳେ ବସ୍ ଜାଳୁଛନ୍ତି ଏହାକୁ ଭଙ୍ଗାରୁଜା କରୁଛନ୍ତି ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

Related Topics
Explore more stories