ସିଏମ ପଦରୁ ଇସ୍ତଫା ନ ଦେଇ ଜେଲରୁ ଚଲାଉଛନ୍ତି ସରକାର ?

ଅର୍ଗସ ବ୍ୟୁରୋ : ଆଇନକୁ ଫୁ କରି ଉଡ଼ାଇ ଦେଉଛନ୍ତି କିଙ୍ଗପିନ କେଜରିୱାଲ । ଇଡି ହେପାଜତରେ ସରକାରୀ ଅର୍ଡର ଇସ୍ୟୁ ଉପରେ ରୋକ୍ ଲାଗିବା ପରେ ବି କେଜରିୱାଲ ଦ୍ବିତୀୟ ଅର୍ଡର ଜାରି କରିଥିବା ଦାବି କରିଛି ଆପ୍ । ଏପଟେ ଇଡି କଷ୍ଟଡିରେ ଥାଇ କେଜ୍ରିୱାଲଙ୍କୁ କୌଣସି ସରକାରୀ ଫାଇଲରେ ସ୍ବାକ୍ଷର କରିବାକୁ ଅନୁମତି ମିଳିନାହିଁ ବୋଲି ସ୍ପଷ୍ଟ କରିଛି ଇଡି । ଜାଲ୍ ଉପାୟରେ କେଜରିୱାଲ ସରକାରୀ ଅର୍ଡର ପାସ୍ କରୁଥିବା ଅଭିଯୋଗ ସହ ତଦନ୍ତ ଦାବି କରିଛି ବିଜେପି ।
ଏନେଇ ଇଡି ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ସହ କେଜରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି । ରବିବାର ଦିଲ୍ଲୀ ଜଳ ବିଭାଗ ମନ୍ତ୍ରୀ ଅତିଶୀ ମାରଲେନାଙ୍କୁ ରାଜ୍ୟବାସୀଙ୍କୁ ଜଳ ଅଭାବ ସମ୍ପର୍କରେ ସମ୍ବୋଧନ ପାଇଁ ଫାଷ୍ଟ ଅର୍ଡର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆପ୍ ଦାବି ଅନୁସାରେ ଦ୍ବିତୀୟ ଥର ମଙ୍ଗଳବାର ଦିଲ୍ଲୀରେ ଥିବା ସରକାରୀ ହସପିଟାଲରେ ମାଗଣା ଔଷଧ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅର୍ଡର ଇସ୍ୟୁ କରିଥିଲେ ମୁଖ୍ୟମନ୍ତ୍ରୀ ।
ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଜେଲରୁ ଚଳାଇଛନ୍ତି ରାଜ୍ୟ ଶାସନ । ତଳିପାରୁ ତାଳୁ ଯାଏ ଦୁର୍ନୀତିର କାଦୁଅ ଛିଟା ଦୃଶ୍ୟମାନ ହେବା ପରେ ବି ତୁଟାଇ ପାରିନାହାନ୍ତି ସିଂହାସନର ଲୋଭ । ଇଡି ପ୍ରଶ୍ନବାଣରେ ଘାଇଲା ଆପ୍ ସୁପ୍ରିମୋ । ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରଣୟନରେ ସିଧାସଳଖ ସଂପୃକ୍ତି ଅଭିଯୋଗକୁ ନେଇ ଘନଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତିର ମୁଖ୍ୟ କାର୍ପଟଦାର, ଅର୍ଥ ଲୋଭରେ ଆଇନ ଆଖିରେ କଳାକପଡ଼ା ବାନ୍ଧି ଦିଲ୍ଲୀରେ ଲାଗୁ କରିଥିଲେ ନୂଆ ଅବକାରୀ ନୀତି । ଅବକାରୀ ନୀତି ଆଳରେ ସାଉଥ ଗ୍ରୁପ ସହାୟତାରେ ଠୁଳ କରୁଥିଲେ ବେଆଇନ ଅର୍ଥ । ଅଙ୍ଗାଡିଆ ନେଟୱର୍କ ସାହାରାରେ ୨୦୨୨ରେ ଗୋଆ ଓ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଥିଲେ କଳା ଟଙ୍କା ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
ସାଙ୍ଘାତିକ ଅଭିଯୋଗର ଲମ୍ବା ତାଲିକା ସତ୍ତ୍ବେ କେଜ୍ରିୱାଲଙ୍କୁ ନିର୍ଦ୍ଦୋଶ ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଦଳୀୟ କର୍ମକର୍ତ୍ତା । ଦିଲ୍ଲୀ ଓ ପଞ୍ଜାବରେ କେଜ୍ରିଙ୍କ ଗିରଫ ପ୍ରତିବାଦରେ କେଜରିୱାଲଙ୍କ ସମର୍ଥକ ଜାରି ରଖିଛନ୍ତି ନାରାବାଜି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମବେଳେ ପଞ୍ଜାବ ମନ୍ତ୍ରୀ ହଜରତ ସିଂହ ବେନଙ୍କୁ ଅଟକ ରଖିଛି ପୋଲିସ । ଦିଲ୍ଲୀ ରାମଲୀଳା ମୈଦାନରେ ମାର୍ଚ୍ଚ ୩୧ରେ ମହାରାଲି କରିବାକୁ ଇଣ୍ଡି ମେଣ୍ଟ ଘୋଷଣା କରିସାରିଛି । ଏପଟେ ୨୮ ମାର୍ଚ୍ଚରେ ଇଡି ରିମାଣ୍ଡ ଅବଧି ଶେଷ ହେଉଥିବାରୁ କେଜ୍ରିୱାଲ ଜେଲ୍ ଯିବା ନିଶ୍ଚିତ ବୋଲି ଦାବି କରିଛି ବିଜେପି ।

