Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rajnath Singh: ସେନାକୁ ରାଜନାଥଙ୍କ ପରାମର୍ଶ, ୫ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Rajnath Singh: ସେନାକୁ ରାଜନାଥଙ୍କ ପରାମର୍ଶ, ୫ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

Key Points

ଭାରତୀୟ ସେନାଙ୍କୁ ରାଜନାଥ ସିଂ ପରାମର୍ଶ । ଛୋଟ ଯୁଦ୍ଧଠୁ ଆରମ୍ଭ କରି ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ଆମେ କାହାର ଜମି ଚାହୁଁନାହୁଁ, କିନ୍ତୁ..

ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନାଙ୍କୁ ପରାମର୍ଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାକୁ କହିଛନ୍ତି । ମଧ୍ୟପ୍ରଦେଶର ଡ.ଆମ୍ବେଦକରନଗର ସ୍ଥିତ ସୈନ୍ୟ ଛାଉଣୀରେ ଆୟୋଜିତ ‘ରଣ ସଂବାଦ ୨୦୨୫’ ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତର ସଶସ୍ତ୍ର ବାହିନୀ ଛୋଟ ଯୁଦ୍ଧଠୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ । ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଜେନେରାଲ ଅନିଲ ଚୌହାନ, ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କ ସମେତ ଭାରତର ଶୀର୍ଷ ସାମରିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।


ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, "ଆଜିର ଯୁଗରେ ଯୁଦ୍ଧ ଏତେ ହଠାତ୍ ଏବଂ ଅନିଶ୍ଚିତ ହୋଇଯାଇଛି ଯେ ଯୁଦ୍ଧ କେବେ ଶେଷ ହେବ ଏବଂ ଏହା କେତେ ଦିନ ଚାଲିବ ତାହା ଆକଳନ କରିବା ବହୁତ କଷ୍ଟକର । ଭାରତୀୟ ସଶସ୍ତ୍ର ବାହିନୀକୁ ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ । ଏହାର ଅର୍ଥ ହେଉଛି ଯଦି ଏକ ଯୁଦ୍ଧ ଦୁଇ ମାସ, ଚାରି ମାସ, ଗୋଟିଏ ବର୍ଷ, ଦୁଇ ବର୍ଷ, ଏପରିକି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ, ତେବେ ଆମକୁ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ସେ ଆହୁରି କହିଥିଲେ, "ଜାତୀୟ ସୁରକ୍ଷା ଆଉ କେବଳ ସେନାର ବିଷୟ ନୁହେଁ, ବରଂ ଏହା ସମଗ୍ର ଦେଶର ଦୃଷ୍ଟିକୋଣର ପ୍ରସଙ୍ଗ ହୋଇଗଲାଣି । ଆମେ କାହାର ଜମି ଚାହୁଁନାହୁଁ, କିନ୍ତୁ ଆମ ଭୂମିକୁ ସୁରକ୍ଷା ଦେବା ପାଇଁ ଆମେ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ।"


ଅପରେସନ୍ ସିନ୍ଦୂରକୁ ଉଲ୍ଲେଖ କରି ରାଜନାଥ ସିଂହ କହିଥିଲେ, ଏହି ଅଭିଯାନ ଭାରତର ସ୍ୱଦେଶୀ ପ୍ଲାଟଫର୍ମ, ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସଫଳତାର ଏକ ମହାନ ଉଦାହରଣ ଭାବରେ ଉଭା ହୋଇଛି । ଆମେ ସୂଚନା ଏବଂ ସାଇବର ଯୁଦ୍ଧର ଗୁରୁତ୍ୱ ଶିଖିଛୁ । ଭାରତ ଆତ୍ମନିର୍ଭରଶୀଳତା ପଥରେ ଯଥେଷ୍ଟ ଅଗ୍ରଗତି କରିଛି, କିନ୍ତୁ ଆମକୁ ଏବେ ବି ବହୁତ ବାଟ ଯିବାକୁ ଅଛି । ଆମେ ଭାରତରେ ଜେଟ୍ ଇଞ୍ଜିନ୍ ତିଆରି କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

Sponsored
Rajnath Singh to Army: Be Ready for War Up to Five Years | Argus News