ଆପଣଙ୍କୁ ବି ଠିକ ଭାବେ ନିଦ ହେଉନି କି ? ଆପଣାନ୍ତୁ ଏପରି ଜୀବନଶୈଳୀ...

ଅର୍ଗସ ବ୍ୟୁରୋ : ଆଜିକାଲି ନିଦ ନହେବା ସମସ୍ୟା ଅନେକ ଜଣଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ରିପୋର୍ଟ ମୁତାବକ ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କର ଏହି ନିଦ ନହେବା ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଯଦି ନିଜ ଦୈନନ୍ଦିନ ଜୀବନର ଡାଏଟକୁ ବଦଳାଯାଏ, ତେବେ ନିଦ ଠିକ ଭାବରେ ହୋଇଥାଏ । ଡକ୍ଟରଙ୍କ ମୁତାବକ ନିଦ ପର୍ଯ୍ୟାପ୍ତ ନହେବା ଦ୍ବାରା ଅନେକ ଶାରୀରିକ ରୋଗ ଦେଖାଦେଇଥାଏ । ଏଭଳି ବଡ ସମସ୍ୟାରୁ ମୁକୁଳିବା ପାଇଁ କିପରି ବଦଳାଇବେ ନିଜର ଜୀବନଶୈଳୀ , ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ।
ଅଧିକ ପଢନ୍ତୁ : ଗର୍ଭାବସ୍ଥାରେ ମହିଳାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ
ଡାକ୍ତରଙ୍କ ପରାମର୍ଶରେ ମେଡିଟେରିଆନ ଡାଏଟ ବା ପ୍ରୋଟିନ ଡାଏଟ କରିବା ଦ୍ବାରା ନିଦ ପର୍ଯ୍ୟାପ୍ତ ପରିମାଣର ମିଳିଥାଏ । ଏହାଦ୍ବାରା ସଠିକ ନିଦ ହେବାସହ ଶରୀର ଭିତରର ସମସ୍ୟା ଯେମିତିକି ହୃଦରୋଗ, କ୍ୟାନ୍ସର, ଟାଇପ ୨ ଡାଇବେଟିସକୁ କମ କରିଥାଏ । ଅଲିଭ ଅଏଲ ଖାଇବା ଦ୍ବାରା ମଧ୍ୟ ଶରୀର ସୁସ୍ଥ ରହିବା ସହ ନିଦ ଭଲ ହୋଇଥାଏ । ସେଲମନ, ଟୁନା ଆଦି ତେଲ ଜାତୀୟ ମାଛରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଶରୀରକୁ ସୁସ୍ଥ ରଖିଥାଏ । ଅଣ୍ଡାରେ ଥିବା ଭିଟାମିନ, ମିନେରାଲ୍ସ, ଅଧିକ ପରିମାଣର ପ୍ରୋଟିନ ଖାଇବା ଦ୍ବାରା ଏହା ଶରୀରର କୋଲେଷ୍ଟେରଲ , ଲିପିଡ ପ୍ରୋଫାଇଲକୁ ସନ୍ତୁଳନ ରଖିଥାଏ । ଏସବୁ ନିଜ ଦୈନନ୍ଦିନ ଜୀବନ ଶୈଳୀରେ ଖାଇବା ଦ୍ବାରା ଶରୀରର ସଠିକ ସନ୍ତୁଳନ ରହିବା ସହ ନିଦ ପର୍ଯ୍ୟାପ୍ତ ପରିମାଣର ହୋଇଥାଏ ।