Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ

Jitendra Dash
Browse all articles by Jitendra Dash
·2 years ago·1 min read
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ସୋମବାର ସ୍ବାତୀ ମାଲିଓ୍ବାଲଙ୍କ ଉପରେ ଦୁର୍ବ୍ୟବହାର ହୋଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଫୋନ କରି ଜଣାଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଥିଲେ ।

ସ୍ୱାତି ମାଲିୱାଲଙ୍କ ଅଭିଯୋଗର ଦୁଇ ଦିନ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏତଲାରେ ମାଲିୱାଲ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରକୁ ମେ ୧୩ ତାରିଖରେ ଯାଇଥିବା ବେଳେ ସେଠାରେ ବିଭବ କୁମାର ଚାପୁଡା ମାରିଥିଲେ । ଏପରିକି ତାଙ୍କ ଛାତି ଓ ପେଟକୁ ଗୋଇଠା ମାରି ଆହତ କରିଥିବା ଏତଲାରେ ଉଲ୍ଲେଖ ରହିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ୱାତି ମାଲିୱାଲଙ୍କୁ ନେଇ କ୍ରାଇମ ସିନର ରିକ୍ରିଏସନ କରିଥିଲା । ଏହାପରେ ତିସହଜାରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ମାଲିୱାଲଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପଟେ ବିଭବ କୁମାର କାଉଁଟର ଅଭିଯୋଗ ଆଣି ସିଭିଲ ଲାଇନ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସ୍ୱାତି ମାଲିୱାଲ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । 

Sponsored
Arvind Kejriwal's aide Bibhav Kumar arrested in Maliwal assault case | Argus News