Videos
|
National

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଅନୁରାଧା ପୌଡୱାଲ୍

Rashmita Mishra
Browse all articles by Rashmita Mishra
·2 years ago·1 min read
ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଅନୁରାଧା ପୌଡୱାଲ୍

ଅର୍ଗସ ବ୍ୟୁରୋ: ରାଜନିତୀରେ ଯୋଗ ଦେଲେ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ । ଆଗକୁ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଅନୁରାଧା ପୌଡୱାଲ ବିଜେପିରେ ଯୋଗ ଦେଇଛନ୍ତି ।  ଆଜି  କେତେକ ରାଜ୍ୟରେ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେଵାକୁ ଯାଉଛି । ଜଣାଶୁଣା ଗାୟୀକା  ଅନୁରାଧା ପୌଡୱାଲ ଆଜି ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଵରିଷ୍ଠ ନେତାଙ୍କ ଉପସ୍ଥିରେ ଦଳରେ ଯୋଗ ଦେଇଛନ୍ତି । 

ବିଜେପିରେ ଯୋଗଦେବା ପରେ ଅନୁରାଧା ପୌଡୱାଲ କହିଛନ୍ତି ଯେ ମୁଁ ଆଜି ଵହୁତ ଖୁସି । ମୁଁ ସେହି ଲୋକମାନଙ୍କ ସହ ଯୋଗ ଦେଉଛି ଯେଉଁମାନଙ୍କର ସନାତନ ଧର୍ମ  ସହିତ ଗଭୀର ସମ୍ପର୍କ ରହିଛି ।  ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପରେ ମୁଁ ଭକ୍ତି ଗୀତ ମଧ୍ୟ ଗାଇଛି । ଯେତେବେଳେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେଲା, ସେତେବେଳେ ମୁଁ ସେଠାରେ ଗୀତ ଗାଇବାର ସୁଯୋଗ ପାଇଥିଲି, ଏହା ମୋର ଭାଗ୍ୟ ।

ଅନୁରାଧା ପାଉଡୱାଲ କିଏ ?

ଅନୁରାଧା ପୌଡୱାଲ ଜଣେ ଲୋକପ୍ରିୟ ଗାୟୀକା । ୯୦ ଦଶକରେ ତାଙ୍କର ଭକ୍ତି ଗୀତ ପାଇଁ ସେ ଲୋକମାନଙ୍କ ପାଖରେ ପରିଚିତ । ତାଙ୍କର ବୟସ ୬୯ ବର୍ଷ । ସେ ୧୯୬୯ମସିହାରେ ଅରୁଣ ପୌଡୱାଲଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ପୁଅ ଆଦିତ୍ୟ ଝିଅ କଵିତା । ୧୯୯୧ ରେ ଅନୁରାଧା ପୌଡୱାଲଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

anuradha-paudwal-joins-bjp | Argus News