Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସମାଜବାଦୀ ପ୍ରାର୍ଥୀଙ୍କୁ ପରାଜିତ କଲେ ରାମାୟଣର ରାମ

Ritu Das
Browse all articles by Ritu Das
·2 years ago
ସମାଜବାଦୀ ପ୍ରାର୍ଥୀଙ୍କୁ ପରାଜିତ କଲେ ରାମାୟଣର ରାମ

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶର ମିରଟ ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅରୁଣ ଗୋଭିଲ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସମାଜବାଦୀ ପାର୍ଟିର ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫୮୧୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଏହାସହ ଏହି ଆସନରୁ ବହୁଜନ ସମାଜବାଦୀ ପାର୍ଟି ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଥିବା ଦେବବ୍ରତ କୁମାର ମଧ୍ୟ କଡା ଟକ୍କର ଦେଇଛନ୍ତି । 

ଅରୁଣ ଗୋଭିଲଙ୍କୁ ୫ ଲକ୍ଷ ୨୧ ହଜାର ୮୦୨ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫ ଲକ୍ଷ ୧୩ ହଜାର ୪୪୧ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବହୁଜନସମାଜବାଦୀ ପାର୍ଟି ଟିକେଟରୁ ଲଢୁଥିବା ଦେବବ୍ରତ କୁମାର ତ୍ୟାଗୀ ୪ ଲକ୍ଷ ୪୧ହଜାର ୬୨୪ ଖଣ୍ଡ ଭୋଟ ପାଇଛନ୍ତି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Arun govil | Argus News