|
logo
Live
Argus News App
GET APP

Argus News - ଘାରୁଛି ଗିରଫ ଭୟ : ଇଡି ରାଡାରରେ ଦିଲ୍ଲୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

National

ଘାରୁଛି ଗିରଫ ଭୟ : ଇଡି ରାଡାରରେ ଦିଲ୍ଲୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଘାରୁଛି ଗିରଫ ଭୟ : ଇଡି ରାଡାରରେ ଦିଲ୍ଲୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଝାଡ଼ଖଣ୍ଡ ଓ ଦିଲ୍ଲୀରେ ଆକ୍ସନ ମୋଡରେ ଇଡି । ବଢୁଛି ଦୁଇ ରାଜ୍ୟ ମୁଖିଆଙ୍କ ଗିରଫ ସମ୍ଭାବନା । ଝାଡ଼ଖଣ୍ଡ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମଦଶା । ଦୁର୍ନୀତି ମାମଲାରେ ଇଡି ସମନ ପରେ ବି ହାଜର ହେଉନାହାନ୍ତି ଦୁଇ ରାଜ୍ୟ ମୁଖିଆ । ରାଞ୍ଚି ଜମି ଦୁର୍ନୀତି ମାମଲାରେ ସୋମବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସପ୍ତମ ଥର ପାଇଁ ଇଡି ସମନକୁ ନାସ୍ତିବାଣୀ ଶୁଣାଇଥିବାବେଳେ ସମାନ ନୀତି ଆପଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତୃତୀୟ ଥର ପାଇଁ ଇଡି ସମନ ଜାରି ହୋଇଥିଲେ ବି ବୁଧବାର ହାଜର ହୋଇନାହାନ୍ତି କେଜ୍ରିୱାଲ । ଗିରଫ ଭୟରେ ମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଉନଥିବା କହିଛି ବିଜେପି । ସେପଟେ କେଜରିୱାଲ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ, କିନ୍ତୁ ଯାଞ୍ଚ ଏଜେନ୍ସିର ନୋଟିସ୍‌ ବେଆଇନ୍‌ ବୋଲି କହିଛି ଆପ୍ ।

ଅଧିକ ପଢନ୍ତୁ ଭାରତ ଖବର

ଝାଡ଼ଖଣ୍ଡରେ ସାତ ସାତ ଥର ସମନ ସତ୍ତ୍ବେ ହେମନ୍ତ ସୋରେନ ଇଡି ସମ୍ମୁଖରେ ହାଜର ହୋଇନଥିବାରୁ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୋରେନଙ୍କ ୧୦ରୁ ଅଧିକ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଆଡଭାଇଜର ଅଭିଷେକ ପ୍ରସାଦ, ସାହିବଗଞ୍ଜ ଜିଲ୍ଲାପାଳ ରାମ ନିବାସ, ହଜାରୀବାଗ ଡିଏସପି ରାଜେନ୍ଦ୍ର ଦୁବେଙ୍କ ଘରେ ମଧ୍ୟ ରେଡ କରିଛି ଇଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଡି ପକ୍ଷରୁ ସୋରେନଙ୍କୁ ହାଜର ହେବାକୁ ୭ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ନିଜର ପକ୍ଷ ରଖିବା ପାଇଁ ହେମନ୍ତ ସୋରେନଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇଡି ଚେତାଇ ଦେଇଛି । ହେମନ୍ତ ସୋରେନଙ୍କ ମୁଣ୍ଡରେ ଗିରଫ ଖଣ୍ଡା ଝୁଲୁଥିବାରୁ ବୁଧବାର ଜେଏମଏମ ବିଧାୟକ ଦଳ ବୈଠକ ଡାକିଥିଲେ ସୋରେନ୍ । ପତ୍ନୀ କଳ୍ପନାଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ହେମନ୍ତ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଝାଡଖଣ୍ଡରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଇଡି ନୋଟିସ ଜାରି ହେଉଥିବା କହିଛି କଂଗ୍ରେସ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିଏମ କେଜ୍ରିୱାଲ ଓ ରାଞ୍ଚି ଜମି ଦୁର୍ନୀତି ମାମଲାରେ ସିଏମ ସୋରେନଙ୍କ ଗିରଫ ଆଶଙ୍କା ବଢୁଛି । ସେପଟେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆସନ୍ତା ୫ ତାରିଖରେ ହାଜର ହେବାକୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ଇଡି ସମନ ଜାରି କରିଛି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

Sponsored
ଘାରୁଛି ଗିରଫ ଭୟ : ଇଡି ରାଡାରରେ ଦିଲ୍ଲୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ | Argus News