Videos
|
National

Tirupati Temple Gold Donation / ୧୨୧ କେଜି ସୁନାର ଗୁପ୍ତ ଦାନ ! ତିରୁପତି ମନ୍ଦିରକୁ ୧୬୦ କୋଟିର ଅଳଙ୍କାର ଦେବେ ଅଜ୍ଞାତ ଭକ୍ତ

Santosh Kumar Sahoo
Browse all articles by Santosh Kumar Sahoo
·14 mins ago·2 min read
୧୨୧ କେଜି ସୁନାର ଗୁପ୍ତ ଦାନ ! ତିରୁପତି ମନ୍ଦିରକୁ ୧୬୦ କୋଟିର ଅଳଙ୍କାର ଦେବେ ଅଜ୍ଞାତ ଭକ୍ତ
Tirupati Temple Gold Donation

Key Points

କମ୍ପାନୀର ୬୦% ଅଂଶଧନ ବିକି କମାଇଲେ ୭ ହଜାର କୋଟି
ଏବେ ବାଲାଜୀଙ୍କୁ ଦେବେ ୧୨୧ କେଜି ସୁନା
ଭକ୍ତଙ୍କ ମହାଦାନରେ ହେବ ନୂଆ ରେକର୍ଡ



ତିରୁମାଲା ସ୍ଥିତ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ଜଣେ ଭକ୍ତ ଏଭଳି ଏକ ମହାଦାନ କରିବାକୁ ଯାଉଛନ୍ତି, ଯାହା ମନ୍ଦିର ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିପାରେ । ଜଣେ ଅଜ୍ଞାତ ଭକ୍ତ ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନାର ଅଳଙ୍କାର ଦାନ କରିବାକୁ ଯାଉଛନ୍ତି । ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦ରୁ ୧୬୦ କୋଟି ଟଙ୍କା ମଧ୍ୟରେ ରହିଛି । ଆସନ୍ତା ନଭେମ୍ବର ୨୬ରେ ତିରୁମାଲାରେ ଶ୍ରୀବାରିଙ୍କ ସାନ୍ନିଧ୍ୟରେ ଏହି ସୁନା ଅଳଙ୍କାରଗୁଡ଼ିକୁ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ତେବେ ଭକ୍ତ ଜଣକ ନିଜ ପରିଚୟ ଗୋପନ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

୪୫ ପ୍ରକାରର ସୁନା ଅଳଙ୍କାର, ୯ଟି ସ୍ୱତନ୍ତ୍ର ସେଟ୍

ଏହି ମହାଦାନ ପାଇଁ ମୋଟ ୪୫ ପ୍ରକାରର ସୁନା ଅଳଙ୍କାର ପ୍ରସ୍ତୁତ କରାଯାଇଛି । ଏହାକୁ ସ୍ୱତନ୍ତ୍ର ଭାବେ ୯ଟି ଅଲଗା ସେଟ୍‌ରେ ତିଆରି କରାଯାଇଛି । ସମସ୍ତ ଅଳଙ୍କାରର ମୋଟ ଓଜନ ୧୨୧ କିଲୋଗ୍ରାମ ବୋଲି ଜଣାପଡ଼ିଛି । ଜଣେ ଭକ୍ତଙ୍କ ପକ୍ଷରୁ ତିରୁମାଲା ମନ୍ଦିରକୁ ଏହା ସବୁଠାରୁ ବଡ଼ ସୁନା ଦାନ ବୋଲି କୁହାଯାଉଛି । ଏହି ଦାନ ମନ୍ଦିରର ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିପାରେ ।

ଭଗବାନଙ୍କ ଦୈନିକ ଶୃଙ୍ଗାର ପାଇଁ ଏତେ ବଡ଼ ଦାନ

ଏହି ମହାଦାନ ପଛରେ ଭଗବାନ ବାଲାଜୀଙ୍କ ଦୈନିକ ଶୃଙ୍ଗାର ସହ ଜଡ଼ିତ ଏକ ବିଶେଷ କାରଣ ରହିଛି । ସୂଚନା ଅନୁସାରେ, ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରତିଦିନ ପ୍ରାୟ ୧୨୦ କିଲୋଗ୍ରାମ ସୁନାର ଅଳଙ୍କାରରେ ସଜାଯାଇଥାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ଗୋଟିଏ ଦିନର ସମ୍ପୂର୍ଣ୍ଣ ଶୃଙ୍ଗାର ପାଇଁ ଆବଶ୍ୟକ ସୁନା ଅଳଙ୍କାର ଦାନ କରିବା ଉଦ୍ଦେଶ୍ୟରେ ଭକ୍ତ ଜଣକ ୧୨୧ କିଲୋଗ୍ରାମ ସୁନାର ଅଳଙ୍କାର ପ୍ରସ୍ତୁତ କରାଇଛନ୍ତି । ଏହା ତାଙ୍କର ଭଗବାନଙ୍କ ପ୍ରତି ଥିବା ଗଭୀର ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ବୋଲି କୁହାଯାଉଛି ।

କମ୍ପାନୀର ୬୦% ଅଂଶଧନ ବିକ୍ରି କରି ମିଳିଛି ୭ ହଜାର କୋଟି !

ଏହି ଦାନ କରିବାକୁ ଯାଉଥିବା ଭକ୍ତଙ୍କ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ସେ ନିଜ କମ୍ପାନୀର ୬୦ ପ୍ରତିଶତ ଅଂଶଧନ ବିକ୍ରି କରି ପ୍ରାୟ ୬ ହଜାରରୁ ୭ ହଜାର କୋଟି ଟଙ୍କା ହାସଲ କରିଛନ୍ତି ।

ସେ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ କହିଥିଲେ ଯେ, ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି । ଏବେ ସେହି ମାନସିକ ପୂରଣ କରିବା ପାଇଁ ଭଗବାନଙ୍କୁ ଏହି ମୂଲ୍ୟବାନ ସୁନା ଅଳଙ୍କାର ଅର୍ପଣ କରିବାକୁ ଯାଉଛନ୍ତି । ଏନେଇ TTD ଅଧିକାରୀଙ୍କ ସହ ପୂର୍ବରୁ ଆଲୋଚନା ମଧ୍ୟ ହୋଇସାରିଛି ।