Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ

ଅର୍ଗସ ବ୍ୟୁରୋ : ଭାଇରାଲ ହେଉଛି ଛାତ୍ରଙ୍କ ପ୍ରଶ୍ନର ଉତ୍ତର । ଯେଉଁଥିରେ ସେ ଏମିତି ଉତ୍ତର ଲେଖିଛନ୍ତି ଯେ , ଶିକ୍ଷକ ତାର ବୁଦ୍ଧିପାଇଁ ତାଙ୍କୁ ୫ ମାର୍କ ଦେଇଛନ୍ତି । ସେହି ଉତ୍ତର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଉତ୍ତର ଆପଣ ବି ପଢିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସରେ ମଧ୍ୟ ଉଡେଇବେ ।

ସୋସିଆଲ ମିଡିଆ ଯୁଗରେ ସବୁକିଛି ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ସେହିପରି ଜଣେ ଛାତ୍ରର ଉତ୍ତର ଖାତା ଇନଷ୍ଟାଗ୍ରାମ ପେଜରେ @n୨୧୫୪j ନାମକ ଏକ ଆଇଡି ଶେୟାର କରିଛନ୍ତି । ସେଥିରେ ହିନ୍ଦୀ ପ୍ରଶ୍ନରେ ପଚରାଯାଇଛି, "ସଂଯୁକ୍ତ ବ୍ୟଞ୍ଜନ କାହାକୁ କୁହାଯାଏ ?" ଆଉ ଛାତ୍ର ଜଣକ ଉତ୍ତରରେ ଲେଖିଛନ୍ତି, ମଟର ପନିର ସହ ଅନ୍ୟ ପରିବା ମିଶିଲେ ତାକୁ ସଂଯୁକ୍ତ ବ୍ୟଞ୍ଜନ କୁହାଯାଏ" । ସେହିପରି ଅନ୍ୟ ପ୍ରଶ୍ନରେ ଲେଖାଅଛି, " ଭୁତକାଳ କାହାକୁ କୁହାଯାଏ ?" ସେ ଲେଖିଛନ୍ତି, "ଯେତେବେଳେ ଭୂତ ଆମର କାଳ ହୋଇକି ଆସେ , ତାକୁ ଭୂତ କାଳ କୁହାଯାଏ ।" ଏପରି ଉତ୍ତର ପଢିବା ପରେ ଶିକ୍ଷକ ସେହି ଉତ୍ତରରେ ୧୦ରୁ ୫ ମାର୍କ ଦେବାସହ ଲେଖିଛନ୍ତି, "ତମର ଏପରି ବୁଦ୍ଧିପାଇଁ ମୁଁ ତୁମକୁ ୫ ମାର୍କ ଦେଉଛି ।"

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

View this post on Instagram

A post shared by Neeru prajapati 20 (@n2154j)

ସେଥିରେ ଅନେକ ଜଣ କମେଣ୍ଟରେ ଲେଖିଛନ୍ତି, ଛାତ୍ର ଜଣଙ୍କ ଏପରି ବୁଦ୍ଧି ଖଟାଇଛନ୍ତି, ତାଙ୍କୁ ପୁରା ମାର୍କ ଦେବା ଦରକାର । ଆଉ ଜଣେ ଲେଖିଛନ୍ତି, ହୁଏତ ଏହା ମିଛ ହେଇପାରେ, କାରଣ ପ୍ରଶ୍ନ ଯେଉଁ ଅକ୍ଷରରେ ଲେଖାଯାଇଛି, ଉତ୍ତର ମଧ୍ୟ ସେହି ଅକ୍ଷରରେ ଲେଖାଯାଇଛି । 

Sponsored
answer sheet of a student went viral | Argus News