ଜେଲରେ କେଜ୍ରିୱାଲଙ୍କ ୪.୫ କିଲୋ ଓଜନ ହ୍ରାସ

ଅର୍ଗସ ବ୍ୟୁରୋ : ଜେଲରେ ହ୍ରାସ ପାଇଲା କେଜ୍ରିୱାଲଙ୍କ ଓଜନ । ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଆପ ନେତା ଆତିଶ ଏପରି ନିଜ ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଏପ୍ରିଲ ୧ ତାରିଖ ସୋମବାର ଦିନ ଗିରଫ ହୋଇଥିଲେ । ଏପ୍ରିଲ ୧୫ ତାରିଖ ଯାଏଁ ସେ ତିହାର ଜେଲରେ ରହିବା ସୂଚନା ରହିଛି । ତେବେ ଆପ ନେତା ଆତିଶ ଏହାକୁ ନେଇ କହିଛନ୍ତି, " କେଜ୍ରିୱାଲ ଜଣେ ଡାଇବେଟିସ ରୋଗୀ ଅଟନ୍ତି । ସେ ୨୪ ଘଣ୍ଟା ଦେଶପାଇଁ କାମ କରନ୍ତି । ସେ ଅସୁସ୍ଥ ହେବା ପରଠାରୁ ତାଙ୍କର ୪.୫ କେଜି ଓଜନ ହ୍ରାସ ପାଇଛି । ଯାହା ଖୁବ ଚିନ୍ତାଜନକ ବିଷୟ । ଏପରି କହି ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି ।
अरविंद केजरीवाल एक severe diabetic हैं। स्वास्थ की समस्याओं के बावजूद, वे देश की सेवा में 24 घण्टे लगे रहते थे।
गिरफ़्तारी के बाद से अब तक, अरविंद केजरीवाल का वज़न 4.5 किलो घट गया है। यह बहुत चिंताजनक है। आज भाजपा उन्हें जेल में डाल कर उनके स्वास्थ को ख़तरे में डाल रही है।
अगर…
📱 Get Argus News App
✨ଏହାକୁ ନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଛି ଯେ, କେଜ୍ରିୱାଲ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ହୋଇନାହିଁ କି ତାଙ୍କ ଓଜନ ହ୍ରାସ ପାଇନାହିଁ । ତାଙ୍କ ବ୍ଲଡ ସୁଗାର ଲେବଲ ମଧ୍ୟ ସମ୍ପୁର୍ଣ୍ଣ ଠିକ ଅଛି ବୋଲି ସୂଚନା ରହିଛି । ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରତିଦିନ ସକାଳୁ ଯୋଗ ମେଡିଟେସନ ମଧ୍ୟ କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଉପରେ ସମ୍ପୁର୍ଣ୍ଣ ଧ୍ୟାନ ରଖାଯାଉଛି ଏଥିସହ ତାଙ୍କୁ ତାଙ୍କ ସ୍ବାସ୍ଥ୍ୟଜନିତ ରୋଗର ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି ।
କେଜ୍ରିୱାଲ ତିହାର ଜେଲର ବାରାକ୍ ନମ୍ବର ୨ରେ ରହୁଥିବା ବେଳେ ପୂର୍ବରୁ ଆପ୍ ନେତା ସଞ୍ଜୟ ସିଂ ୫ ନମ୍ବର ଜେଲ, ମନିଷ ସିସୋଦିଆ ୧ ନମ୍ବର ଜେଲ , ସତ୍ୟନ୍ଦ୍ର ଜେନ ୭ ନମ୍ବର ଜେଲରେ ରହୁଛନ୍ତି ।