Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଜୋରଦାର ହମଲା

Jitendra Dash
Browse all articles by Jitendra Dash
·2 years ago·1 min read
ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଜୋରଦାର ହମଲା

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରର ଉରିରେ ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଜୋରଦାର ହମଲା । ସେନା ଏଲଓସିର ରୁସ୍ତମ ପୋଷ୍ଟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ଜଣେ ଆତଙ୍କୀଙ୍କୁ ନିପାତ କରିଛି । ଏହି ଅଞ୍ଚଳରେ ଏବେ ବି ସେନାର ଅପରେସନ ଜାରି ରହିଛି । ସେନା ସୂତ୍ରରୁ ଜଣାପଡ଼ିଛି ଯେ ଏନକାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ଏବଂ କର୍ଡନ ଅଭିଯାନ ଜାରି ରହିଛି । ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । 

ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ସେନାର ଯବାନମାନଙ୍କ ପ୍ରଭାବଶାଳୀ ଗୁଳି ବିନିମୟରେ ଆତଙ୍କବାଦୀ ଗୋଷ୍ଠୀ ପଛକୁ ହଟିଯାଇଥିଲା । ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଏବଂ ସେନାର ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେନା ସୂତ୍ରରୁ ପ୍ରକାଶ ଯେ, ଗୁଳି ବିନିମୟ ପରେ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୫ ତାରିଖ ସକାଳେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଜଣାପଡ଼ିଥିଲା । ଏକ ଗୁପ୍ତ ସୂଚନା ପରେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ବାହିନୀ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଗୁଳି ବିନିମୟ ହୋଇଥିଲା । 

Sponsored
Army foils infiltration bid along Uri border in J&K | Argus News