Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳୀ ଦେଲେ ୫ ଭାରତୀୟ ଯବାନ

National

ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳୀ ଦେଲେ ୫ ଭାରତୀୟ ଯବାନ

Jitendra Dash
Browse all articles by Jitendra Dash
·2 years ago·1 min read
ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳୀ ଦେଲେ ୫ ଭାରତୀୟ ଯବାନ

ଅର୍ଗସ ବ୍ୟୁରୋ : ଦେଶ ମାତୃକା ପାଇଁ ଭାରତୀୟ ବୀରଙ୍କ ସର୍ବୋଚ୍ଚ ବଳିଦାନ । ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳୀ ଦେଲେ ୫ ଯବାନ । ଆଉ ଆଜି ଅନ୍ତିମ ବିଦାୟ ବେଳେ ସମସ୍ତଙ୍କ ଆଖିରେ ଲୁହ । ଆତଙ୍କବାଦର ମୂଳପୋଛ ସହ ମନରେ ପ୍ରତିଶୋଧର ଭାବନା । ଦେଶର ଏହି ବୀର ଯବାନଙ୍କ ପାଇଁ ଆଜି ଗର୍ବ କରୁଛି ଦେଶ । ତାଙ୍କ ବଳିଦାନକୁ ଦେଶବାସୀ କରୁଛନ୍ତି ସଲାମ । 

ଅଧିକ ପଢନ୍ତୁ ଭାରତ ଖବର

ରଜୌରୀ ଏନକାଉଣ୍ଟରରେ ସହିଦ ହୋଇଛନ୍ତି କ୍ୟାପଟେନ ଏନଭି ପ୍ରାଞ୍ଚଲ,  କ୍ୟାପଟେନ ଶୁଭମ ଗୁପ୍ତା, ସଚିନ ଲାଓର, ହାବିଲଦାର ଅବଦୁଲ ମଜିଦ ଓ ଲାଏନ୍ସ ନାଏକ ସଞ୍ଜୟ ବିଷ୍ଟ । ଆଜି ଏହି ୫ ସହିଦଙ୍କୁ ଗାର୍ଡ ଅଫ୍ ଅନର ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସାଥୀ ଯବାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଇଛନ୍ତି ଅନ୍ତିମ ବିଦାୟ । ଶେଷ ବିଦାୟ ବେଳେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକାଠି ହୋଇଥିଲେ ଶହ ଶହ ଲୋକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସୂଚନା ମିଳିଛି । ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦକୁ ସୁଦୃଢ଼ କରିବାକୁ ବିଦେଶରୁ ଆତଙ୍କବାଦୀ ଆଣି ଅନୁପ୍ରବେଶ କରିବାକୁ ଚେଷ୍ଯା ଚଳାଇଛି ପାକିସ୍ତାନ । ଏଥିରେ ପାକିସ୍ତାନର କିଛି ଅବସରପ୍ରାପ୍ତ ସୈନିକ ଥିବା ମଧ୍ୟ ଜଣାପଡ଼ିଛି । ତେବେ ସମସ୍ତ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାକୁ ପ୍ରତିଜ୍ଞା ନେଇଛି ଭାରତୀୟ ସେନା । 

ଗତକାଲି ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ଏଥିରେ ରହିଛି ଲସ୍କର କମାଣ୍ଡର ଫାରି । ଏହି ଦୁଇ ଜଣ IED ପ୍ରସ୍ତୁତ କରିବା ସହ ଏହାକୁ ଅପରେଟ କରିବାରେ ମାହିର । ଦୁଇ ଜଣ ପ୍ରଶିକ୍ଷିତ ସ୍ନାଇପର ମଧ୍ୟ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Sponsored
Another jawan dies in Jammu and Kashmir encounter, total 5 Army personnel killed | Argus News