ଆଜି ବି ମନେପଡନ୍ତି ସୁଶାନ୍ତ
·2 years ago

ନୂଆଦିଲ୍ଲୀ: ଆଜିବି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ସୁଶାନ୍ତ ସିଂହ ରାଜପୁତ। ଏ ନାଁ ଶୁଣିବା ମାତ୍ରେ ଅନେକ ଭାବବିହ୍ୱଳ ହୋଇପଡନ୍ତି। କାରଣ ଆଜିକା ଦିନରେ ସୁଶାନ୍ତ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ। ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ପୁରା ବଲିଉଡ୍ ଶୋକରେ ଭାସିଥିଲା। ସୁଶାନ୍ତ ଏମିତି ଜଣେ ଅଭିନେତା ଥିଲେ ଯିଏକି ଖୁବ୍ ସମୟ ମଧ୍ୟରେ ନିଜର ଅଭିନୟରେ ବାନ୍ଧି ରଖିଥିଲେ ଦର୍ଶକଙ୍କୁ।
ସୁଶାନ୍ତଙ୍କ ମୃତ୍ୟୁ ଖାଲି ପରିବାର, ଫ୍ୟାନ୍ସଙ୍କୁ ଦୁଃଖରେ ଭସାଇନଥିଲା ବରଂ ତାଙ୍କ ବାନ୍ଧବୀ ଅଙ୍କିତା ଲୋଖଣ୍ଡେଙ୍କୁ ଗଭୀର ଆଘାତ ଦେଇଥିଲା। ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୪ ବର୍ଷ ପୁରିଛି। ତାଙ୍କ ପୂନ୍ୟତିଥିରେ ଅଙ୍କିତା ସୋସିଆଲ ମିଡିରେ ସୁଶାନ୍ତଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କୁ ମନେ ପକାଇଛନ୍ତି। ତେବେ ଆଜି ବି ସୁଶାନ୍ତଙ୍କୁ ତାଙ୍କ ଫ୍ୟାନ୍ସମାନେ ଭୁଲି ନାହାଁନ୍ତି।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: