ଗାନ୍ଧିଙ୍କ ସ୍ଥାନରେ ଅନୁପମ ଖେରଙ୍କ ମୁହଁ , ଲୁଟିନେଲେ ୨ କିଲୋ ସୁନା

Key Points
- ଗାନ୍ଧିଙ୍କ ସ୍ଥାନରେ ଅନୁପମ ଖେରଙ୍କ ମୁହଁ
- ନକଲି ନୋଟ ଦେଇ ଲୁଟିନେଲେ ୨କିଲୋରୁ ଅଧିକ ସୁନା
ଅର୍ଗସ ବ୍ୟୁରୋ : ଠକିବାର ଟପିଗଲେ ସବୁ ସୀମା । ଗାନ୍ଧିଜୀଙ୍କ ମୁହଁ ସ୍ଥାନରେ ଅନୁପମ ଖେରଙ୍କ ଫଟୋ ଲଗାଇ ଲୁଟିନେଇଗଲେ କିଲୋ କିଲୋ ସୁନା । ଏପରି ଏକ ବଡ ଠକାମୀର ଶିକାର ହୋଇଛନ୍ତି ଜଣେ ବହୁତ ବଡ ଅହମ୍ମଦାବାଦର ଜଣେ ବଡ ବିଜନେସମ୍ୟାନ ।
ଆଜିକାଲି ଠକାମି ଏକ ବହୁତ ବଡ ବ୍ୟବସାୟ ପାଲଟିଛି । ବିଭିନ୍ନ ଉପାୟରେ ଠକାମୀର ଶିକାର ହେଉଛନ୍ତି ବଡ ବଡ ବ୍ୟକ୍ତି । ଏବେ ନୋଟ ଚେଞ୍ଜ କରାଇ ଠକିବା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁରା ୧ କୋଟି ୩୦ ଲକ୍ଷର ନକଲି ନୋଟ ଦେଇ ଲୁଟିନେଲେ ସୁନା ।
ଗୁଜୁରାଟ ଅହମ୍ମଦାବାଦର ଜଣେ ସୁନା ଚାନ୍ଦି ବିଜେନେସ କରୁଥିବା ବିଜନେସମ୍ୟାନ ହେଉଛନ୍ତି ମେହୁଲ ଠକ୍କର । ତାଙ୍କ ପାଖକୁ ୨୩ ସେପ୍ଟେମ୍ବରରେ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜରଙ୍କ ପାଖରୁ ଫୋନ ଆସିଥିଲା । ସେ ମେହୁଲଙ୍କର ୧୫ ବର୍ଷରୁ ଅଧିକ ଜଣାଶୁଣା ବିଜନେସ ପାର୍ଟନର ଥିଲେ । ତେବେ ତାଙ୍କୁ ୨ କିଲୋ ୧୦୦ ଗ୍ରାମର ସୁନା ଦରକାର ଥିଲା । ଯେଉଁଥିପାଇଁ ସେ ୧ କୋଟି ୬୦ ଲକ୍ଷ ଦେବାର ପ୍ରତିଶ୍ରୁତି ଦେଇଥିଲେ ।
ଅଧିକ ପଢନ୍ତୁ : ବୟସ କମାଇବା କହି ୩୫ କୋଟି ଲୁଟିନେଲେ ଦମ୍ପତି
ଏବଂ ତୁରନ୍ତ ଦରକାର ଥିବାରୁ ସେ ତା ପରଦିନ ହିଁ ସୁନା ନେବାକୁ କହିଥିଲେ । ଏବଂ କହିଥିଲେ ସିଜି ରୋଡରେ ଥିବା ଅଙ୍ଗଡିଆ ଫର୍ମ ନିକଟରେ ହିଁ ସେ ଟଙ୍କା ଦେଇ ସୁନା ନେଇଯିବେ ।
ବିଶ୍ବାସର ସହ ତା ପରଦିନ ମେହୁଲ ନିଜର ଏକ ଲୋକକୁ ୨ କିଲୋ ୧୦୦ ଗ୍ରାମର ସୁନା ଦେଇ ପଠାଇଥିଲେ । ସୁନା ନେବାପାଇଁ ସେଠାରେ ୩ ଜଣ ବ୍ୟକ୍ତି ଆଶିଥିଲେ । ଏବଂ ସେମାନଙ୍କ ମଧ୍ୟରୁ ଜଣେ ଟଙ୍କା ଗଣିବା ମେସିନ ମଧ୍ୟ ରଖିଥିଲେ । ସେମାନେ ନୋଟ ୧ କୋଟି ଦେବାପରେ ବାକି ୩୦ ଲକ୍ଷ ଅଫିସରେ ନେଇ ଦେଇଆଶିବାକୁ କହିଥିଲେ । ଏହାପରେ ସୁନା ନେଇ ସେମାନେ ଯିବାପରେ ଏହି ବ୍ୟକ୍ତି ଜଣକ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଟଙ୍କା ସବୁ ନକଲି ଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ଫଟୋ ସ୍ଥାନରେ ଅନୁପମ ଖେରଙ୍କ ଫଟୋ ଲାଗିଥିଲା, ଏବଂ ରିଜର୍ଭ ବ୍ୟାଙ୍କ ସ୍ଥାନରେ ରିସୋଲ ବ୍ୟଙ୍କ ଅଫ ଇଣ୍ଡିଆ ଲେଖା ଯାଇଥିଲା । ଏହାପରେ ବହୁତ ଖୋଜିବା ପରେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳିନଥିଲା । ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ନମ୍ବରରେ ଫୋନ କଲେ ମଧ୍ୟ ସେ ନମ୍ବର ସୁଇଚ ଅଫ ଥିଲା । ଯାହାକୁ ନେଇ ପୋଲିସରେ ଜଣାଇବା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି ।ସେପଟେ ଅନୁପମ ଖେର ମଧ୍ୟ ଏହାକୁ ନିନ୍ଦା କରିବା ସହ ନିଜ ଏକ୍ସ ଆକାଉଣ୍ଟରେ ଟୁଇଟ କରିଛନ୍ତି ।