Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଫା ଆମ୍ବାସାଡର ତାଲିକାରୁ ବିଦା ହେଲେ ଅପୂର୍ବା ମଖିଜା: ଅଶ୍ଳୀଳତା ପ୍ରଚାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

Argus News
Browse all articles by Argus News
·1 year ago·2 min read
ଆଇଫା ଆମ୍ବାସାଡର ତାଲିକାରୁ ବିଦା ହେଲେ ଅପୂର୍ବା ମଖିଜା: ଅଶ୍ଳୀଳତା ପ୍ରଚାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ବୋଲାଉଥିବା ଅପୂର୍ବା ମଖିଜା ନିକଟରେ ଅଶ୍ଳିଳତାକୁ ପ୍ରଚାର କରି ସାରା ଦେଶରେ ନିନ୍ଦିତ ହୋଇଛନ୍ତି। ଏଥିପାଇଁ ତାଙ୍କ ଉପରେ ଆଇନଗତ ତଦନ୍ତ ଜାରି ରହିଛି। ଏହାରି ଭିତରେ ଅପୂର୍ବାଙ୍କୁ ଅଫିସିଆଲ୍ ଆମ୍ବାସାଡର ତାଲିକାରୁ ହଟାଇଛି ଅନ୍ତର୍ଜାତୀୟ ଫିଲ୍ମ ଆକାଡେମୀ(IIFA). ଆସନ୍ତା ମାସରେ ଜୟପୁରରେ ହେବାକୁ ଥିବା ଶୋ’ରେ ଅପୂର୍ବାଙ୍କୁ ଆମ୍ବାସାଡର କରାଯାଇଥିଲା। ହେଲେ ଅପୂର୍ବା ବର୍ତ୍ତମାନ ବିବାଦରେ ଛନ୍ଦି ହେବା ପରେ ତାଙ୍କୁ ଏଥିରୁ ହଟାଇ ଦିଆଯାଇଛି। ଏନେଇ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି "ଆଇଫା ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବ ମଖୀଜାଙ୍କ ନାଁ ଆଇଫା ଆମ୍ବାସାଡର ତାଲିକାରୁ ହଟାଇ ଦିଆଯାଇଛି।


ସେ ଏବେ ଆନୁଷ୍ଠାନିକ ଭାବେ ଆଇଫା ଆମ୍ବାସାଡର ତାଲିକାର ଅଂଶ ନୁହନ୍ତି। ଚଳିତ ମାସ ଶେଷରେ ଉଦୟପୁରରେ ଅପୂର୍ବାଙ୍କ ଶଟିଂରେ ବାଧା ସୃଷ୍ଟି କରିବାକୁ କର୍ଣ୍ଣି ସେନା ଧମକ ଦେଇଥିଲା। ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉକି ମାର୍ଚ୍ଚ ୮ ଏବଂ ୯ ତାରିଖରେ ଜୟପୁରରେ ଆଇଫା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ରାଜସ୍ଥାନ ପର୍ଯ୍ୟଟନ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଆଇଫା ପକ୍ଷରୁ ଏହାକୁ ଆୟୋଜିତ କରାଯିବ। ଏଥିପାଇଁ ଅପୂର୍ବାଙ୍କୁ ଅମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିଲା। ସମୟ ରାଇନାଙ୍କ ଅଶ୍ଳୀଳ ୟୁଟ୍ୟୁବ ଶୋ’ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ରେ ରଣବୀର ଆଲ୍ଲହାବାଦିଆଙ୍କ ସମେତ ଖୋଦ ସମୟ ରାଇନା ଓ ଅପୂର୍ବା ମଖିଜାଙ୍କ ପରି କେତେକ ବ୍ୟକ୍ତି ଅଶ୍ଲିତାର ପ୍ରଚାର କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୁଆଡ଼େ ଗଲେ ରଣବୀର ଆଲ୍ଲହାବାଦିଆ ? ଫୋନ୍ ସ୍ୱିଚ୍ ଅଫ୍, ଘରେ ତାଲା


ବାପାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଶାଳୀନ ପ୍ରଚାର କରିଥିଲେ। ଯାହାକୁ ନେଇ ସାରା ଦେଶରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ଏହାପରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୟୁଟ୍ୟୁବ୍ ଇଣ୍ଡିଆ ପକ୍ଷରୁ ସମସ୍ତ ଅଶ୍ଲୀଳ ଭିଡିଓକୁ ହଟାଇ ଦିଆଯାଇଥିଲା। ଏହାପରେ ବିଭିନ୍ନ ରାଜ୍ୟରେ ସମୟ ରାଇନା, ଅପୂର୍ବା ମଖିଜା ଓ ରଣବୀର ଆଲ୍ଲାହବାଦିଆଙ୍କ ସମେତ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ବିବାଦ ବଢ଼ିବା ପରେ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଭିଡିଓ ରେକର୍ଡ କରି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ସୋସିଆଲ୍ ମିଡିଆ ମାଧ୍ୟମରେ ସେମାନେ ଯେଉଁ ଅଶ୍ଳୀତା ପ୍ରଚାର କରିଥିଲେ, ତା’ର ପ୍ରଭାବ ପିଢ଼ି ଧରି ପଢ଼ି ନଷ୍ଟ କରିବାର ଭୟ ରହିଛି।

Sponsored
Apurva Makhija removed from IIFA ambassador list: Action taken after allegations of spreading obscenity | Argus News