Social Activist Anna Hazare / ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା; ଡାକ୍ତରଖାନାରେ ଭର୍ତ୍ତି ହେଲେ ସମାଜସେବୀ ଆନ୍ନା ହଜାରେ
·53 mins ago·2 min read

Key Points
ପ୍ରଥମେ ତାଙ୍କୁ ତାଙ୍କ ନିଜ ଗାଁ ରାଲେଗାଓଁ ସିଦ୍ଧି ସ୍ଥିତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା।
Anna Hazare admitted in hospital: ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାମାଜିକ କର୍ମକର୍ତ୍ତା ଆନ୍ନା ହଜାରେ। ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ପୂର୍ବରୁ ସମାଜସେବୀ ଆନ୍ନା ହଜାରେକୁ ତାଙ୍କ ଗାଁ ରାଲେଗାଓଁ ସିଦ୍ଧି ସ୍ଥିତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ବମ୍ବେ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ତାଙ୍କର ଏକ ଭାଇରାଲ ସଂକ୍ରମଣ (Acute viral infection) ରହିଛି।
ଅସୁସ୍ଥତା ଏବଂ ବାର୍ଦ୍ଧକ୍ୟ ଯୋଗୁଁ ସମାଜସେବୀ ଆନ୍ନା ହଜାରେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ସେ ବର୍ତ୍ତମାନ ICU ରେ ଅଛନ୍ତି। ରିପୋର୍ଟ ଅନୁସାରେ, ସେ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଗୌତମ ବଂଶାଲିଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ସେ ମୂତ୍ର ନଳୀ ସଂକ୍ରମଣ (Urinary Tract Infection) ରେ ପୀଡିତ ରହିଥିବାର କୁହାଯାଉଛି। ଯେତେବେଳେ ଆନ୍ନା ହଜାରେଙ୍କୁ ବମ୍ବେ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା, ସେ ମୂତ୍ର ନଳୀ ସଂକ୍ରମଣରେ ପୀଡି଼ତ ରହିଥିଲେ। ମୂତ୍ର ନଳୀ ସଂକ୍ରମଣ ହେଉଛି ମୂତ୍ର ନଳୀ, ମୂତ୍ରାଶୟ କିମ୍ବା ବୃକକ୍ରେ ହେଉଥିବା ଏକ ଜୀବାଣୁ ସଂକ୍ରମଣ। ସେ ଗୁରୁତର ଡିହାଇଡ୍ରେସନ୍ (Dehydration) ଏବଂ ବୃକକ୍ ସମସ୍ୟାରେ ମଧ୍ୟ ପୀଡି଼ତ ରହିଥିଲେ।
କିଏ ଏହି ଆନ୍ନା ହଜାରେ?
ଆନ୍ନା ହଜାରେ ହେଉଛନ୍ତି ଜଣେ ପ୍ରସିଦ୍ଧ ସାମାଜିକ କର୍ମକର୍ତ୍ତା। ସେ ଦେଶବ୍ୟାପୀ ଦୁର୍ନୀତି ବିରୋଧି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଭାରତୀୟ ସେନାରେ ସେବା କରିବା ପରେ, ସେ ତାଙ୍କ ଗ୍ରାମ ରାଲେଗାଓଁ ସିଦ୍ଧିର ବିକାଶ ହାତକୁ ନେଇଥିଲେ। ଜଳ ସଂରକ୍ଷଣ, ଗ୍ରାମ ସ୍ୱରାଜ, ଶିକ୍ଷା ଏବଂ ନିଶ ନିବାରଣ ଭଳି ଅଭିଯାନ ମାଧ୍ୟମରେ ଏହାକୁ ଦେଶର ଆଦର୍ଶ ଗ୍ରାମ ମଧ୍ୟରେ ପ୍ରତିଷ୍ଠା କରିଥିଲେ। ଆନ୍ନା ହଜାରେ ୨୦୧୧ ମସିହାରେ ଜନଲୋକପାଳ ବିଲ୍ ଦାବି କରି ଦିଲ୍ଲୀ ଜନ୍ତରମନ୍ତର ଠାରେ ଅନଶନ କରି ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories