Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୌତୁକରେ ଟଙ୍କାଟିଏ, ବ୍ୟବହାରରେ ନଡ଼ିଆ; ଚର୍ଚ୍ଚାରେ ଆର୍ମି ମେଜରଙ୍କ ବାହାଘର

National

One Rupee in Dowry / ଯୌତୁକରେ ଟଙ୍କାଟିଏ, ବ୍ୟବହାରରେ ନଡ଼ିଆ; ଚର୍ଚ୍ଚାରେ ଆର୍ମି ମେଜରଙ୍କ ବାହାଘର

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଯୌତୁକରେ ଟଙ୍କାଟିଏ, ବ୍ୟବହାରରେ ନଡ଼ିଆ; ଚର୍ଚ୍ଚାରେ ଆର୍ମି ମେଜରଙ୍କ ବାହାଘର
One Rupee in Dowry

Key Points

ଚର୍ଚ୍ଚାରେ ଉତ୍ତରପ୍ରଦେଶ ସହାରନପୁରର ବିବାହ
ଆର୍ମି ମେଜରଙ୍କ କ୍ୟାପ୍ଟେନ କନିଆଁ
ଯୌତୁକରେ ନେଲେ ମାତ୍ର ୧ ଟଙ୍କା
ଏଠି ନଥିଲା ପୁଳା ପୁଳା ଟଙ୍କାର ଡିମାଣ୍ଡ । ଅତି ସାଧାରଣ ଢଙ୍ଗରେ ପରସ୍ପରକୁ ଜୀବନ ସାଥୀ କରିଛନ୍ତି ବରକନ୍ୟା । ଜାକଜକମରୁ ଦୂରେଇଛନ୍ତି । ପ୍ରକୃତ ବିବାହ ଉତ୍ସବର ବାର୍ତ୍ତା ବାଣ୍ଟିଛନ୍ତି । ଯୌତୁକ ପ୍ରଥାରୁ ଦୂରେଇ ମାତ୍ର ୧ ଟଙ୍କା ଓ ନଡ଼ିଆ ନେଇ ନିଜ ସାତ ଜନ୍ମର ସାଥୀଙ୍କ ହାତ ଧରିଛନ୍ତି । ଏବେ ଚର୍ଚ୍ଚାରେ ଉତ୍ତରପ୍ରଦେଶ ସହାରନପୁରର ଆର୍ମି ମେଜର ବର ଓ କ୍ୟାପ୍ଟେନ ରାଙ୍କ କନ୍ୟାଙ୍କ ବିବାହ ଉତ୍ସବ ।

ମିରପୁର ଗାଁ ନିବାସୀ ଚୌଧୁରୀ ଓମପାଲ ସିଂ ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ସେ ସରସାୱା ଆର୍ଯ୍ୟ ଜଟ୍ ସମାଜ ବିକାଶ ସମିତିର ଯୁଗ୍ମ ସଚିବ ଭାବେ କାମ ରୁଛନ୍ତି । ମାର୍ଚ୍ଚ ୧୬ ତାରିଖରେ ସେ ନିଜ ପୁଅ ମେଜର ମଧୁର ଚୌଧୁରୀଙ୍କ ବିବାହ ବ୍ରଜମଣ୍ଡଳର ଅଧିବାସୀ ଜ୍ୟୋତି ସୌରୋତଙ୍କ ସହିତ କରାଇଥିଲେ । ଗୋଟିଏ ପଟେ ବିବାହରେ ଝିଅର ସଉଦା ହେବା ପରି ପୁଳା ପୁଳା ଟଙ୍କା ମାଗିଥାନ୍ତି ବରପକ୍ଷ । କିନ୍ତୁ ଏଠାରେ ମାତ୍ର ୧ ଟଙ୍କା ଓ ନଡ଼ିଆ ନେଇ ବରପକ୍ଷ ବିବାହ କରିଛନ୍ତି ।

ଏ ନେଇ ପରିବାର କହିଛି ଯେ ଉଭୟ ପରିବାର ତୀର୍ଥ ଯାତ୍ରା ସମୟରେ ମଥୁରାରେ ପରସ୍ପରକୁ ଭେଟିଥିଲେ । କଥାବାର୍ତ୍ତା ସମୟରେ ଯେତେବେଳେ ଜ୍ୟୋତିଙ୍କ ପରିବାର ବିବାହ ପାଇଁ ଜଣେ ଉପଯୁକ୍ତ ବରପାତ୍ରକୁ ଖୋଜୁଥିଲେ, ସେତେବେଳେ ମଧୁଙ୍କ ପରିବାର କହିଥିଲେ ଯେ ତାଙ୍କ ପୁଅ ବି ସେନାରେ ମେଜର ଭାବେ କାର୍ଯ୍ୟରତ । ଏହି ସମ୍ପର୍କ ଓ କଥାବାର୍ତ୍ତା ଧୀରେ ଧୀରେ ଆଗକୁ ବଢିଥିଲା ଏବଂ ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

'ବୋହୂ ମୋର ବଡ଼ ଯୌତୁକ'
ବରଙ୍କ ପୁଅ ଚୌଧୁରୀ ଓମପାଲ ସିଂ କହିଛନ୍ତି ଯେ ତାଙ୍କ ପାଇଁ ବୋହୂ ହିଁ ସବୁଠୁ ବଡ଼ ଯୌତୁକ । ସେ ଆହୁରି କହିଛନ୍ତି ଯେ ଏହା ମାଧ୍ୟମରେ ସେ ସମାଜକୁ ବାର୍ତ୍ତା ଦେବାକୁ ଚାହାଁନ୍ତି ଯେ ଝିଅମାନେ ବୋଝ ନୁହଁନ୍ତି ଏବଂ ସେମାନଙ୍କୁ ପାଠ ପଢାଇ ସକ୍ଷମ କରିବା ଉଚିତ । ସେ ନିଜ ଜୀବନରେ କେବେ ହେଲେ ଯୌତୁକ ନେବେ ନାହିଁ ବୋଲି ପଣ କରିଥିଲେ ଏବଂ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହୁଁଥିଲେ । ଏଥିଲାଗି ସେ ନିଜ ପୁଅ ବିବାହ ଉତ୍ସବରେ କେବଳ ଟଙ୍କାଟିଏ ନେଇ ବିବାହକୁ ସୁରୁଖୁରୁରେ ସାରିଥିବା କହିଛନ୍ତି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Army Major Groom takes only one rupee in Dowry in Uttar Pradesh | Argus News