Isro / ଶେଷ ପର୍ଯ୍ୟାୟରେ ଦିଗହରା ହେଲା ଅନ୍ଵେଷା
·6 months ago·2 min read

Key Points
ଅନ୍ବେଷା ତୃତୀୟ ପର୍ଯ୍ୟାୟରେ ତ୍ରୁଟି !
ନିୟନ୍ତ୍ରଣ ହରାଇଲା ଅନ୍ବେଷା ।
PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ।
କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ

ଇସ୍ରୋର PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ହୋଇଥିବା ସୂଚନା ମିଳିଛି । ତେବେ ମିଶନରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ । ଲଞ୍ଚ ବେଳେ ଷ୍ଟେଜ 3ରେ ଗଡ଼ବଡ଼ ଦେଖାଦେଇଥିବା ନିଜେ ଇସ୍ରୋ ସୂଚନା ଦେଇଛି । ଆଜି ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ‘ଅନ୍ୱେଷା’ ସାଟେଲାଇଟ । ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ତ୍ରୁଟି ନେଇ ସୂଚନା ଦେଇଛନ୍ତି । ତେବେ ମିଶନ ସଫଳ ହୋଇଛି କି ବିଫଳ ନେଇ ଇସ୍ରୋ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଏହି ଲଂଚରରେ ୧୫ ସାଟେଲାଇଟ ମହାକାଶକୁ ପ୍ରେରଣ କରାଯାଉଥିଲା ।
ଏଥିସହ ପଢ଼ନ୍ତୁ: ନୂଆବର୍ଷରେ ନୂଆ ଇତିହାସ ରଚିବ ଇସ୍ରୋ, ଶ୍ରୀହରିକୋଟାରୁ ଅନ୍ଵେଷା ସାଟେଲାଇଟ୍ର ପରୀକ୍ଷା
ସୂଚନାନୁଯାୟୀ ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ ।
ଅନ୍ୱେଷା ଉପଗ୍ରହ ଜଳବାୟୁ ସ୍ଥିତି ଉପରେ ନଜର ରଖିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ମଜଭୁତ କରିବ। ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ ର ଚାଲବାଜି ଫେଲ୍ ମାରିବ। ତମାମ ଘଟଣା ଉପରେ ଏହା ନଜର ରଖିବ । ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ ।
ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲଭି ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ । ଏଠାରେ ଇଓଏସ୍-ଏନ୍୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯିବ। ଗୋଟିଏ କେଆଇଡି କ୍ୟାପ୍ସୁଲ୍କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯିବ ।
‘ସୁପର ପାୱାର’ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି । DRDO ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଭୂ-ନିରୀକ୍ଷଣ ଉପଗ୍ରହ EOS N-1 ପ୍ରତିରକ୍ଷା ଗବେଷଣା ସହ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟକ ହେବ । ଅଭିଯାନରେ ୧୮ଟି ସ୍ବଦେଶୀ ଓ ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରାଯିବ । ଏହି ସାଟେଲାଇଟ୍ରେ ହାଇପରସ୍ପେକ୍ଟ୍ରାଲ୍ ରିମୋଟ୍ ସେନ୍ସିଂ ବା HRS ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ସାଧାରଣ କ୍ୟାମେରା କେବଳ ରଙ୍ଗ ଓ ଆକୃତି ଦେଖିପାରୁଥିବା ବେଳେ ‘ଅନ୍ୱେଷା’ ବସ୍ତୁର ମଲିକ୍ୟୁଲାର ଗଠନ ବା ତାର ପ୍ରକୃତିକୁ ମଧ୍ୟ ଚିହ୍ନଟ କରିପାରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories