Videos
|
National

Army Heritage Museum / ଶହୀଦମାନଙ୍କ ବଳିଦାନକୁ ସମ୍ମାନ, ନୂଆ ରୂପରେ ଆର୍ମି ହେରିଟେଜ୍‌ ମ୍ୟୁଜିୟମ୍‌

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଶହୀଦମାନଙ୍କ ବଳିଦାନକୁ ସମ୍ମାନ, ନୂଆ ରୂପରେ ଆର୍ମି ହେରିଟେଜ୍‌ ମ୍ୟୁଜିୟମ୍‌
Indian Army

Key Points

ସେନାମାନଙ୍କୁ ଶ୍ରଦ୍ଧାଞ୍ଜଳି
ମ୍ୟୁଜିୟମ୍‌ରେ ନୂତନ ଆକର୍ଷଣ
ନୂଆ ରୂପରେ ଆର୍ମି ହେରିଟେଜ୍‌ ମ୍ୟୁଜିୟମ୍‌
ଶିମଲାର ଆନ୍ନନ୍ଦେଲରେ ଆର୍ମି ହେରିଟେଜ୍ ମ୍ୟୁଜିୟମ୍‌ରେ ଥିବା ଶ୍ରଦ୍ଧାଞ୍ଜଳି ସ୍ଥଳକୁ ବ୍ୟାପକ ନବୀକରଣ ପରେ ଆନୁଷ୍ଠାନିକ ଭାବରେ ପୁନଃଉପସ୍ଥାପିତ କରାଯାଇଛି । ଏହି ଉତ୍ସବର ନେତୃତ୍ୱ ଲେଫ୍ଟନାଣ୍ଟ ଜେନେରାଲ ଦେବେନ୍ଦ୍ର ଶର୍ମା ନେଇଥିଲେ । ଯିଏ ଆର୍ମି ଟ୍ରେନିଂ କମାଣ୍ଡର କମାଣ୍ଡର-ଇନ୍‌-ଚିଫ୍‌ । ସେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦ ସେନାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହି ଅବସରରେ ୫୨ ଫୁଟ୍ ଉଚ୍ଚତାର ଏକ ବିଶାଳ ଜାତୀୟ ପତାକାକୁ ମଧ୍ୟ ଉତ୍ସର୍ଗ କରାଯାଇଛି । ମ୍ୟୁଜିୟମ୍ ପ୍ରାଙ୍ଗଣ ଉପରେ ଉଚ୍ଚରେ ଫର୍‌ ଫର୍‌ ହୋଇ ଉଡ଼ୁଥିବା ଏହି ତିରଙ୍ଗା ଦେଶର ଏକତା, ଗର୍ବ ଏବଂ ସେନାମାନଙ୍କର ସର୍ବୋଚ୍ଚ ବଳିଦାନର ପ୍ରତୀକ ଭାବେ ଦୃଢ଼ଭାବେ ଦଣ୍ଡାୟମାନ ।

ଭାରତୀୟ ସେନା ମୁଖ୍ୟାଳୟ ARTRAC, ବିଭିନ୍ନ ଷ୍ଟେସନ ୟୁନିଟ୍, ପୂର୍ବତନ ସେନା ଓ NCC କ୍ୟାଡେଟ୍‌ମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ଶହୀଦ ବୀରମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ନବୀକୃତ ଶ୍ରଦ୍ଧାଞ୍ଜଳି ସ୍ଥଳକୁ ଏହାର ପବିତ୍ରତା ଓ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖି ଆହୁରି ସୁନ୍ଦର ଭାବେ ବିକଶିତ କରାଯାଇଛି, ଯାହା ଏବେ ଶ୍ରଦ୍ଧା, ଚିନ୍ତନ ଓ ପ୍ରେରଣାର କେନ୍ଦ୍ର ଭାବେ ପରିଣତ ହୋଇଛି ।

ଏହି ସ୍ମାରକୀର ପୁନଃସ୍ଥାପନ ଓ ଉଚ୍ଚ ଜାତୀୟ ପତାକା ସ୍ଥାପନ ଭାରତୀୟ ସେନାର ଶହୀଦ ବୀରମାନଙ୍କ ପ୍ରତି ଗଭୀର ସମ୍ମାନ ଓ ସେମାନଙ୍କର ବଳିଦାନୀ ଐତିହ୍ୟକୁ ସଂରକ୍ଷଣ କରିବା ପ୍ରତି ଅଟଳ ସଙ୍କଳ୍ପକୁ ପୁନଃଦୃଢ଼ କରିଛି ।

ଶିମଲାର ଏହି ପ୍ରସିଦ୍ଧ ସେନା ଐତିହ୍ୟ ସଂଗ୍ରହାଳୟ ଏହି ନୂତନ ଆକର୍ଷଣ ସହିତ ଆଗାମୀ ଦିନରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Army Heritage Museum Shimla Revamped to Honor Martyrs | Argus News