Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଡିର ଡାକରାକୁ ଏଡ଼େଇ ଯିବା ମାମଲାରେ ହୋଇଥି‌ଲା ସମନ

Jitendra Dash
Browse all articles by Jitendra Dash
·2 years ago·1 min read
ଇଡିର ଡାକରାକୁ ଏଡ଼େଇ ଯିବା ମାମଲାରେ ହୋଇଥି‌ଲା ସମନ

ଅର୍ଗସ ବ୍ୟୁରୋ : ଆଜି କୋର୍ଟରେ ହାଜର ହୋଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଇଡି ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି । ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ : ଆଜି କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ।  ଶୁକ୍ରବାର ତାଙ୍କୁ ସମନ ହୋଇଥିଲା, ଯାହାକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ। ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ଦିଲ୍ଲୀର ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଶ୍ନ କରିବାକୁ ଚାହୁଁଥିବା ଇଡି କୋର୍ଟ ତାଙ୍କୁ ଡକାଇଥିଲା। ହେଲେ ଇଡି ଡାକରାକୁ ବାରମ୍ବାର ଏଡ଼େଇ ଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ସରକାର ତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arvind Kejriwal finally appears before Delhi court in ED summons case, gets bail | Argus News